ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଲା ମାଟିର ତିଆରି ପୁରୁଣା ହାଣ୍ଡି ।

କୁହାଯାଏ ଯେ, ଭାଗ୍ୟର ଚକ୍ର ଯେତେବେଳେ ବୁଲିଥାଏ ସେତେବେଳେ କାଙ୍ଗାଳ ମଧ୍ୟ ମାଲାମାଲ ହୋଇଯାଇଥାଏ। ଏମିତି କିଛି ହୋଇଥିଲା ଇଂଲଣ୍ଡର ସୁଫୋଲ୍କରେ ରହୁଥିବା ଲ୍ୟୁକ ମୋହୋନେଙ୍କ ସହିତ। ଲ୍ୟୁକ ଜଣେ ଧାତୁ ଡିଟେକ୍ଟର। ବିଗତ ଅନେକ ବର୍ଷ ଧରି ସେ ଅନେକ ସ୍ଥାନରେ ଖଜଣା ବା ଧନ ସନ୍ଧାନ କରିବାରେ ନିଜର ସମୟ ବିତାଇ ସାରିଛନ୍ତି। ମାତ୍ର କେବେ ହେଲେ ତାଙ୍କୁ ବଡ଼ ସଫଳତା ମିଳିପାରି ନାହିଁ, ସେ ନିଜର ଆଶା ଓ ବିଶ୍ଵାସ ହରାଇ ନଥିଲେ।

କିନ୍ତୁ ନିକଟରେ ହିଁ, ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଏପରି ହୋଇଗଲା ଯେ ନିଜେ ସେ ବିଶ୍ୱାସ କରିପାରି ନଥିଲେ। ୧୦ ବର୍ଷର ସନ୍ଧାନ ପରେ ତାଙ୍କ ହାତରେ ଖଜଣା ଲାଗିଲା ତ ସେ ବି ଏକ ଅବିଶ୍ୱାସନୀୟ ସ୍ଥାନରୁ। କୌଣସି ଦୁର୍ଗମ ପର୍ବତରେ ନୁହେଁ ବରଂ ତାଙ୍କ ଘର ପାଖରେ ଥିବା ପବ୍ ଆଗଣାରୁ। ଲ୍ୟୁକ ୧୫ ରୁ ୧୭ ତମ ଶତାବ୍ଦୀର ୧ ହଜାର ୭୮ ମୂଲ୍ୟବାନ ରୂପା ମୁଦ୍ରା ପାଇଛନ୍ତି। ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ପାଉଣ୍ଡ( ୯ କୋଟି ୮୨ଲକ୍ଷ ଟଙ୍କା ) ବୋଲି କୁହାଯାଉଛି।

ଆଜିକାଲି ଇଂଲଣ୍ଡର ଏହି ଧାତୁ ଡିଟେକ୍ଟରଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ୨୬ ଜୁଲାଇରେ ଲ୍ୟୁକ ନିଜର ବନ୍ଧୁଙ୍କ ସହିତ ଲିଂଡ଼ସେ ରୋଜ ପବ୍ ପଛକୁ ଯାଇଥିଲେ। ସେଠାରେ ସେ ଅଚାନକ ନିଜର ଡିଟେକ୍ଟରରେ କିଛି ଖୋଜିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ କଣ ଜଣା ଥିଲା ଯେ ତାଙ୍କର ଏହି ଅନୁସନ୍ଧାନ ତାଙ୍କ ଭାଗ୍ୟ ବଦଳାଇ ଦେବ।

ଅଚାନକ ତାଙ୍କର ଡିଟେକ୍ଟର ସେଠାରେ କିଛି ଥିବାର ସଙ୍କେତ ଦେଇଥିଲା। ଯେତେବେଳେ ସେ ସେଠାରେ ଖୋଳିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ଆଶ୍ଚର୍ଯ୍ୟର ଠିକଣା ରହି ନଥିଲା। ଯେଉଁଠାରୁ ତାଙ୍କୁ ଏକ ପୁରୁଣା ହାଣ୍ଡି ମିଳିଥିଲା। ଯେଉଁଥିରେ କିଛି ମାଟି ଭରି ରହିଥିଲା।

ଏହି ହାଣ୍ଡିରୁ ମାଟି ହଟାଇବା ପରେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହି ନଥିଲା। ମୋହୋନେ କହିଛନ୍ତି ଯେ ଯେତେବେଳେ ବ୍ରିଟିଶରେ ଗୃହଯୁଦ୍ଧ ଚାଲିଥିଲା, ସେତେବେଳେ ଏହି ମୁଦ୍ରା ଗୁଡିକ ଏଠାରେ ଲୁଚାଇ ଦିଆଯାଇଥିଲା। ରୋଜ ପବ୍ ଅଗଣାରେ ଖୋଳିବା ସମୟରେ ଯେତେବେଳେ ଲ୍ୟୁକଙ୍କୁ ସେହି ମୁଦ୍ରା ମିଳିଥିଲା ସେ ସ୍ତବ୍ଧ ରହିଯାଇଥିଲେ।

ମୁଦ୍ରାର ଅନୁସନ୍ଧାନ ପରେ ମୋହୋନେ ତୁରନ୍ତ ସ୍ଥାନୀୟ ଫାଇଣ୍ଡସ୍ ଲାଇସେନ୍ସ ଅଧିକାରୀଙ୍କ ସହିତ ସମ୍ପର୍କ କରିଥିଲେ ଏବଂ ଖଜାନା ମିଳିଥିବାର ସୂଚନା ଦେଇଥିଲେ।

ଯେତେବେଳେ ମୁଦ୍ରା ଗୁଡିକର ଯାଞ୍ଚ କରାଯାଇଥିଲା ସେତେବେଳେ ଏହା ଅସଲ ମୁଦ୍ରା ବୋଲି ଜଣାପଡିଥିଲା। ମୂଲ୍ୟ ବିଶେଷଜ୍ଞ ନିଗେଲ ମିଲ୍ସ କହିଛନ୍ତି ଯେ ଏହି ମୁଦ୍ରାଗୁଡ଼ିକ ଅସଲି ଅଟେ ଏବଂ ନିଲାମ କରିଲେ ଏହାର ମୂଲ୍ୟ ସର୍ବନିମ୍ନ ୧ ଲକ୍ଷ ପାଉଣ୍ଡ ବା ୯ କୋଟି ୮୨ ଲକ୍ଷ ଟଙ୍କା ପ୍ରାପ୍ତି ହେବ।

ଲ୍ୟୁକ କହିଲେ ଯେ, ଯେତେବେଳେ ତାଙ୍କୁ ମୂଲ୍ୟବାନ ମୁଦ୍ରା ଗୁଡିକ ମିଳିଥିଲା ସେତେବେଳେ ସେ ୪ ରାତ୍ରି ପର୍ଯ୍ୟନ୍ତ ସେହି ସ୍ଥାନରେ ଖଜାନା ଉପରେ ନଜର ରଖିବା ପାଇଁ ରହିଥିଲେ। କାରଣ ଗତ ୧୦ ବର୍ଷ ହେବ ତାଙ୍କ ପ୍ରତିଦ୍ବନ୍ଦୀ ଏହି ମୁଦ୍ରା ଗୁଡିକର ଅନୁସନ୍ଧାନ କରୁଥିଲେ। ସେ କହିଛନ୍ତି ଯେ, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏତେ ସହଜରେ ମୋତେ ଏହି ମୂଲ୍ୟବାନ ମୁଦ୍ରା ଗୁଡିକ ପ୍ରାପ୍ତ ହୋଇଯାଇଛି।

ଲ୍ୟୁକ ନିଜ ସଫଳତାର ଶ୍ରେୟ ସେ ବ୍ୟବହାର କରୁଥିବା ୟୁନିକ ମେଟାଲ ଡିଟେକ୍ଟରକୁ ଦେଇଛନ୍ତି ଯାହାର ଉପଯୋଗ କରି ସେ ଏହି ମୂଲ୍ୟବାନ ମୁଦ୍ରା ଗୁଡ଼ିକୁ ହାସଲ କରି ପାରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ବହୁତ ପୁରୁଣା ସମୟରୁ ଅନେକ ଲୋକ ଏହି ଖଜାନାକୁ ