ପାଶ୍ଚାତ୍ୟ ସଂସ୍କୃତି ଅନୁସରଣ କରି ଭାରତରେ ମଧ୍ୟ ଲିଭ ଇନ୍ ସମ୍ପର୍କ ସାଧାରଣ କଥା ହୋଇଗଲାଣି। ମେଟ୍ରୋ ସିଟି ଗୁଡିକରେ କେତେକ ଲୋକ ବିବାହ ପୂର୍ବରୁ ଲିଭ ଇନ ସମ୍ପର୍କରେ ରହିଥାନ୍ତି। ଯେଉଁଠାରେ କିଛି ଲୋକ ଲିଭ ଇନ ସମ୍ପର୍କ ପରେ ବିବାହ କରିଥାନ୍ତି ତା ଅନ୍ୟ କିଛି ଲୋକ ଅଲଗା ମଧ୍ୟ ହୋଇଯାଇଥାନ୍ତି। ବଲିଉଡ ସେଲିବ୍ରେଟିଙ୍କ ପାଇଁ ଏହା ଏକ ମାମୁଲି କଥା ହୋଇଥାଏ। ବଲିଉଡର ଏମିତି କିଛି ଯୋଡି ଯେଉଁମାନେ ବିବାହ ପୂର୍ବରୁ ଲିଭ ଇନରେ ରହିଥାନ୍ତି।
ଜନ୍ ଅବ୍ରାହମ – ବିପାଶା ବସୁ:
ଜନ୍ ଅବ୍ରାହମ ଏବଂ ବିପାଶା ବସୁଙ୍କ ସମ୍ପର୍କର ଖବର ଏକଦା ବହୁତ ଚର୍ଚ୍ଚାରେ ରହିଥିଲା। ଦୁଇଜଣ ଏହି କଥାକୁ କେତେ ଥର ଲୋକଙ୍କ ସାମ୍ନାରେ ମଧ୍ୟ ସ୍ୱୀକାର କରିଛନ୍ତି। ସେମାନେ ୯ ବର୍ଷ ପର୍ଯ୍ୟନ୍ତ ଲିଭ ଇନ ସମ୍ପର୍କରେ ରହିଥିଲେ। କିନ୍ତୁ ଏତେ ଦୀର୍ଘ ସମୟର ସମ୍ପର୍କରେ ରହିବା ପରେ ମଧ୍ୟ ଦୁଇଜଣ ନିଜର ରାସ୍ତା ଅଲଗା କରି ନେଇଥିଲେ। ବର୍ତ୍ତମାନ ଜନ୍ ପ୍ରିୟା ରୁଚାଂଲଙ୍କ ସହ ଖୁସି ଏବଂ ବିପାଶା କରଣ ସିଂ ଗ୍ରୋଭରଙ୍କ ସହ ନିଜ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି।
ରାହୁଲ ଦେବ-ମୁଗ୍ଧା ଗୋଡସେ:
ରାହୁଲ ଦେବ ଏବଂ ମୁଗ୍ଧା ଗୋଡସେ ନିଜର ଲିଭ ଇନ ସମ୍ପର୍କକୁ ନେଇ ଲାଇମ ଲାଇଟରେ ରହୁଥିଲେ। ୨୦୦୯ରେ ପତ୍ନୀ ରୀନାଙ୍କୁ ହରାଇବା ପରେ ରାହୁଲ ୧୪ ବର୍ଷର ସାନ ମୁଗ୍ଧାଙ୍କ ସହିତ ସମ୍ପର୍କରେ ରହିଥିଲେ। ଦୁଇଜଣଙ୍କ ମଧ୍ୟରେ ପ୍ରେମ ହେବା ପରେ ଲିଭ ଇନରେ ରହିବା ପାଇଁ ନିଷ୍ପତ୍ତି କରିଥିଲେ। ବର୍ତ୍ତମାନ ମଧ୍ୟ ଦୁଇଜଣ ଲିଭ ଇନରେ ଅଛନ୍ତି ମାତ୍ର କେବେ ହେଲେ ଦୁଇଜଣଙ୍କ ବିବାଦ ହୋଇଥିବାର ଖବର ସାମ୍ନାକୁ ଆସି ନାହିଁ।
ସୁଶାନ୍ତ ସିଂ ରାଜପୁତ-ରିୟା ଚକ୍ରବର୍ତ୍ତୀ:
ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଲିଭ ଇନ ସମ୍ପର୍କରେ ରହିଥିଲେ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ହିଁ ରିୟା ତାଙ୍କୁ ଛାଡି ଦେଇଥିଲେ ଏବଂ ସୁଶାନ୍ତଙ୍କ ଘର ଛାଡ଼ି ନିଜ ଘରକୁ ସିଫ୍ଟ ହୋଇଯାଇଥିଲେ। ନିକଟରେ ପୋଲିସ ପଚରା ଉଚରା ସମୟରେ ରିୟା ନିଜେ ସୁଶାନ୍ତଙ୍କ ସହିତ ଲିଭ ଇନ ସମ୍ପର୍କକୁ ସ୍ୱୀକାର କରିଥିଲେ।
ରଣବୀର ଶୋରେ- କୋଂକଣା ସେନ୍ ଶର୍ମା:
