ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅତ୍ମୀୟତା ପ୍ରସଙ୍ଗକୁ ନେଇ ବିବାଦ ଚାଲିଥିବା ବେଳେ ସାଉଥ ଫିଲ୍ମ ମଧ୍ୟ ଏଥିରୁ ବାଦ ପଡ଼ିନି। ବଲିଉଡ ସହିତ ସାଉଥ ଜଗତର ସିକ୍ରେଟ ଏବେ ବାହାରକୁ ଆସୁଛି। ସେ ଅତ୍ମୀୟତା ପ୍ରସଙ୍ଗ ହେଉ କି କାଷ୍ଟିଙ୍ଗ କାଉଚ୍ ସମ୍ୱନ୍ଧୀୟ କାରନାମା ହେଉ ଏହା କେବଳ ବଲିଉଡ ନୁହଁ ସାଉଥ ଫିଲ୍ମ ଜଗତରେ ମଧ୍ୟ ଦେଖିବାକୁ ମିଳେ। ୮୦ ଓ ୯୦ ଦଶକର ପ୍ରତିଷ୍ଠିତ ଦକ୍ଷିଣ ଅଭିନେତ୍ରୀ ନିଶା ନୁର କାଷ୍ଟିଙ୍ଗ କାଉଚ୍ ସହ ପ୍ରତାରଣାର ଶିକାର ହୋଇଥିଲେ।
ସେସମୟରେ ନିଶାଙ୍କ ଲୋକପ୍ରିୟତା ଏତେ ଅଧିକ ମାତ୍ରାରେ ଥିଲା ଯେ ତାଙ୍କ ସହିତ ରଜନୀକାନ୍ତ ଏବଂ କମଲ ହାସନ ପରି ବଡ଼ ତାରକାମାନେ କାମ କରିବାକୁ ଚାହୁଁଥିଲେ। ମାତ୍ର ଏହି ନିଶା ପରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ମୃତ୍ୟୁ ସମୟରେ କେବଳ ଏକ ଅସ୍ତିର ଗଠନ ରହିଯାଇଥିଲା।
ସେପ୍ଟେମ୍ବର ୧୮, ୧୯୬୨ ମସିହା ତାମ୍ବରାମ ଠାରେ ଜନ୍ମ ଗ୍ରହଣ କରିଥିଲେ ନିଶା। ନିଶା ୮୦ ଏବଂ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। ସେ ୧୯୮୦ରେ “ମଙ୍ଗଳା ନାଗି” ଫିଲ୍ମରେ ଅଭିନୟ କରି ନିଜର କାରୀୟର ଆରମ୍ଭ କରିଥିଲେ। ଏହା ପରେ ସେ ବହୁତ ହିଟ ଫିଲ୍ମ ଦେଇଥିଲେ।
ନିଶାଙ୍କ ଅଭିନୀତ ୧୯୮୧ ରେ “ଟିକ ଟିକ ଟିକ” , ୧୯୮୬ ରେ “କଲ୍ୟାଣ ଆଗାଟିଗାଲ” ଏବଂ ୧୯୯୦ ରେ “ଆଇୟର ଦି ଗ୍ରେଟ” ସହିତ ଆହୁରି ଅନେକ ଫିଲ୍ମକୁ କେବଳ ପ୍ରଶଂସା କରାଯାଇ ନଥିଲା ଲୋକମାନେ ଟିକେଟ କିଣିବା ପାଇଁ ଏହାର ଝରକାକୁ ଭାଙ୍ଗି ପକାଇଥିଲେ।
ହେଲେ କିଛି ବର୍ଷ ପରେ ହଠାତ ନିଶାଙ୍କ ପାଖକୁ କାମ ଆସିବା ବନ୍ଦ ହୋଇଯାଇଥିଲା ଯେଉଁଥିପାଇଁ ତାଙ୍କୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିଥିଲା। ଧୀରେ ଧୀରେ ଚଳଚ୍ଚିତ୍ର ଜଗତର ରୂପେଲି ପରଦାରୁ ସହିତ ଲୋକଲୋଚନରୁ ମଧ୍ୟଅଦୃଶ୍ୟ ହୋଇଯାଇଥିଲେ ନିଶା।
କୁହାଯାଏ କି ଜଣେ ଚଳଚ୍ଚିତ୍ର ନିର୍ମାତା ଅର୍ଥ ପ୍ରଲୋଭନ ଦେଖାଇ ନିଶାଙ୍କୁ ବେଶ୍ୟା ବୃତ୍ତିଆଡ଼କୁ ଠେଲି ଦେଇଥିଲେ। ପରେ କୌଣସି ଉପାୟ ନପାଇ ନିଶା ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇଥିଲେ। ନିଶାଙ୍କ ପରିସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗିଲା। ଏପରିକି ଫିଲ୍ମ ଜଗତର କୌଣସି ସଦସ୍ୟ ତାଙ୍କୁ ଦେଖିବା ପାଇଁ ମଧ୍ୟ ଆସିନଥିଲେ।
କ୍ରମଶଃ ନିଶାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ରାସ୍ତା କଡରେ ତାଙ୍କୁ ଶୋଚନୀୟ ଅବସ୍ଥାରେ ଦେଖିବାକୁ ପାଇଥିଲେ ଲୋକେ। ନିଶାଙ୍କ ଶେଷ ସମୟରେ ଆଖ ପାଖ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ନିଶାଙ୍କୁ ଏଡ଼ସ ଥିବାର ଜଣାପଡିଥିଲା।
୨୦୦୭ ରେ ଏକ ଏନଜିଓ ମୁସଲିମ ମୁନେତ୍ର କଡ଼ଗମ ନିଶାଙ୍କୁ ଅତି ଦୟନୀୟ ଅବସ୍ଥାରେ ଦର୍ଗା ସମ୍ମୁଖରେ ପାଇଥିଲେ। ସେତେବେଳେ ତାଙ୍କ ଶରୀରରେ କେବଳ କଙ୍କାଳରେ ପରିଣତ ହୋଇ ଯାଇଥିଲା। ଏହି ଏନଜିଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ମାତ୍ର କିଛି ଦିନ ପରେ ନିଶା ସେଠାରେ ଆତ୍ମହତ୍ୟା କରିଥିଲେ।
୨୦୦୭ ମସିହାରେ ମାତ୍ର ୪୪ବର୍ଷ ବୟସରେ ନିଶା ମୃତ୍ୟୁ ବରଣ କରିଥିଲେ। ଯେତେବେଳେ ସେ ଦର୍ଗା ସମ୍ମୁଖରେ ମିଳିଥିଲେ ତାଙ୍କ ଶରୀରରେ କୀଟ ଏବଂ ପିମ୍ପୁଡି ଲାଗିଯାଇଥିଲା।
ନିଶା ନୁର ଇଲାମାଇ କୋଲାମ, ଇନିମାଇ ଇଡୋ ଇଡୋ, ଅଭାଲ ସୁମଙ୍ଗଲିତନ, ଶ୍ରୀ ରାଘବେନ୍ଦ୍ର, ଚୁଭାପୁ ନାଡା, ‘ମିମିକ ଆକ୍ସନ 500’, ମିମିକ୍ସ ପ୍ୟାରେଡ ଏବଂ ଇଙ୍କକାଗା କାଥିରୋ ଭଳି ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।