କ୍ରିକେଟ ଜଗତର ସୁପର ଷ୍ଟାର ବିରାଟ କୋହଲି ଏବଂ ବଲିଉଡର ଆଗଧାଡିର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଆସିବାକୁ ଅଛି ନୂଆ ଅତିଥି l ଇଣ୍ଡଷ୍ଟ୍ରିର ସବୁଠାରୁ ପାୱାର କପଲ କୁହାଯାଉଥିବା ବିରାଟ, ଅନୁଷ୍କାଙ୍କ ଘରେ ଆସିବାକୁ ଥିବା ଏହି ନୂଆ ଅତିଥିକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି l
ବିରାଟ ପିତା ହେବାକୁ ଯାଉଛନ୍ତି l ଆଜି ସକାଳେ ପତ୍ନୀ ଅନୁଷ୍କାଙ୍କ ସହ ସୋସିଆଲ ମିଡ଼ିଆରେ ଫୋଟୋ ସେୟାର କରି ବିରାଟ ଏହି ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ 2021 ଜାନୁଆରୀ ମାସରେ ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି l ଫୋଟୋରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ବେବି ବମ୍ପ ସହ ନଜର ଆସିଛନ୍ତି l
କିଛି ଦିନ ତଳେ ଅନୁଷ୍କାଙ୍କ ଏକ ଫ୍ୟାନ ସୋସିଆଲ ମିଡ଼ିଆରେ ବେବି ପ୍ଲାନିଂକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲା l ବିରାଟ ଏବଂ ଅନୁଷ୍କାଙ୍କ ବିବାହକୁ ଦୀର୍ଘ ସମୟ ହୋଇଯାଇଥିବା ବେଳେ ସମ୍ପର୍କୀୟମାନେ ତାଙ୍କୁ ବେବି ପ୍ଲାନିଂକୁ ନେଇ ପ୍ରଶ୍ନ କରୁ ନାହାନ୍ତି କି ବୋଲି ସେ ଅନୁଷ୍କାଙ୍କୁ ପଚାରିଥିଲେ l ଉତ୍ତରରେ ଅନୁଷ୍କା କହିଥିଲେ ସମ୍ପର୍କୀୟଙ୍କ ତରଫରୁ ଏପରି କୌଣସି ପ୍ରଶ୍ନ କେବେ ଆସିନାହିଁ କିନ୍ତୁ ସୋସିଆଲ ମିଡ଼ିଆରେ ନିଶ୍ଚୟ ଆସେ l
https://www.instagram.com/p/CEYZIPllBzF/?utm_source=ig_web_copy_link
ଚର୍ଚ୍ଚା ଅନୁସାରେ ଅନୁଷ୍କା ଏବଂ ବିରାଟଙ୍କ ମଧ୍ୟରେ ଖୁବ ମଜବୁତ ସମ୍ପର୍କର ଜଡ଼ ରହିଛି l ଅନୁଷ୍କା ବିରାଟଙ୍କ ପ୍ରଶଂସା କରି କୁହନ୍ତି, କ୍ରିକେଟ ମୈଦାନ ରେ ବିରାଟ ଯେତେ କ୍ରୋଧୀ ହେଲେ ମଧ୍ୟ୍ୟ ବାସ୍ତବରେ ସେ ଖୁବ ଶାନ୍ତ ସ୍ଵଭାଵର l ସେହିପରି ବିରାଟ ଅନୁଷ୍କାଙ୍କ ପ୍ରଶଂସାରେ କୁହନ୍ତି, ଅନୁଷ୍କା ତାଙ୍କ ଜୀବନକୁ ଆସିବା ପରେ ତାଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି l
ବିରାଟ ଏବଂ ଅନୁଷ୍କା, ଉଭୟଙ୍କ ଏକ ମଧ୍ୟରେ ଏକ ବିଜ୍ଞାପନର ସୁଟିଂକୁ ନେଇ ବନ୍ଧୁତା ସୃଷ୍ଟି ହୋଇଥିଲା l ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ, ଏହି ଷ୍ଟାର କପଲ 2017 ମସିହାରେ ଇଟିଲି କୁ ଯାଇ ବିବାହ କରିଥିଲେ l ବିବାହର 3ବର୍ଷ ପରେ ବିରାଟ ବର୍ତ୍ତମାନ ପିତା ହେବାକୁ ଯାଉଛନ୍ତି l