କନ୍ୟା ଜଣକ ବିବାହ ପାଇଁ ମନା କରିବାରୁ, ବର ରାଗରେ ସାନ ଭଉଣୀକୁ କଲା ଅପହରଣ।

ମଧ୍ୟ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ମନାକୁ ଆସିଛି। ଏହି ରାଜ୍ୟରେ ଜଣେ ବର କନ୍ୟାର ସାନ ଭଉଣୀର ଅପହରଣ କରି ଏବଂ ତାକୁ ନେଇ ପଳାଇଲା। ଯାହାପରେ ନାବାଳିକା ର ପରିବାର ଲୋକ ପୋଲିସର ସାହାର୍ଯ୍ୟ ନେଇଥିଲେ ଯାହାପରେ ପୋଲିସ ନାବାଳିକାକୁ ଖୋଜି ପାଇଛି। ଏହି ଘଟଣା ମୁରୈନା ଜେଲର ପୋରସା ଥାନା କ୍ଷେତ୍ରର ଏକ ଗାଁର ଅଟେ।

ପୋଲିସ ଅନୁସାରେ ସେହି ବରଟି ର ବିବାହ ଏକ ନାବାଳିକା ସହିତ ହେଉଥିଲା । ଯାହା ବିଷୟରେ ପୋଲିସକୁ ଖବର ମିଳିଥିଲା। ଯେଉଁଥି ପାଇଁ ପୋଲିସ ଠିକ ସମୟରେ ପହଁଚି ବାହାଘର ବନ୍ଦ କରି ଦେଇଥିଲା। ବିବାହ ନହେବାରୁ ବରଟି ରାଗି ଯାଇ କନ୍ୟାର ସାନ ଭଉଣୀକୁ ଅପହରଣ କରି ନେଇଥିଲା। ପୋଲିସ କହୁଛନ୍ତି କି ଏକ ଦଳିତ ନାବାଳିକାର ବିବାହ ହେଉଥିଲା। ପୋଲିସ ଏହି ଘଟଣାର ଖବର ମହିଳା ବାଲ ବିକାଶ ବିଭାଗକୁ ଦେଇଥିଲା। ଯାହାପରେ ପୋଲିସ ମହିଳା ବାଲ ବିଭାଗ କର୍ମୀ ମାନଙ୍କ ସହିତ ସେଠାରେ ପହଁଚି ବାହାଘର ବନ୍ଦ କରି ଦେଇଥିଲା।

ପୋଲିସ କହିଛନ୍ତି କି ନାବାଳିକାର ପରିବାର ଲୋକ ଝିଅର ବିବାହ କରିବାକୁ ଜିଦ ଧରିଥିଲେ। ପୋଲିସ ତାଙ୍କୁ ବହୁତ ବୁଝେଇବା ପରେ ଘର ଲୋକ ବୁଝି ବିବାହ ରୋକି ଥିଲେ। ଯାହାପରେ ଝିଅଟିକୁ ଥାନା ନିଆ ଯାଇଥିଲା ଏବଂ ତାର ମେଡିକାଲ ଟେଷ୍ଟ କରା ଯାଇଥିଲା। ତାକୁ ଓ୍ବନ ସ୍ଟାପ ସେଣ୍ଟରରେ ଭର୍ତୀ କରାଯାଇଥିଲା। ଯେତେବେଳେ ପୋଲିସ ପରିବାର ଲୋକମାନଙ୍କୁ ବୁଝାଉ ଥିଲା ସେହି ସମୟରେ ବରଟି ଝିଅର ମଥାରେ ସିନ୍ଦୁର ପିନ୍ଧାଇ ଦେଇଥିଲା।

ବିବାହ ରୋକା ଯିବା ରାଗରେ ବର ଏବଂ ତାଙ୍କର ଜଣେ ସମ୍ପର୍କୀୟ ମହିଳା ନାବାଳିକାଙ୍କ ଘରେ ଆସି ପହଁଚି ଥିଲେ। ସେଠାକୁ ଆସି ସେମାନେ ବହୁତ ହଙ୍ଗାମା କରିଥିଲେ ଏବଂ ନାବାଳିକା ଝିଅର ସାନ ଭଉଣୀକୁ ଉଠାଇ ନେଇ ଯାଇଥିଲେ। ପରିବାର ଲୋକ ଏହି ଘଟଣା ବିଷୟରେ ପୋଲିସ କୁ ଜଣାଇଲେ ଏବଂ ପୋଲିସ ଏହାର ତଦନ୍ତ କଲା। ପୋଲିସ ଅପହରଣ ହୋଇଥିବା ଝିଅକୁ ଧରି ନେଇଥିଲା ଏବଂ ବରର ସମ୍ପର୍କୀୟ ମହିଳା ଜଣଙ୍କୁ ଧରି ଜେଲରେ ଭର୍ତୀ କରି ଦେଇଥିଲା।

ପୋଲିସଙ୍କ ଅନୁସାରେ ଝିଅର ବାପାଙ୍କ ଅଭିଯୋଗ ରେ ଅପହରଣ ଏବଂ ବାଲ ବିବାହ ଅଧିନିୟମ ଅନୁସାରେ ଘଟଣା ଦର୍ଜ କରାଯାଇଛି। ଏହି କେସ ବର ଉପରେ କରାଯାଇଛି। ଏବେ ମଧ୍ୟ ବରଟି ଫେରାର ଅଛି। ପୋଲିସ ତାକୁ ଖୋଜୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *