ହ୍ରିତିକ ରୋଶନଙ୍କ ଫିଲ୍ମ ‘କୋଇ ମିଲ ଗୟା’ କୁ ଦୀର୍ଘ ୧୭ ବର୍ଷ ପୂର୍ଣ୍ଣ ହୋଇଯାଇଛି। ଏହି ଅବସରରେ ସେ ଏଲିୟାନ ବନ୍ଧୁ ‘ଜାଦୁ’କୁ ମନେ ପକାଇଥିଲେ। ରାକେଶ ରୋଶନ ନିର୍ଦେଶୀତ ଫିଲ୍ମ ‘କୋଇ ମିଲ ଗୟା’ ୨୦୦୩ ମସିହାରେ ରିଲିଜ ହୋଇଥିଲା, ଏଥିରେ ହ୍ରିତିକ ରୋଶନଙ୍କୁ ଏଲୀୟନ ବନ୍ଧୁ ‘ଜାଦୁ’ଠାରୁ ସୁପର ପାୱାର ମିଳିଥାଏ।
ଏହି ଫିଲ୍ମକୁ ମନେ ପକାଇବାକୁ ଯାଇ ହ୍ରିତିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ ଯେ,” କିଛି ବନ୍ଧୁ ସ୍ପେସ ଏବଂ ସମୟକୁ ଦର୍ଶାଇଥାନ୍ତି। ଆଶା ରହିଛି ଯେ କୌଣସି ଦିନ ସେ ପୁନଃ ସାକ୍ଷାତ ହେବେ। କୋଇ ମିଲ ଗୟା। ଧନ୍ୟବାଦ ପାପା ଏହାକୁ କରିବା ପାଇଁ ଯେତେବେଳେ ସମସ୍ତେ ଆପଣଙ୍କୁ କହୁଥିଲେ କଣ ତୁମେ ପାଗଳ ହୋଇଯାଇଛ ସେତେବେଳେ ମୋ ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ।”
ହ୍ରିତିକ ରୋଶନ ଶେଷ ଥର ପାଇଁ ୟଶରାଜ ଫିଲ୍ମରେ ଦେଖାଦେଇଥିଲେ। କରୋନା ସମୟରେ ବର୍ତ୍ତମାନ ପାଇଁ ସେ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ଯେଉଁ ଘରେ ହ୍ରିତିକ ରୋଶନ ନିଜ ପିଲାଙ୍କ ସହିତ ସମୟ ବିତାଉଛନ୍ତି ଜାଣନ୍ତୁ ଭିତରୁ କେମିତି ଦେଖାଯାଏ ସେହି ଘର।
ହ୍ରିତିକ ରୋଶନଙ୍କର ଜୁହୁ ମୁମ୍ବାଇ ସ୍ଥିତ ନିଜ ୩୦୦୦ ବର୍ଗମିଟର ଆୟତନର ଗୃହରେ ରହିଥାନ୍ତି। ତାଙ୍କର ଏହି ଘର 4BHK ବିଶିଷ୍ଟ ଅଟେ ଯେଉଁଥିରେ ଦୁଇଟି ବେଡରୁମ ରହିଛି।
ଏଥିରେ ହ୍ରିତିକ ରୋଶନଙ୍କର ଏକ ଅଫିସ ରୁମ ମଧ୍ୟ ରହିଛି। ଯାହା ପେଣ୍ଟିଙ୍ଗ ଏବଂ କାଠ ତିଆରି ଉପକରଣରେ ସାଜସଜ୍ଜା ହୋଇ ରହିଛି। ଏହାଛଡା ତାଙ୍କ ଘରେ ଅନେକ ପ୍ରକାରର ରଙ୍ଗବେରଙ୍ଗ ପଥର ଦ୍ୱାରା ସଜା ହୋଇଛି। ଯାହା ଉପରେ ମୋଟିଭେସନଲ କୋଟେଶନ ମଧ୍ୟ ଲେଖା ହୋଇ ରହିଛି। ହ୍ରିତିକଙ୍କ ମୁତାବକ ଏହି ପଂକ୍ତି ଗୁଡିକ ପଢି ସେ ବହୁ ପରିମାଣରେ ଅନୁପ୍ରାଣିତ ହୋଇଥାନ୍ତି। ଏଥିମଧ୍ୟରୁ ତାଙ୍କର ସବୁଠୁ ପ୍ରିୟ ପଂକ୍ତିଟି ହେଉଛି,”All you need is love…. and a dog”।
ହ୍ରିତିକଙ୍କ ଘରର କାନ୍ଥ ହେଉଛି ଇନଫିନିଟି ୱାଲ୍ ଯେଉଁଥିରେ ସେଇ ଚିହ୍ନ ହିସାବରେ ସାଜ୍ଜସଜ୍ଜା କରାଯାଇଛି। ହ୍ରିତିକଙ୍କ ଘରେ ଗୋଟିଏ ପିଆନୋ ମଧ୍ୟ ରହିଛି ଯାହା ଉପରେ ତିନୋଟି ମାକ୍ସ ରହିଛି। ଏହି ମାକ୍ସ ସେ ତାଙ୍କ ନିଜ ପୁଅ ଋଦାନ ଏବଂ ଋହାନଙ୍କ ସହିତ ମିଶି କରି ବନାଇଥିଲେ।
ଘର ଭିତରେ ତାଙ୍କ ଗ୍ରୀନ ସୋଫା ରୁମ ମଧ୍ୟ ରହିଛି ଯେଉଁଠାରେ ହ୍ରିତିକ ବସି ନିଜର ଚିନ୍ତାଧାରା ଲେଖିଥାନ୍ତି। ତେବେ ହ୍ରିତିକଙ୍କ ଏହି ଘର ସମୁଦ୍ର ଆଡକୁ ମୁହଁ କରିଛି ଏବଂ ଭିତରୁ ମଧ୍ୟ ବହୁତ ସୁନ୍ଦର ଅଟେ। ତାଙ୍କ ଘରର ଆନ୍ତରିକ ସାଜ୍ଜସଜ୍ଜା ପୁରସ୍କୃତ ପ୍ରାପ୍ତ ଆର୍କିଟେକ ଏବଂ ଇଣ୍ଟରୀୟର ଡିଜାଇନର ଆଶିଷ ଶାହାଙ୍କ ଦ୍ଵାରା କରାଯାଇଛି।
ହ୍ରିତିକଙ୍କ ଘର କମ୍ଫର୍ଟ ଏବଂ ଷ୍ଟାଇଲର ଏକ ମିଶ୍ରଣ ଅଟେ। ଆରାମ ଦାୟକ ଆସବାବପତ୍ର ରହିଛି ତ ଷ୍ଟାଇଲିଷ୍ଟ ସାଜସଜ୍ଜା ମଧ୍ୟ ରହିଛି। ଏହାକୁ ଛାଡିଦେଲେ ହ୍ରିତିକ ବହି ପଢିବାରେ ମଧ୍ୟ ବହୁତ ସୌଖିନ ଅଟନ୍ତି। ଏଥିପାଇଁ ତାଙ୍କ ଘରେ ପୁସ୍ତକର ମଧ୍ୟ ଏକ ବଡ଼ ସଂଗ୍ରହ ରହିଛି।
ଘରର ସମସ୍ତ ଆସବାବପତ୍ର ତାଙ୍କ ପତ୍ନୀଙ୍କ ଭଉଣୀ ଦୋକାନରୁ କିଣା ଯାଇଛି। ଏଥିସହିତ ଭିନ୍ନ ଭିନ୍ନ ଦେଶକୁ ଛୁଟିରେ ଯାଇଥିବା ଅବସରରେ ହ୍ରିତିକ ନିଜ ପସନ୍ଦ ହିସାବରେ କେତେକ ଜିନିଷ କିଣିଆଣିଥାନ୍ତି।
ଡାଇନିଂରୁ ନେଇ ପୁଲ ଏରିଆ ପର୍ଯ୍ୟନ୍ତ ତାଙ୍କ ଘରର ପ୍ରତ୍ୟେକ କୋଣ ସମସ୍ତଙ୍କ ଧ୍ୟାନ ଅକର୍ଷିତ କରିଥାଏ। ପ୍ରତ୍ୟେକ ଜିନିଷକୁ ବହୁତ କଳା କାରିଗରୀ ସହିତ ଯତ୍ନରେ ସଜା ଯାଇଛି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |