ନିଜର ବିସ୍ତାରବାଦୀ ନୀତି କୁ ବଜାଇ ରଖିବା ପାଇଁଁ ଚୀନ ଏବେ ଭୁଟାନ ର ଜମି କୁ ନିଜର ବୋଲି ଦାବି କରିଛି । ଚୀନ ଭୁଟାନ ର ସକତେବ ବନ୍ଯଜୀବ ଅଭୟାରଣ୍ୟ ର ଜମି କୁ ବିବାଦୀୟ ବୋଲି କହିଛି । ଚୀନ ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା କୁ ମଧ୍ୟ ବିରୋଧ କରିଛି । ଚୀନ ଏହାର ଦାବି ଗ୍ଲୋବାଲ ଇନଭାରମେଣ୍ଟ ଫ୍ୟାସିଲିଟି କାଉନସିଲ ର ୫୮ତମ ବୈଠକ ରେ କରିଛି ।
ଚୀନ ଓ ଭୁଟାନ ମଧ୍ୟରେ ଏବେ ସୀମା ନିର୍ଦ୍ଧାରଣ ହୋଇନାହିଁ ଏହାର ଫାଇଦା ଚୀନ ଉଠାଇବାକୁ ଚାହୁଁଛି । ଏବେ ପର୍ଯ୍ୟନ୍ତ ଅଭୟାରଣ୍ୟ ର ଜମି କୁ ନେଇ ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ହୋଇନାହିଁ ।
ଭୁଟାନ ଦେଲା ଜବାବ
ଭୁଟାନ ଚୀନ କୁ ଏହି ହଇରାଣ ର ଉପଯୁକ୍ତ ଜବାବ ଦେଇଛି । ଭୁଟାନ କହିଛି କି ଆମେ ପରିଷ୍କାର କରିଦେବା କୁ କାହୁଁଛୁ କି ଏହି ଜମି ଆମ ଦେଶର ଅତୁଟ ଅଂଶ ଅଟେ ।
ଚୀନ ର ପ୍ଲାନ ହେଲା ବେକାର
ମିଡିଆ ରିପୋର୍ଟ ଅନୁସାରେ ଭୁଟାନ ର ଏହି ପ୍ରୋଜେକ୍ଟ କୁ କେବେ ୱାଲ୍ଡ ପାଣ୍ଠି ମିଳିନାହିଁ । କିନ୍ତୁ ଯେବେ ଗ୍ଲୋବାଲ ଇନଭାରମେଣ୍ଟ ଫ୍ୟାସିଲିଟି କାଉନସିଲ ରେ ଏହାକୁ ପାଣ୍ଠି ଦେବା କୁ କଥା ହେଲା ଚୀନ ଏକ ପ୍ଲାନ ଖେଳିଦେଲା । ହେଲେ ସେ ଏଥିରେ ଅସଫଳ ହେଲା । ଚୀନ ର ବିରୋଧୀ କୁ ଅଣଦେଖା କରି ଏହି ପ୍ରୋଜେକ୍ଟ କୁ ସବୁଜ ସଙ୍କେତ ଦେଇଛନ୍ତି ।
ଭାରତୀୟ ଅଫିସର ଦୃଢ଼ତା ର ସହିତ ଭୁଟାନ ର ପକ୍ଷ ରଖିଲେ
ଏହି କାଉନସିଲ ରେ ଭୁଟାନ ର କୌଣସି ପ୍ରତିନିଧି ନାହିଁ । ହେଲେ ଚୀନ ର ଏକ ପ୍ରତିନିଧି ଅଛନ୍ତି । ଭାରତୀୟ ଆଇଏଏସ୍ ଅଫିସର ଅପର୍ଣ୍ଣା ସୁବ୍ରମଣି ବୈଠକ ରେ ଭୁଟାନ ର ପକ୍ଷ ରଖିଲେ । ସୁବ୍ରମଣି ୱାଲ୍ଡ ବ୍ୟାଙ୍କ ରେ ବଙ୍ଗଳାଦେଶ , ଭୁଟାନ , ମାଳଦୀପ , ନେପାଳ , ଶ୍ରୀଲଙ୍କା ର ପ୍ରଭାରୀ ଅଟନ୍ତି । ଚୀନ ଏହି ପ୍ରୋଜେକ୍ଟ କୁ ୨ ଜୁନ ରେ ବିରୋଧ କରିଥିଲା । ଏହା ଉପରେ ଭାରତୀୟ ଅଧିକାରୀ ଅପର୍ଣ୍ଣା ସୁବ୍ରମଣି କହିଛନ୍ତି କି ଚୀନ ର ଏହି ଦାବି କୁ ଟକ୍କର ଦେଇ ହେବ କିନ୍ତୁ ଭୁଟାନ ର କଥା ନ ଶୁଣିବା ପର୍ଯ୍ୟନ୍ତ ଏହା ଉପରେ ଆଗକୁ ବଢିବା ଉଚିତ୍ ନୁହେଁ ।