କୌଣସି ଦେଶ ପାଇଁ ତା’ର ନାଗରିକ କିମ୍ବା ଶରଣାର୍ଥୀ ମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥାଏ। ଦୁନିଆରେ ଏମିତି ଅନେକ ଦେଶ ରହିଛି ଯିଏ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇ ତାଙ୍କର କଷ୍ଟ କମ କରିବାକୁ ଚେଷ୍ଟା କରିଥାନ୍ତି। ଏଥିରେ ଭାରତ ମଧ୍ୟ ଶାମିଲ ରହିଛି। କିନ୍ତୁ କିଛି ଦେଶ ଏପରି ଅଛନ୍ତି ଯେଉଁମାନେ ନିଜର ଲୋକମାନଙ୍କ ଉପରେ ନିର୍ଯ୍ୟାତନା ଦେଇଥାନ୍ତି ଯେ ସାମ୍ନାରେ ଥିବା ମଣିଷ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶରେ ଶରଣ ନେବା ପାଇଁ ବାଧ୍ୟ ହୋଇଯାନ୍ତି। ଭାରତକୁ ଅନେକ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀ ହୋଇ ଆସିଥିଲେ। ହୁଏତ ବେଆଇନ ଉପାୟରେ ଆସିଥିଲେ କିନ୍ତୁ ଦେଶ ତାଙ୍କୁ ରହିବାକୁ ସ୍ଥାନ ଦେଇଥିଲା।
କିନ୍ତୁ ବର୍ତ୍ତମାନ ମିଆଁମାରର ସୈନିକ ମାନେ କିଛି ଏପରି ଖୁଲାସା କରିଛନ୍ତି ଯେ, ଯାହାପରେ ଏହି ମୁସଲମାନ ମାନଙ୍କର ପଳାଇ ଆସିବାର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ସୈନିକଙ୍କ ଖୁଲାସା ମୁତାବକ ମିଆଁମାର ସରକାର ଦେଶରୁ ଆତଙ୍କବାଦୀ ଶେଷ କରିବା ପାଇଁ ଅନେକ ରୋହିଙ୍ଗ୍ୟା ମୁସଲମାନ ମାନଙ୍କ ଗାଁକୁ ଜଳାଇ ଦେବା ସହିତ ସାମ୍ନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିର ହତ୍ୟାର ଆଦେଶ ଦେଇଥିଲା।
ଏହାପରେ ସେଠାରେ ହଜାର ହଜାର ରୋହିଙ୍ଗ୍ୟା ମୁସଲମାନଙ୍କୁ ହତ୍ୟା କରିଦିଆ ଯାଇଥିଲା। ସବୁଠୁ ଖରାପ କଥା ଏହା ଯେ, ଏମାନଙ୍କ ମଧ୍ୟରେ ଶାମିଲ ରହିଥିବା ମହିଳା ମାନଙ୍କ ସହିତ ପ୍ରଥମେ ବଳାତ୍କାର କରାଯାଇଥାଏ ଏବଂ ପରେ ସେମାନଙ୍କୁ ନିଆଁ ଲଗାଇ ପୋଡି ଦିଆଯାଉଥିଲା। ଏହି କାରଣରୁ ମିଆଁମାରରୁ ପାଖାପାଖି ୭ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ଏବଂ ଭାରତରେ ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଥିଲେ।
ମିଆଁମାରର ଦୁଇଜଣ ସୈନିକ ନିଜ ଦେଶର ସରକାରଙ୍କ ବରୋଧରେ ମୋର୍ଚ୍ଚା ଖୋଲିବା ସହିତ ଏହି ଭୟାନକ ଖୁଲାସା କରିଥିଲେ। ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଏହି ଦେଶରେ କେତେ ନିର୍ଯ୍ୟାତନା ଦିଆଗଲା ଏହା ତାଙ୍କ ଖୁଲାସାରୁ ସ୍ପଷ୍ଟ ହୋଇ ଯାଇଛି।
ଏହି ଦୁଇଜଣ ସୈନିକ କହିଛନ୍ତି ଯେ, ସେ ମଧ୍ୟ ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ମାରିବାରେ ଶାମିଲ ଥିଲେ। ସେ କହିଥିଲେ ଯେ ମିଆଁମାର ସରକାର ଆତଙ୍କବାଦର ମୂଳଦୁଆକୁ ଶେଷ କରିଦେବା ପାଇଁ ଏହି ସମୁଦାୟକୁ ଶେଷ କରିବାର ନିଷ୍ପତ୍ତି କରିଥିଲେ। ଏଥିପାଇଁ ସେ କାହାକୁ ମଧ୍ୟ ମାରିବାକୁ ସ୍ୱାଧୀନତା ଦେଇଥିଲେ।
ତାଙ୍କୁ ରୋହିଙ୍ଗ୍ୟାଙ୍କ ପ୍ରତ୍ୟେକ ଗ୍ରାମକୁ ଜଳାଇ ଦେବାର, ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାରିଦେବାର ସ୍ଵାଧୀନତା ଦିଆଗଲା। ସୈନିକ ମାନେ ଏମାନଙ୍କ ଗାଁକୁ ଯାଇଥାନ୍ତି ଏବଂ ଲୋକଙ୍କର ହତ୍ୟା କରିଦିଅନ୍ତି। କେବଳ ଏତିକି ନୁହେଁ ସେଠାରେ ଥିବା ମହିଳାଙ୍କ ସହିତ ସାମୂହିକ ଦୁଷ୍କର୍ମ କରାଯାଇଥାଏ ଏବଂ ଏପରେ ମହିଳା ମାନଙ୍କୁ ଜୀବନ୍ତ ଜଳାଇ ମାରି ଦିଆଯାଇଥାଏ।
ଏହି ଦୁଇଜଣ ସୈନିକ ୩୩ ବର୍ଷର ମେଜର ବିନ ଟୁନ ଏବଂ ୩୦ ବର୍ଷର ଜାଭ ନାଇଙ୍ଗ ଟୁନ କହିଛନ୍ତି ଯେ ଅଗଷ୍ଟ ୨୦୧୭ରେ ଏହି ଆଦେଶ ଜାରି କରାଯାଇଥିଲା। ଏହାପରେ ସେଠାରେ ହତ୍ୟା କରାଯିବା ଆରମ୍ଭ ହୋଇଯାଇଥିଲା। ମିଡିଆକୁ ଏଥିରୁ ଦୂରରେ ରଖାଗଲା ଏବଂ ଏହି ଅବସରରେ ପାଖାପାଖି ୭ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ନିଜ ଦେଶ ଛାଡି ବାଂଲାଦେଶ ଏବଂ ଭାରତକୁ ଚାଲି ଆସିଥିଲେ।
୨୦୧୭ର ଏହି ଆଦେଶ ପରେ ରୋହିଙ୍ଗ୍ୟା ମୁସଲମାନ ମାନଙ୍କ ଗାଁ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ସୈନିକ ସେଠାକୁ ଯାଉଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହତ୍ୟା କରି ଦେଇଥିଲେ। ତାଙ୍କୁ ଘର ଭିତରେ ଜୀବନ୍ତ ଜଳାଇ ଦିଆଯାଉଥିଲା। ମିଆଁମାରରେ କଣ ହେଉଛି, ଏହାର ସୂଚନା କାହାରିକୁ ନଥିଲା।
ଯେତେବେଳେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ଦେଶ ଛାଡି ପଳାଇ ଆସିଲେ ସେତେବେଳେ ଏହି କଥାର ଖୁଲାସା ହୋଇଥିଲା। ୟୁଏନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ବର୍ତ୍ତମାନ ସମୟରେ ଏହି ଦୁଇଜଣ ସୈନିକଙ୍କର ବୟାନକୁ ଆଧାର ବନାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ମିଆଁମାର ସରକାର ଏହି ସମସ୍ତ ଆରୋପକୁ ଅସ୍ବୀକାର କରି ଦେଇଛି। ତାଙ୍କ କହିବା କଥା ଯେ, ସେ ଏମିତି କୌଣସି ଆଦେଶ ଦେଇ ନଥିଲେ। ସେ ଏହି ସବୁ ଆରୋପକୁ ମିଛ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହି ମାମଲା ଅନ୍ତର୍ଜାତୀୟ କୋର୍ଟ ଅଫ ଜସ୍ଟିସ ଅଧୀନରେ ଚଲା ଯାଉଛି।
ସୂଚନାଯୋଗ୍ୟ ଯେ, ମିଆଁମାରରେ ବହୁ ବର୍ଷରୁ ରହିଆସୁଥିବା ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ସେଠାକାର ସମସ୍ତ ଅଧିକାରରୁ ବଞ୍ଚିତ କରିଦିଆ ଯାଇଛି। ୧୯୮୨ପରେ ଲୋକଙ୍କର ଦେଶରେ ବେଆଇନ ଉପାୟରେ ରହୁଥିବାର କୁହାଯାଇଥିଲା। ସ୍ୱତଃ ସେମାନଙ୍କର ସମସ୍ତ ଅଧିକାର ଏବଂ ନାଗରିକଙ୍କର ମୌଳିକ ଅଧିକାର ଛଡାଇ ନିଆଗଲା।