ବିବାହିତ ସବ ଇନ୍ସପେକ୍ଟର ପ୍ରେମିକାଙ୍କ ଉପରେ ରାସ୍ତା ମଝିରେ ଚଳାଇଲେ ଗୁଳି, ପୁଣି ଯାହା ହେଲା ଶୁଣିଲେ ହୋଇଯିବେ ସ୍ତବ୍ଧ

ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ନିଜ ପ୍ରେମିକାଙ୍କ ସାହୁତ ହୋଉଥିବା ଝଗଡା ପରେ ତାଙ୍କୁ ଗୁଳି ମାରି ଦେଇଥିଲେ ଏବଂ ସଡକ ଉପରେ ପ୍ରେମିକାଙ୍କୁ ଆହତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। କୁହାଯାଉଛି ଯେ, ଏହି ସବ ଇନ୍ସପେକ୍ଟର ଜଣକ ବିବାହିତ ଅଟନ୍ତି ଏବଂ ପତ୍ନୀଙ୍କ ସହିତ ବିବାଦ ହୋଇଥିବା କାରଣରୁ ସେ ତାଙ୍କ ଠାରୁ ଭିନ୍ନ ହୋଇ ରହୁଛନ୍ତି।

ସେପଟେ ଏହି ଅବସରରେ ତାଙ୍କ ଭେଟ ଜଣେ ଯୁବତୀଙ୍କ ସହିତ ହୋଇଥିଲା। ଯାହାପରେ ସେ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ। ତେବେ ପରିବାରର କୌଣସି କଥାକୁ ନେଇ ପ୍ରେମିକାଙ୍କ ସହିତ ତାଙ୍କର ବିବାଦ ହୋଇଯାଇଥିଲା। ଯାହାପରେ ସେ ନିଜ ପ୍ରେମିକାଙ୍କୁ ଗୁଳି ମାରି ଦେଇଥିଲେ। ଏହି ଘଟଣା ଦିଲ୍ଲୀର ଅଲ୍ଲୀପୁର ଅଞ୍ଚଳର ଅଟେ। ସେହିପରି ପୋଲିସ ନିଜ ଯାଞ୍ଚ ଆରମ୍ଭ କରି ଦେଇଛି ଏବଂ ସବ ଇନ୍ସପେକ୍ଟରଙ୍କର ସନ୍ଧାନ ଜାରି ରହିଛି।

ଫେସବୂକ ରୁ ହୋଇଥିଲା ଦୋସ୍ତି:

ପ୍ରାରମ୍ଭିକ ଯାଞ୍ଚରେ ପୋଲିସ ଜାଣିବାକୁ ପାଇଥିଲେ ଯେ, ସବ ଇନ୍ସପେକ୍ଟର ସନ୍ଦିପ ଦହିୟା ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇ ରହୁଥିଲେ। ଏହି ଅବସରରେ ଫେସବୁକ ଜରିଆରେ ସନ୍ଦିପ ଦହିୟାଙ୍କର ପରିଚୟ ଶାହଦରାରେ ରହୁଥିବା ଜଣେ ଯୁବତୀଙ୍କ ସହିତ ହୋଇଥିଲା। ଯାହାପରେ ଉଭୟ ପରସ୍ପରଙ୍କୁ ପ୍ରେମ କରିବାକୁ ଲାଗିଥିଲେ। ତେବେ ରବିବାର ଦିନ ସନ୍ଦିପ ଦହିୟା ଯୁବତୀଙ୍କୁ ନିଜ କାର ଯୋଗେ ଅଲ୍ଲୀପୁର ଯାଉଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଯାହାଦ୍ୱାରା ସନ୍ଦିପଙ୍କୁ କ୍ରୋଧ ଆସି ଯାଇଥିଲା। ସନ୍ଦିପ କ୍ରୋଧରେ ଆସି ନିଜ ସର୍ଭିସ ପିସ୍ତଲରେ ପ୍ରେମିକଙ୍କୁ ଗୁଳି କରିଦେଇଥିଲେ।

ରାସ୍ତା ଉପରେ ଛାଡିକି ହେଲା ଫେରାର:

ନିଜ ପ୍ରେମିକାଙ୍କୁ ତିନୋଟି ଗୁଳି ମାରିବା ପରେ ସନ୍ଦିପ ତାଙ୍କୁ ଆହତ ସ୍ଥିତରେ ଛାଡି ଜିଟିକେ ରୋଡ଼ ସାଇଁ ମନ୍ଦିର ପାଖରେ ଛାଡି ଫେରାର ହୋଇଯାଇଥିଲେ। ସାଇଁ ମନ୍ଦିର ପାଖ ଦେଇ ଯାଉଥିବା ଶାହବାଦ ଡେୟରୀ ଥାନାର ସବ ଇନ୍ସପେକ୍ଟର ଜୟବୀର ଯୁବତୀଙ୍କୁ ଆହତ ଅବସ୍ଥାରେ ସଡକ ଉପରେ ଦେଖିଥିଲେ। ଯାହାପରେ ସେ ଯୁବତୀଙ୍କୁ ନିଜର କାର ଯୋଗେ ପାଖ ହସ୍ପିଟାଲକୁ ନେଇଯାଇ ଭର୍ତ୍ତି କରାଇଥିଲେ। ଯେଉଁଠାରେ ଯୁବତୀଙ୍କର ଚିକିତ୍ସା କରାଯାଉଛି। ଯୁବତୀଙ୍କ ଅବସ୍ଥା ସ୍ଥିର ରହିଥିବାର କୁହାଯାଉଛି।

ଆହତ ଅବସ୍ଥାରେ କହିଥିଲେ ସମ୍ପୂର୍ଣ୍ଣ କାହାଣୀ:

ଯୁବତୀ ଜଣକ ହସ୍ପିଟାଲ ଯାଉଥିବା ସମୟରେ ସବ ଇନ୍ସପେକ୍ଟର ଜୟବୀରଙ୍କୁ ନିଜ ସହିତ ହୋଇଥିବା ଦୁର୍ଘଟଣାର ସମ୍ପୂର୍ଣ୍ଣ କାହାଣୀ ଶୁଣାଇଥିଲେ। ଯୁବତୀ ସବ ଇନ୍ସପେକ୍ଟର ଜୟବୀରଙ୍କୁ କହିଥିଲେ ଯେ, ତାଙ୍କୁ ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ସନ୍ଦିପ ଦହିୟା ଗୁଳି ମାରୋଥିଲେ। ଆମେ ଏକ ବର୍ଷ ହେବ ପରସ୍ପରକୁ ଜାଣିଛୁ। ସନ୍ଦିପ ଦହିୟା ଲାହୌରୀ ଗେଟ ଥାନାରେ ମୁତୟନ ଥିଲେ ଏବଂ ତାଙ୍କର ଜଣେ ପତ୍ନୀ ମଧ୍ୟ ଅଛନ୍ତି। ଯେଉଁ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଚାଲିଛି। ସେ ପତ୍ନୀଙ୍କ ସହିତ ରହୁ ନାହାନ୍ତି। କାରରେ ଆମ ଭିତରେ ଝଗଡା ହୋଇଥିଲା ଏବଂ ସେ ମୋତେ ଗୁଳି ମାରିଥିଲେ।

ଯୁବତୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଅଲ୍ଲୀପୁର।ଥାନାରେ କେସ ଫାଇଲ କରାଯାଇଛି ଏବଂ ଆରୋପୀ ସନ୍ଦିପଙ୍କୁ ଖୋଜା ଚାଲିଛି। ସନ୍ଦିପଙ୍କ ଉପରେ ହତ୍ୟା କରିବାର କେସ ଫାଇଲ କରାଯାଇଛି। ପୋଲିସଙ୍କ ଅନୁସାରେ ଆରୋପୀ ସବ ଇନ୍ସପେକ୍ଟର ସନ୍ଦିପ ଦହିୟା ୨୦୨୦ ବର୍ଷରେ ଦିଲ୍ଲୀ ପୋଲିସରେ ଜଣେ ସବ ଇନ୍ସପେକ୍ଟର ଭାବରେ ଭର୍ତ୍ତି ହୋଇଥିଲେ ଏବଂ ସେ ବର୍ତ୍ତମାନ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *