ବିଶ୍ୱାସ: ରାସ୍ତାରେ ପଡିଥିବା ଲେମ୍ବୁ-ଲଙ୍କା ଉପରେ ପାଦ ପକାଇବା ଉଚିତ ନୁହେଁ, ଜାଣନ୍ତୁ କଣ ରହିଛି ଏହାର କାରଣ?

ସଡକ ଉପରେ ଚାଲିବା ସମୟରେ ପ୍ରାୟତଃ ଆମକୁ ଗୋଟିଏ ସୂତାରେ ବନ୍ଧା ହୋଇଥିବା ଲେମ୍ବୁ-ଲଙ୍କା ଦେଖିବାକୁ ମିଳିଥାଏ। ପୂର୍ବପୁରୁଷ ବଡ଼ ଲୋକ ମାନେ କହିଯାଇଛନ୍ତି ଯେ, ଏମିତି ରାସ୍ତାରେ ପଡିଥିବା ଜିନିଷ ଉପରେ ଭୁଲରେ ମଧ୍ୟ ପାଦ ପକାନ୍ତୁ ନାହିଁ, ଏପରି କରିବା ଦ୍ୱାରା ଆମ ଉପରେ କିଛି ସମସ୍ୟା ଆସିପାରେ। ଏହି ମାନ୍ୟତା ପଛରେ ଏକ ମନୋବୈଜ୍ଞାନିକ ତଥ୍ୟ ଲୁଚି ରହିଛି। ଜାଣନ୍ତୁ ଉଜ୍ଜୟିନୀର ଜ୍ୟୋତିଷାଚାର୍ଯ୍ୟ ପ୍ରଫେସର ପ୍ରଫୁଲ୍ଲ ଭଟ୍ଟଙ୍କର ଏହାକୁ ନେଇ କଣ ମାନ୍ୟତା ରହିଛି।

*ତନ୍ତ୍ର ଉପାୟ ଅନ୍ତର୍ଗତ ଘରର କାର୍ଯ୍ୟରେ ଆସୁଥିବା ଅନେକ ଜିନିଷର ଉପଯୋଗ କରାଯାଇଥାଏ ଯେମିତିକି ଲେମ୍ବୁ, ଲଙ୍କା ଆଦି। ଏହି ଜିନିଷ ଗୁଡିକର ଉପଯୋଗ ଘର କିମ୍ବା ଦୋକାନକୁ ଖରାପ ନଜରରୁ ରକ୍ଷା କରିବା ପାଇଁ ମଧ୍ୟ କରାଯାଇଥାଏ।

*ଏହାଛଡା କୌଣସି ବ୍ୟକ୍ତିଙ୍କ ଉପରେ ଖରାପ ଆତ୍ମାର ପ୍ରଭାବ ରହିଥିଲେ ତାଙ୍କ ନଜର ଉତାରିବା ପାଇଁ ଲେମ୍ବୁ ଲଙ୍କାର ଉପଯୋଗ କରାଯାଇଥାଏ ଏବଂ ନଜର ଉତାରିବା ପରେ ତାହାକୁ ସଡକ ଉପରେ ଫୋପାଡି ଦିଆ ଯାଇଥାଏ।

*ଏମିତି କୁହାଯାଇଥାଏ ଯେ, ସଡ଼କ ଉପରେ ଫୋପାଡି ଦିଆଯାଇଥିବା ଲେମ୍ବୁ ଲଙ୍କାରେ ନକରାତ୍ମକ ଓର୍ଜା ଭରି ରହିଥାଏ। ଯଦି ଭୁଲରେ ମଧ୍ୟ କାହାରି ପାଦ ଏହା ଉପରେ ପଡିଯାଇଥାଏ ନକରାତ୍ମକ ଓର୍ଜାର ପ୍ରଭାବ ସେହି ବ୍ୟକ୍ତି ଉପରେ ମଧ୍ୟ ହୋଇଯାଇ ଥାଏ।

* ସଡ଼କ ଉପରେ ପଡିଥିବା ଲେମ୍ବୁ ଲଙ୍କା ଉପରେ ପାଦ ରଖିବା ଦ୍ୱାରା ଉନ୍ନତି ଏବଂ ଭଲ କାର୍ଯ୍ୟ ଗୁଡିକରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଯାଇଥାଏ। କାରଣ ନକରାତ୍ମକ ଓର୍ଜା ସେହି ବ୍ୟକ୍ତି ଜୀବନରେ ମଧ୍ୟ ପ୍ରଭାବ ପକାଇଥାଏ।

* ଅନେକଥର ନେଗେଟିଭ ଏନର୍ଜୀ ଶରୀର ଉପରେ ମଧ୍ୟ କବ୍ଜା କରିନେଇଥାଏ। ଏଥିପାଇଁ ସଡ଼କ ଉପରେ ଗୋଟିଏ ସୂତାରେ ବନ୍ଧା ହୋଇ ପଡି ରହିଥିବା ଲେମ୍ବୁ ଲଙ୍କା ଉପରେ ପାଦ ରଖିବା ଠାରୁ ଦୂରେଇ ରହିବା ସହିତ ସତର୍କ ରହିବା ଉଚିତ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *