ବିଗବଶ ସିଜିନ ୧୪କୁ ବିଗବଶ ୨୦୨୦ ନାମରେ ଟିଜ୍ କରାଯାଉଛି। ସେହିପରି ଶୋ’ର ସିଗ୍ନେଚର ଲାଇନ “ଏଥର ଦୃଶ୍ୟ ଓଲଟିବ”ବୋଲି ରଖାଯାଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଛି ୨୦୨୦ରେ ବିଗବାଁସ କେଉଁ ନୂତନ ଶୈଳୀରେ ଦର୍ଶକଙ୍କ ସାମ୍ନାକୁ ଆସୁଛି।
ଦୀର୍ଘ ସମୟରୁ ସଲମାନ ଖାନଙ୍କ ଶୋ’ ବିଗବଶ ୨୦୨୦ର ସେପ୍ଟେମ୍ବର ମାସରେ ଶେଷ ବେଳକୁ ଆରମ୍ଭ ହେବାର ସୂଚନା ରହିଥିଲା। କିନ୍ତୁ ବିଗବାଁସର ପ୍ରଶଂସକ ମାନଙ୍କୁ ନିରାଶା ହୋଇପାରେ। ତେବେ କଥାଟି ହେଉଛି ବିଗବାଁସ ସିଜିନ ୧୪ ଆହୁରି ଗୋଟେ ମାସ ଘୁଞ୍ଚିଯିବାର ଖବର ଆସୁଛି।
କଣ ସତରେ ଘୁଞ୍ଚିଲା ବିଗବଶ ସିଜିନ ୧୪:
ପିଙ୍କବିଲାର ନିଜ ରିପୋର୍ଟ ସୂତ୍ରରୁ ପ୍ରକାଶ କରିଛି ଯେ, ଚ୍ୟାନେଲ ଏବଂ ନିର୍ମାତାଙ୍କୁ ଏହି ଶୋ’ ଏକ ମାସ ଘୁଞ୍ଚାଇବାକୁ ପଡୁଛି କାରଣ ମୁମ୍ବାଇର ପ୍ରବଳ ବର୍ଷା ଦ୍ୱାରା ସେଟରେ ରିପେୟର କାମରେ କ୍ଷତି ହୋଇଛି। ବର୍ଷା କାରଣରୁ ରିପେୟର କାର୍ଯ୍ୟ ଏବେ ବିଳମ୍ବରେ ହେବ। ବିଗବାଁସର ସେଟ ତା’ର ପ୍ରତିଯୋଗି ମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ। ବର୍ତ୍ତମାନ ଶୋ’ ଅକ୍ଟୋବରରେ ପ୍ରସାରଣ ହେବ। ସେହିପରି ଅନ୍ୟ ଏକ ସୂତ୍ରରୁ ଜଣା ପଡିଛି ଯେ, ଏଥର ନିର୍ମାତା ଶୋ’କୁ ୪ ଅକ୍ଟୋବର ଠାରୁ ସିଧାପ୍ରସାରଣ କରିବାକୁ ଚିନ୍ତା କରିଛନ୍ତି। ତେବେ ବର୍ତ୍ତମାନ ଶୋ’ର ପ୍ରିମିୟରକୁ ନେଇ ସଂଶୟ ଲାଗି ରହିଛି।
ସୂଚନାଯୋଗ୍ୟ ଯେ, ବିଗବାଁସ ସିଜିନ ୧୪ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ନେଇ ପ୍ରଶଂସକ ମାନେ ବହୁତ ଅଧିକ ଉତ୍ସାହିତ ରହିଥିଲେ। ଏହି ଥରର ସିଜିନ ସବୁଠୁ ଭିନ୍ନ ହେବାର ଥିଲା, କାରଣ କରୋନା ମହାମାରୀ ସମୟରେ ପ୍ରସାରଣ ହେବାକୁ ଯାଉଥିଲା। ଶୋ’ର ପ୍ରମୋ ମଧ୍ୟ ରିଲିଜ କରାଯାଇ ସାରିଛି, ଏଥିରେ ସଲମାନଙ୍କ ଅନ୍ଦାଜ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ସିଜିନ ୧୪କୁ ବିଗବାଁସ ୨୦୨୦ ନାମରେ ଟିଜ୍ କରାଯାଉଥିଲା। ସେହିପରି ଶୋ’ର ସିଗ୍ନେଚର ଲାଇନ “ଏଥର ଦୃଶ୍ୟ ହେବ ଓଲଟା” ବୋଲି ରଖାଯାଇଥିଲା। ବର୍ତ୍ତମାନ ଖାଲି ଦେଖିବାକୁ ବାକି ରହିଲା ସିଜିନ ୧୪ର ବିଗବାଁସ ୨୦୨୦ କେଉଁ ନୂତନ ଅନ୍ଦାଜରେ ଦର୍ଶକ ମାନଙ୍କ ସାମ୍ନାକୁ ଆସୁଛି।