ରାଜନଗର ବିସ୍ତୃତି ସ୍ଟାର ରାମେଶ୍ବର କଲୋନୀର ଚୌକିଦାର ବୁଲା କୁକୁରକୁ ୭ମହଲା ଉଚ୍ଚରୁ ତଳକୁ ଫୋପାଡି ଦେଲେ। ଯାହାପରେ ସେହି ବୁଲା କୁକୁରର ଅବସ୍ଥା ବହୁତ ଖରାପ ହୋଇଯାଇଛି।
ଜୀବଜନ୍ତୁଙ୍କ ସହ ମାଡପିଟର ଘଟଣା ପୂର୍ବରୁ ବି ନଜରକୁ ଆସିଥିଲା କିନ୍ତୁ ଗାଜିୟାବାଦର ରାଜନଗର ବିସ୍ତୃତିର ଏକ କଲୋନୀରେ ଏମିତି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ସମସ୍ତଙ୍କ ଚେତା ଉଡିଯାଇଛି। ରାଜନଗର ବିସ୍ତୃତ ସ୍ଟାର ରାମେଶ୍ବର କଲୋନୀର ଚୌକିଦାର ବୁଲା କୁକୁରକୁ ୭ମହଲା ଉଚ୍ଚରୁ ତଳକୁ ଫୋପାଡି ଦେଇଥିଲେ।ଯାହାପରେ ଏହି ବୁଲା କୁକୁରର ଅବସ୍ଥା ବହୁତ ଖରାପ ହୋଇଯାଇଛି। ଘଟଣା ପରେ ରାଗରେ କଲୋନୀ ଲୋକ ଚୌକିଦାରକୁ ପିଟିଛନ୍ତି ଏବଂ ସେହି ଭିଡିଓ ଭାଇରାଲ ହୋଇଯାଇଛି। ପୋଲିସ ପୂରା ମାମଲାକୁ ତର୍ଜମା କରିବା ବେଳେ ଚୌକିଦାରକୁ ଗିରଫ କରି ନେଇଛି।
କଲୋନୀର ଲୋକ କହିବା ଅନୁସାରେ ଚୌକିଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି ବୁଲା କୁକୁରକୁ କଲୋନୀକୁ ଆସିବାରୁ ରୋକାଯାଉ କିନ୍ତୁ କଲୋନୀର ଏହି ଚୌକିଦାର ଏତେ ହାରାମି ହୋଇଥିବ ବୋଲି କେହି ଭାବିନଥିଲେ। ହେଲେ, ଏହି ଚୌକିଦାର ନିଜ ଭୁଲକୁ ସ୍ବୀକାର କରି ସେଠାରେ କ୍ଷମା ମାଗିନେଇଥିଲେ। କିନ୍ତୁ, ଚୌକିଦାରର ହାରାମି ଚେହେରା ଯେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତଙ୍କ ହୋଶ ଉଡି ଯାଇଥିଲା।
ବାସ୍ତବରେ, ଏହି ଚୌକିଦାର ସ୍ଟାର ରାମେଶ୍ବର କଲୋନୀକୁ ଆସୁଥିବା ବୁଲା କୁକୁରକୁ ରୋକିବା ଚେଷ୍ଟାରେ ନିଜ ରାଗକୁ ନିୟନ୍ତ୍ରଣ କରି ପାରିଲା ନାହିଁ ଏବଂ ସେ ଏକ ବୁଲା କୁକୁରକୁ କୋଲନୀର ସାତମହଲା ଉଚ୍ଚାରୁ ତଳକୁ ଫୋପାଡି ଦେଇଥିଲା।ଜଣା ଯାଉଛି କି ସେହି ବୁଲା କୁକୁରର ଅବସ୍ଥା ବହୁତ ଖରାପ। ବୁଲା କୁକୁର ସହ ହୋଇଥିବା ଏହି ଘଟଣା ପରେ କଲୋନୀର ଲୋକମାନେ ଚୌକିଦାର ବିରୋଧରେ ଏଫ୍ଆଇଆର୍ ଜମା କରିଥିଲେ। ପୋଲିସ ଏହି ପୂରା ଘଟଣାରେ ଚୌକିଦାରଙ୍କୁ ଗିରଫ କରି ନେଇଥିଲେ କିନ୍ତୁ ଏହା ପୂର୍ବରୁ ଏକ ସିସିଟିଭି ଫୁଟେଜ ଭାଇରାଲ ହୋଇଯାଇଥିଲା ଯେଉଁଥିରେ ଚୌକିଦାରକୁ ପିଟୁଥିବା କିଛି କଲୋନୀର ଲୋକ ନଜର ଆସିଥିଲେ।
ଏହି ପୂରା ଘଟଣାରେ କଲୋନୀର ଚେୟାରମେନ କହିଛନ୍ତି କି ଆପଣ କୈାଣସି ପ୍ରକାରରେ ବୁଲା କୁକୁରଙ୍କୁ ବାନ୍ଧି ପାରିବେ ନାହିଁ ହେଲେ ଏହି ଘଟଣା ଉପରେ କେହି ପର୍ଦା ପକାଇ ପାରିବେ ନାହିଁ ଏବଂ ସେ କଲୋନୀର ଚୌକିଦାର ସହିତ ହୋଇଥିବା ମାଡପିଟ ଉପରେ ପ୍ରତିକ୍ରିୟା ଜାହିର୍ କରିଛନ୍ତି ଏବଂ କହିଛନ୍ତି କି କଲୋନୀର ଚୌକିଦାରଙ୍କୁ ପିଟିବାର ନଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।