ରଣବୀର ଶୋରେ ଏବଂ କୋଂକଣା ସେନ୍ ଶର୍ମା ଅନେକ ଷ୍ଟିରିଓଟାଇପ୍ସକୁ ଭାଙ୍ଗିଛନ୍ତି। ଡେଟିଂ ଠାରୁ ଆରମ୍ଭ କରି ଲିଭ ଇନ ପର୍ଯ୍ୟନ୍ତ ସମସ୍ତ ଖବରରେ ଚର୍ଚ୍ଚିତ ରହୁଥିଲେ। ଗର୍ଭବତୀ ହେବା ପରେ ଦୁଇଜଣ ବିବାହ କରି ନେଇଥିଲେ ମାତ୍ର ୨୦୧୫ ମସିହାରେ ଏହି ଦମ୍ପତି ଡିଭୋର୍ସ ନେଇ ଅଲଗା ହୋଉଯାଇଥିଲେ। ଅଲଗା ହେବା ପରେ ମଧ୍ୟ ପିଲାର ଭରଣ ପୋଷଣ ଦୁଇଜଣ ଏକା ସାଙ୍ଗରେ କରିଥିଲେ।
ଟ୍ୟୁଲିପ ଯୋଶୀ – ବିନୋଦ ନାୟର:
ମେରେ ୟାର କି ଶାଦୀ ଫିଲ୍ମରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ଟ୍ୟୁଲିପ ଯୋଶୀ ମଧ୍ୟ ବିବାହ ପୂର୍ବରୁ ଲିଭ ଇନ ସମ୍ପର୍କର ଟ୍ରାଏଲ ନେଇଥିଲେ। ଟ୍ୟୁଲିପ ଯୋଶୀ ଏବଂ କ୍ୟାପ୍ଟେନ ବିନୋଦ ନାୟର ପରସ୍ପରକୁ ଡେଟିଂ କରିବା ପରେ ଲିଭ ଇନ ସମ୍ପର୍କରେ ରହିଥିଲେ। ଏକ ଇଣ୍ଟରଭ୍ୟୁରେ ଟ୍ୟୁଲିପ ଯୋଶୀ କହିଥିଲେ ଯେ, କୌଣସି ସମ୍ପର୍କରେ ରହିବା ପାଇଁ କମିଟମେଣ୍ଟ ଅଧିକ ଜରୁରୀ ହୋଇଥାଏ। ଦୁଇଜଣ ବର୍ତ୍ତମାନ ବିବାହ କରି ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି।
ସୁଶାନ୍ତ ସିଂ ରାଜପୁତ-ଅଙ୍କିତା ଲୋଖଣ୍ଡେ:
ସୁଶାନ୍ତ ସିଂ ରାଜପୁତ ନିଜର ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ସାଙ୍ଗରେ ମଧ୍ୟ ଲିଭ ଇନ ସମ୍ପର୍କରେ ରହିସାରିଛନ୍ତି। ପବିତ୍ର ରିସ୍ତା ସିରିୟଲର ସେଟରେ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ କାହାଣୀ। ମାତ୍ର ୬ ବର୍ଷର ଦୀର୍ଘ ସମ୍ପର୍କ ପରେ ଦୁଇଜଣ ଅଲଗା ହୋଇଯାଇଥିଲେ।
ଲାରା ଦତ୍ତ- କେଲି ଦୋରଜୀ:
ଲାରା ଦତ୍ତ ଏବଂ ଅଭିନେତା ଏବଂ ମଡେଲ କେଲି ଦୋରଜୀ ମଧ୍ୟ ଲିଭ ଇନ ସମ୍ପର୍କରେ ରହିସାରିଥିଲେ। ଦୁଇଜଣ ପ୍ରାୟେ ସବୁ ସ୍ଥାନରେ ନଜର ଆସୁଥିଲେ। ମାତ୍ର ପ୍ରାୟ ୧୦ ବର୍ଷ ସମ୍ପର୍କ ପରେ ଦୁଇଜଣ ଅଲଗା ହୋଇଯାଇଥିଲେ।
ରାଜେଶ ଖାନ୍ନା – ଅନିତା ଆଡଭାନୀ:
ଅନିତା ଆଡଭାନୀଙ୍କ ସହିତ ରାଜେଶ ଖାନ୍ନାଙ୍କ ଲିଭ ଇନ ସମ୍ପର୍କର ଖୁଲାସା ତାଙ୍କ ମୃତ୍ୟୁ ପରେ ହୋଇଥିଲା। ଅନିତା ଖୋଲି କରି ଏହି କଥାକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ ଯେ ସେ ରାଜେଶ ଖାନ୍ନାଙ୍କ ସହିତ ଲିଭ ଇନ ସମ୍ପର୍କରେ ରହିଥିଲେ।
ରଣବୀର କପୁର-କ୍ୟାଟ୍ରିନା କୈଫ:
ଏମିତିରେ ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ ଲିଭ ଇନ ସମ୍ପର୍କରେ ରହିଥିବାର କୌଣସି ଅଫିସିଆଲ ଖୁଲାସା କରି ନଥିଲେ। ମାତ୍ର ଦୁଇଜଣଙ୍କୁ ଅନେକ ଥର ଏକା ସାଥିରେ ବହରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ତାଙ୍କ ଲିଭ ଇନ ସମ୍ପର୍କ ପରେ ବିବାହର ସମ୍ପର୍କ ଚର୍ଚ୍ଚାକୁ ଆସିଲେ ସେତେବେଳେ ଏହି ଯୋଡିଙ୍କ ବ୍ରେକଅପ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ସୈଫ୍ ଅଲି ଖାନ-କରୀନା କପୁର ଖାନ:
ସୈଫ୍ ଅଲି ଖାନ ଏବଂ କରୀନା କପୁର ଖାନଙ୍କ ସମ୍ପର୍କ ସେ ସମୟରେ ଅନେକ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଦୁଇଜଣ ବିବାହ ପୂର୍ବରୁ ଲିଭ ଇନ ସମ୍ପର୍କରେ ଥିଲେ। କରିନା ଏହା ଉପରେ ଥରେ କହିଥିଲେ ଯେ, ମୁଁ ନିଜେ ଲିଭ ଇନ ଫର୍ମୁଲାକୁ ଚେଷ୍ଟା କରିଛି ଏବଂ ଇଭ ଇନ ରେ ରହିଛି। ମୋ ନିଜ ଅନୁଭବରୁ ଆଧୁନିକ ଭାରତୀୟ ଯୋଡିଙ୍କ ପାଇଁ ପରାମର୍ଶ ଦେଇ ପାରିବି।
ଆମିର ଖାନ- କିରଣ ରାଓ:
ଆମିର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ଲିଭ ଇନରେ ରହିଥିଲେ। ଅଭିନେତା ଅମିର ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ ଯେ, ବିବାହ ପୂର୍ବରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଲିଭ ଇନ ସମ୍ପର୍କରେ ରହିଥିଲେ।
ବୋନି କପୁର-ଶ୍ରୀଦେବୀ:
ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ ପ୍ରସଙ୍ଗ ସେସମୟରେ ବହୁତ ଚର୍ଚ୍ଚାରେ ରହୁଥିଲା। ଶ୍ରୀଦେବୀ ବିବାହ ପୂର୍ବରୁ ମାଆ ହୋଇଥିଲେ, ଯାହା ପରେ ସେ ବୋନିଙ୍କ ଘରକୁ ସିଫ୍ଟ ହୋଇଯାଇଥିଲେ। ପରେ ତାଙ୍କ ବିବାହ ହୋଇଯାଇଥିଲା। ସେତେବେଳକୁ ବୋନି ନିଜ ପ୍ରଥମ ପତ୍ନୀ ଏବଂ ପିଲାଙ୍କ ଠାରୁ ଅଲଗା ହୋଇ ସାରିଥିଲେ।
ଅଭୟ ଦେଓଲ-ପ୍ରୀତି ଦେଶାଇ:
ଏକ ଟାକ ଶୋରେ ଅଭିନେତା ଅଭୟ ଦେଓଲ ପୂର୍ବ ମିସ ଗ୍ରେଟ ବ୍ରିଟେନ ପ୍ରୀତି ଦେଶାଇଙ୍କ ସହିତ ଲିଭ ଇନ ସମ୍ପର୍କ ବିଷୟରେ ନିଜର ନୀରବତା ଭାଙ୍ଗିଥିଲେ। ଦୁଇଜଣଙ୍କୁ ଏହି ସମ୍ପର୍କ ଦୀର୍ଘ ସମୟ ଚାଲି ପାରିନଥିଲା। ସେ ଦୁଇଜଣ ଖୁବଶୀଘ୍ର ଅଲଗା ହୋଇଯାଇଥିଲେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |