ରଣବୀର କପୂର ଙ୍କୁ ୩୮ ବର୍ଷ ହୋଇଗଲେଣି।୨୮ ସେପ୍ଟେମ୍ବର,୧୯୮୨ ମସିହାରେ ମୁମ୍ବାଇ ରେ ଜନ୍ମ ହୋଇଥିବା ରଣବୀର ନିଜର ଫିଲ୍ମ ସହ ନିଜର ବ୍ୟକ୍ତିଗତ ଦୁନିଆରେ ବହୁତ ଖୁସିରେ ରହୁଛନ୍ତି। ରଣବୀର ଙ୍କ ନାମ ବହୁତ ଅଭିନେତ୍ରୀ ଙ୍କ ସହ ଯୋଡ଼ା ହୋଇଛି କିନ୍ତୁ ଦୀପିକା ପାଦୁକୋଣ ଙ୍କ ସହିତ ତାଙ୍କର ସମ୍ପର୍କ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି।
କୁହାଯାଉଛି କି ତାଙ୍କର ପ୍ରଥମ ଦେଖା ଜଣେ ମେକଅପ କରୁଥିବା ବ୍ୟକ୍ତି କରାଇଥିଲେ। ରଣବୀର ଙ୍କୁ ହୃଦୟରୁ ଚାହୁଁ ଥିବା ଦିପିକା ଙ୍କୁ ଚିଟିଂ କଲା ଭଳି ଅନୁଭବ ହେଲା, ଯେବେ ସେ ରଣବୀର ଙ୍କୁ ରଙ୍ଗୀନ ହାତରେ ଧରିଥିଲେ।
ସେ ବହୁତ ଇଚ୍ଛୁକ ଥିଲେ ଯେଉଁ ଦିନ’ସାବରିୟା’ ରିଲିଜ ହେଲା ଠିକ ସେହି ଦିନ ଦୀପିକା ପାଦୁକୋଣ ଙ୍କ ଫିଲ୍ମ”ଓଁ ଶାନ୍ତି ଓଁ”ଫିଲ୍ମ ମଧ୍ୟ ରିଲିଜ ହୋଇଥିଲା। ଖାସ କଥା ଏହା କି ରଣବୀର କପୂର ଓ ଦୀପିକା ଙ୍କୁ ମେକଅପ କରୁଥିବା ବ୍ୟକ୍ତି ଜଣେ ଥିଲା । ମେକଅପ କରୁଥିବା ବ୍ୟକ୍ତି ଜଣକ ଏହି ଦୁଇଜଣ ଙ୍କ ର ସାକ୍ଷାତ କରାଇଥିଲେ ଓ ଏହି ଠାରୁ ଏମାନଙ୍କର ଲଭଷ୍ଟୋରୀ ଆରମ୍ଭ ହୋଇଥିଲା।
ଦୀପିକା ପାଦୁକୋଣ ଓ ରଣବୀର କପୂର ୨୦୦୭ ମସିହାରେ “ବିଚନା-ଏ-ହସିନୋ”ଫିଲ୍ମରେ ନିକଟତର ହୋଇଥିଲେ। ରିପୋର୍ଟ ଅନୁସାରେ, ଦୀପିକା ରଣବୀର ଙ୍କ ନାମ ର ଟାଟୁ ମଧ୍ଯ କରିଥିଲେ, ଯାହା ଆଜି ମଧ୍ଯ ତାଙ୍କ ବେକ ପାଖରେ ଅଛି।
୨୦୧୦ ଆସିବା ପୂର୍ବରୁ ଏହି ଦୁଇଜଣ ଙ୍କର ବ୍ରେକଅପ ହୋଇଗଲା। ଏହି ବ୍ରେକଅପ ର କାରଣ ଖୁଲାସ କରିବାରୁ ନିଜେ ଦୀପିକା ବର୍ବ ଖବର କାଗଜର ଏକ ପୃଷ୍ଠା ରେ ରଣବୀର ଙ୍କ ନାମ ନ ନେଇ ନିଜର ସମ୍ପର୍କ ଭାଙ୍ଗିବାର ଦୁଃଖ ସେ କହିଥିଲେ।
ଦୀପିକା କହିଲେ କି, ମୁଁ ତାଙ୍କୁ ରଙ୍ଗୀନ ହାତରେ ଧରିଥିଲି ଆଉ ଏହି ସେ ସମୟ ଥିଲା ଯେତେବେଳେ ମୁଁ ସବୁ ଭାବନା କୁ ଭୁଲି ତାଙ୍କ ଠାରୁ ଅଲଗା ହେବାର କଥା ସ୍ଥିର କଲି। ଦୀପିକା ଙ୍କ କହିବା ଅନୁସାରେ, ଯେତେବେଳେ ମୁଁ ସମ୍ପର୍କରେ ଥିଲି ସେତେବେଳେ କେତେ ଲୋକ କହିଥିଲେ କି ସେ ତମକୁ ଧୋକା ଦେଉଛନ୍ତି। ମୁଁ ନିଜେ ଏ କଥାକୁ ଜାଣିଥିଲି, କିନ୍ତୁ ସେ ବ୍ରେକଅପ ନକରିବା ପାଇଁ ଅନୁରୋଧ କରିବାରୁ ମୁଁ ତାଙ୍କୁ ଆଉଗୋଟେ ସୁଯୋଗ ଦେଇଥିଲି।
ଦୀପିକା ଙ୍କ କହିବା ଅନୁସାରେ ଯେବେ ସିଏ ମୋତେ ପ୍ରଥମ ଥର ଧୋକା ଦେଇଥିଲେ ମୋତେ ଲାଗିଲା କି ଆମ ଭଲପାଇବା ରେ କିଛି କମି ରହିଯାଇଛି ବୋଲି, ସେଥିପାଇଁ ଏମିତି ହେଲା। କିନ୍ତୁ ଯେତେବେଳେ ଧୋକା ଦେବା କାହାର ଅଭ୍ୟାସ ହୋଇଯାଇଥାଏ ତାହେଲେ ଆପଣ ସମ୍ପର୍କରେ ସବୁ ଦେଇ ମଧ୍ୟ ହାରିଯିବେ। ମୁଁ ସମ୍ପର୍କରେ ରହି ସବୁକିଛି ଦେଲି କିନ୍ତୁ କିଛି ପାଇବାର ଆଶା ରଖିନଥିଲି।
ସେହି ଦୀପିକା ପାଦୁକୋଣ ଙ୍କ ସହ ବ୍ରେକଅପ ପରେ ୨୦୧୧ ରେ ରଣବୀର ଷ୍ଟାରଡଟ ଖବର କାଗଜରେ ଦେଇଥିବା ଇଣ୍ଟରଭିଉ ରେ ସବୁକିଛି କହିଥିଲେ। ଏହାପରେ ସେ ଦୀପିକା ଙ୍କ ସହ ଚିଟ୍ଟିଂ କରିବା କଥା ମଧ୍ୟ କହିଥିଲେ।
ରଣବୀର କପୂର କହିଲେ କି, ହିଁ ମୁଁ ଦୀପିକା ଙ୍କୁ ଧୋକା ଦେଇଛି କାରଣ ସେତେବେଳେ ମୁଁ ମନ ହରା ଥିଲି,ଅନୁଭବ ହୀନ ଥିଲି। କିନ୍ତୁ ଆପଣଙ୍କୁ ଏହି ସବୁ କଥାର ଅନୁଭବ ସେତେବେଳେ ହୋଇଥାଏ, ଯେବେ ଆପଣ ବଡ଼ ହୁଇନ୍ତି ଆଉ ତାର ମୂଲ୍ୟ ବୁଝନ୍ତି କି ଆମେ ସମ୍ପର୍କରେ କଣ ପାଇଁ ରହିବା। ଯେବେ ଆପଣ କାହାପାଇଁ ସମ୍ପର୍କ ରଖିପାରିବେନି ତାହେଲେ କଣ ପାଇଁ ସମ୍ପର୍କ ରଖିବା ?
ରଣବୀର ଆଗ କହିଥିଲେ, ବିଶ୍ଵାସ ଘାତକତା ସମ୍ପର୍କକୁ ଭାଙ୍ଗିବା ପାଇଁ ହୋଇଥାଏ। ଥରେ ଯଦି ଏହା ସାମ୍ନାକୁ ଆସେ ତାହେଲେ ସମ୍ମାନ ନଥାଏ, ବିଶ୍ଵାସ ମରି ଯାଇଥାଏ। ଏସବୁ ଏକ ଭଲ ସମ୍ପର୍କରେ ହୋଇଥାଏ ଆଉ ଆପଣ ଏହା ବିନା ରହିପାରିବେନି।
କୁହାଯାଉଛି କି, ନଭେମ୍ବର ୨୦୧୮ ରେ ଦୀପିକା ରଣବୀର ସିଂହ ଙ୍କ ସହ ବିବାହ କରିଲେ। ସେହି ରଣବୀର କପୂର ମଧ୍ୟ ଆଲିୟା ଭଟ୍ଟ ଙ୍କ ସମ୍ପର୍କରେ ଅଛନ୍ତି ଆଉ ଦୁଇ ଜଣ ଏହି ବର୍ଷ ଶେଷରେ ବିବାହ କରିପାରନ୍ତି।
ବର୍କପ୍ରଟଂ ଙ୍କ କଥା କହିବା ଯଦି ରଣବୀର କପୂର ବହୁ ଶୀଘ୍ର ଆଲିୟା ଭଟ୍ଟ ଙ୍କ ସହ”ବ୍ରହ୍ମାସ୍ତ୍ର” ଫିଲ୍ମରେ ଦେଖା ଯିବେ। ଯେବେ କି ଦୀପିକା ନିଜ ପତି ରଣବୀର ଙ୍କର ଆଗକୁ ଆସୁଥିବା ଫିଲ୍ମ”୮୩”ରେ ଦେଖିବେ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।