ଏଥିରୁ ଦୂରେଇ ରୁହନ୍ତୁ ନହେଲେ ହୋଇପାରେ ସମସ୍ୟା:
ଉର୍ଜା ଅର୍ଥାତ ଶକ୍ତି ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ପଢିଥିବେ। ଏହା ପଜିଟିଭ ଏବଂ ନେଗେଟିଭ ଉଭୟ ହୋଇଥାଇ ପାରେ। ବାସ୍ତୁ ଶାସ୍ତ୍ରରେ ଏହି ବିଷୟରେ ବିସ୍ତାରପୂର୍ବକ କୁହାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏନର୍ଜୀର ଜୀବନ ଉପରେ ଗଭୀର ପ୍ରଭାବ ରହିଥାଏ। ଖାଲି ଏତିକି ନୁହେଁ ବାସ୍ତୁରେ ଏମିତି କିଛି ବାସ୍ତୁ ବିଷୟରେ କୁହାଯାଇଛି ଯାହାକୁ ଦେବା କିମ୍ବା ନେବା ପୂର୍ବରୁ ଥରେ ବିଚାର କରିନେବା ଜରୁରୀ ହୋଇଥାଏ। କିନ୍ତୁ ଯଦି କାହାଠାରୁ ଋଣ ନେଉଛନ୍ତି ତେବେ ଏହି ଜିନିଷ ଗୁଡିକ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଅନ୍ୟଥା ଋଣ ନିଆଯାଇଥିବା ଏହି ଜିନିଷ ଗୁଡିକ ଜୀବନରେ ଅସ୍ଥିରତା ଆଣିଦେଇଥାଏ।
ଋଣରେ ନେଇଥିବା ଏହି ବସ୍ତୁ ଆଣି ଦେଇଥାଏ ଦୁର୍ଭାଗ୍ୟ:
ବାସ୍ତୁଶାସ୍ତ୍ର ଅନୁସାରେ କେବେ ହେଲେ ଅନ୍ୟର ପିନ୍ଧିଥିବା ବସ୍ତ୍ର ନିଜେ ପିନ୍ଧିବା ଉଚିତ ନୁହେଁ। କୁହାଯାଏ ଯେ, ଅନ୍ୟର ପିନ୍ଧିଥିବା ବସ୍ତ୍ର ପିନ୍ଧିଲେ ନେଗେଟିଭ ଏନର୍ଜୀ ଆମ ଭିତରକୁ ଆସିଯାଇଥାଏ। ସେଥିପାଇଁ ସବୁବେଳେ ଅନ୍ୟର କପଡା ପିନ୍ଧିବା ଠାରୁ ଦୂରେଇ ରହିବା ଜରୁରୀ ହୋଇଥାଏ। କିନ୍ତୁ ଯଦି କୌଣସି ଜରୁରୀ କାର୍ଯ୍ୟ ପାଇଁ କିମ୍ବା କୌଣସି ଶୁଭ କାର୍ଯ୍ୟ ପାଇଁ ଯାଉଛନ୍ତି ତେବେ ଭୁଲରେ ମଧ୍ୟ ଅନ୍ୟର ବ୍ୟବହୃତ ବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହା ମଣିଷ ପାଇଁ ଦୁର୍ଭାଗ୍ୟ ଆଣିଦେଇଥାଏ। ଏହାଦ୍ୱାରା ହେଉଥିବା କାର୍ଯ୍ୟ ମଧ୍ୟ ବିଗିଡି ଯାଇଥାଏ। ଏଥିସହିତ ମାନସିକ ଚାପ ମଧ୍ୟ ବୃଦ୍ଧି ପାଇଥାଏ।
ଏହି ଜିନିଷକୁ କେବେହେଲେ ଋଣ ହିସାବରେ ଦିଅନ୍ତୁ ନାହିଁ:
ବାସ୍ତୁଶାସ୍ତ୍ର ମୁତାବକ ଶଙ୍ଖ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଅଟନ୍ତି। ଏଥିପାଇଁ ଆପଣ କେବେ କାହାକୁ ଶଙ୍ଖ ଦିଅନ୍ତୁ ନାହିଁ କି କାହାଠାରୁ ନିଅନ୍ତୁ ନାହିଁ। ମାନ୍ୟତା ରହିଛି ଯେ, ଯେତେବେଳେ ଆପଣ ନିଜ ଘରେ ବ୍ୟବହାର କରୁଥିବା ଶଙ୍ଖ କାହାକୁ ଦେଉଛନ୍ତି ତେବେ ଆପଣ ନିଜର ଜୀବନ ଏବଂ ସମ୍ପତ୍ତି ମଧ୍ୟ ତାଙ୍କୁ ପ୍ରଦାନ କରୁଛନ୍ତି। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏଥିପାଇଁ ଭୁଲରେ ମଧ୍ୟ କେବେହେଲେ ନିଜ ବ୍ୟବହୃତ ଶଙ୍ଖ କାହାକୁ ଦିଅନ୍ତୁ ନାହିଁ। ଯଦି ଏପରି କିଛି ସ୍ଥିତି ଆସେ ଆପଣଙ୍କୁ କାହାରିକୁ ଶଙ୍ଖ ଦେବାକୁ ପଡେ ତେବେ ସେ ଫେରାଇବା ପରେ ଶଙ୍ଖକୁ ଗଙ୍ଗାଜଳରେ ଧୋଇ ଏହାର ପ୍ରୟୋଗ କରନ୍ତୁ। ଅନ୍ୟଥା ଜୀବନରେ ଏକା ସାଙ୍ଗରେ ଅନେକ ସମସ୍ୟା ଆସିଯାଇଥାଏ।
ଏହାକୁ କେବେହେଲେ ଦିଅନ୍ତୁ ନାହିଁ, ଦେଖାଦେଇଥାଏ ଅର୍ଥାଭାବ:
ବାସ୍ତୁଶାସ୍ତ୍ର ଅନୁସାରେ ଯଦି କେବେ କାହା ଠାରୁ କଲମ ମାଗୁଛନ୍ତି ତେବେ କଲମଟି ତାଙ୍କୁ ତୁରନ୍ତ ଫେରାଇ ଦିଅନ୍ତୁ। କାରଣ ଅନେକ ଥର ଏମିତି ହୋଇଥାଏ ଆମେ କୌଣସି ବ୍ୟକ୍ତି ଠାରୁ1 କଲମ ନେବା ପରେ ଫେରାଇବାକୁ ଭୁଲିଯାଇଥାନ୍ତି। ଏହାଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ବଢିଯାଇଥାଏ। ଏଥିସହିତ ନିବେଶ ସମ୍ବନ୍ଧୀୟ ମାମଲାରେ ମଧ୍ୟ ଟଙ୍କା କ୍ଷତି ହୋଇଥାଏ। ସେଥିପାଇଁ ଧ୍ୟାନ ରଖନ୍ତୁ ଯଦି ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ କାହାଠାରୁ କଲମ ନେବାକୁ ମଧ୍ୟ ପଡିଥାଏ ତେବେ କାମ ସରିବା ପରେ ତୁରନ୍ତ ଏହାକୁ ଫେରାଇ ଦିଅନ୍ତୁ।
ଏହାକୁ କାହାରି ସହିତ ସେୟାର କରନ୍ତୁ ନାହିଁ:
ବାସ୍ତୁଶାସ୍ତ୍ର ଅନୁସାରେ, କେବେହେଲେ ଅନ୍ୟ କାହାରି ବେଡରୁମ ବ୍ୟବହାର କରନ୍ତୁ ନାହିଁ। ମାନ୍ୟତା ରହିଛି ଯେ, ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ବଢ଼ିଥାଏ। ଏହାଦ୍ୱାରା ବ୍ୟକ୍ତିର ଜୀବନରେ ପ୍ରତ୍ୟେକ ଦିଗରେ ନିରାଶା ଛାଇ ହୋଇଯାଏ। ଏଥିସହିତ ଧନ ସମ୍ବନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ। କୁହାଯାଏ କେତେଥର ଏମିତି ପରିସ୍ଥିତି ହୋଇଯାଇଥାଏ ଯେ ଅନ୍ୟଠାରୁ ନେଇଥିବା ଋଣ ଫେରାଇବା ଅସମ୍ଭବ ହୋଇପଡ଼ିଥାଏ। ଆର୍ଥିକ ସ୍ଥିତିରେ ଅବନତି ହୋଇଯାଇଥାଏ। କାର୍ଯ୍ୟକ୍ଷେତ୍ର ହେଉ କିମ୍ବା ପରିବାର ଚାରିଆଡେ ବାଦ ବିବାଦ ହୋଇଥାଏ। ଅର୍ଥାତ ଜୀବନ ସଂପୂର୍ଣ୍ଣ ଭାବରେ ଅସ୍ଥାୟୀ ହୋଇଯାଇଥାଏ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |