ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ତୁ ତୁ ମେ ମେ ହେବା , ଝଗଡ଼ା ହେବା ସାଧାରଣ କଥା। ଫିଲ୍ମ ଦୁନିଆରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ପରସ୍ପର ମଧ୍ୟରେ ସମ୍ପର୍କ ସର୍ବଦା ତିକ୍ତ ରହୁଥାଏ। କେତେବେଳେ ଫିଗରକୁ ନେଇ ତ କେତେବେଳେ ଫିଲ୍ମକୁ ନେଇ ପ୍ରତିଯୋଗିତା ଲାଗି ରହିଥାଏ। ଏମିତି ହିଁ ଦୁଇଜଣ ଅଭିନେତ୍ରୀ କରୀନା କପୁର ଏବଂ ବିଦ୍ୟାବାଲାନ। ବାସ୍ତବରେ କରୀନା କପୁର ବିଦ୍ୟା ବାଲାନଙ୍କୁ ସର୍ବସାଧାରଣରେ ପରିହାସ କରିଥିଲେ।
କହିବାକୁ ଗଲେ କରୀନାଙ୍କ ପାଇଁ ଏହା କୌଣସି ନୁଆଁ କଥା ନୁହଁ। ପୂର୍ବରୁ କରୀନା ଏକ ଇଣ୍ଟରଭିଉ ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର ମଧ୍ୟ ମଜାକ ଉଡାଇଥିଲେ। ସେ ଐଶ୍ୱର୍ଯ୍ୟାଙ୍କୁ ବୃଦ୍ଧ ଅଭିନେତ୍ରୀ ବୋଲି କହିଥିଲେ। ଏହା ସେ ସମୟର କଥା ଯେତେବେଳେ ଐଶ୍ୱର୍ଯ୍ୟା ମଧୁର ଭଣ୍ଡାରକରଙ୍କ ଚଳଚ୍ଚିତ୍ର “ହିରୋଇନ”କୁ ଗର୍ଭବତୀ ଥିବା କାରଣରୁ ହାତଛଡା କରିଥିଲେ। ପରେ ଏହି ଫିଲ୍ମ କରୀନା କାପୁରଙ୍କ ଦ୍ଵାରା ଅଭିନୀତ ହୋଇଥିଲା।
ବିଦ୍ୟାବଲାନଙ୍କ ଫିଗରର ମଜାକ ଉଡାଇବାକୁ ଯାଇ କରୀନା ତାଙ୍କୁ ମୋଟା ବୋଲି କହି ଦେଇଥିଲେ। ଏହା ସେସମୟର କଥା ଯେତେବେଳେ ବିଦ୍ୟାବାଲାନ ଫିଲ୍ମ “Dirty Picture”ରେ କାମ କରୁଥିଲେ। ଏହି ଫିଲ୍ମ ପାଇଁ ବିଶେଷ ଭାବରେ ବିଦ୍ୟା ନିଜ ଓଜନ ବଢ଼ାଇ ଥିଲେ।
ଏକ ଇଭେଣ୍ଟ ସମୟରେ କରୀନା କାପୁର କହିଥିଲେ ଯେ ମୋଟା ହେବା କୌଣସି ପ୍ରକାରର ସେକ୍ସି ହେବାକୁ ବୁଝାଏ ନାହିଁ। ଯେଉଁ ମହିଳା ଏପରି କହୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା କଥା। ସେକ୍ସି ହେବା ଏବଂ ମୋଟା ହେବା ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ କଥା।
ମାତ୍ର ଏତିକି ନୁହଁ କରୀନା, ବିଦ୍ୟା ବାଲାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯଦି କୌଣସି ମହିଳା କହୁଛନ୍ତି ଯେ ସେ ପତଳା ହେବାକୁ ଚାହୁଁ ନାହାନ୍ତି ତେବେ ଏହା ଏକ ନିର୍ବୋଧତା। ପତଳା ହେବା ପ୍ରତ୍ୟେକ ଝିଅର ସ୍ୱପ୍ନ ହୋଇଥାଏ।
କରୀନା କପୁର ଏଠାରେ ଅଟକି ନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଯଦିଓ କିଛି ଅଭିନେତ୍ରୀ ନିଜର ମୋଟାପଣକୁ ଦେଖାଇ ଗର୍ବିତ ଅନୁଭବ କରୁଛନ୍ତି, ହେଲେ ମୁଁ କୌଣସି ଭାବରେ ମୋଟା ହେବାକୁ ଚାହୁଁନାହିଁ।
ପରେ ବିଦ୍ୟା ବାଲାନ ମଧ୍ୟ କରୀନା କପୁରଙ୍କୁ ନିଜ ଶୈଳୀରେ ଜବାବ ଦେଇଥିଲେ। ବିଦ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ ଏହା ‘The Dirty Picture’ ଠାରୁ ଅଧିକ Dirty ହୋଇପାରିବ ନାହିଁ। ସେ ‘ହିରୋଇନ୍’ ପରି ଏକ ଚଳଚ୍ଚିତ୍ର ନିର୍ମାଣ କରିପାରନ୍ତି, କିନ୍ତୁ କେହି ବି ‘The Dirty Picture’ ତିଆରି କରିବାରେ ସମର୍ଥ ହେବେ ନାହିଁ।
୨୦୦୮ ରେ ୟଶରାଜ ଷ୍ଟୁଡିଓର ‘ଟଶନ’ରେ କରୀନା କପୁରଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଫିଲ୍ମ ପାଇଁ କରୀନା ନିଜ ଫିଗର ସାଇଜକୁ ଜିରୋ କରିଥିଲେ। ସେତେବେଳେ ଜିରୋ ସାଇଜ ଫିଗରର ଟ୍ରେଣ୍ଡ ମଧ୍ୟ ଚାଲିଥିଲା।
ଏଥିସହିତ ମିଡ଼ିଆରେ ଜିରୋ ସାଇଜ ଫିଗରକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଥିଲା। ସାଇଜ ଜିରୋ ଫିଗର କରିବା ପାଇଁ ଅଭିନେତ୍ରୀମନେ ଅତ୍ୟଧିକ ପରିଶ୍ରମ ମଧ୍ୟ କରୁଥିଲେ।
ସେପଟେ ଅନ୍ୟ ପକ୍ଷ କରୀନାଙ୍କୁ ତାଙ୍କ ଫିଟନେସ୍ ଏବଂ ଡାଏଟ୍ ହେଲଥକୁ ସମର୍ଥନ କରିଥିବାରୁ ପ୍ରଶଂସା ମଧ୍ୟ କରିଥିଲେ। ଏଥିସହିତ ବଲିଉଡରେ ସାଇଜ୍ ଜିରୋର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଥିଲା। ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ଅଭିନେତ୍ରୀମାନେ ଏହି ଟ୍ରେଣ୍ଡକୁ ଗ୍ରହଣ କରୁଥିଲେ |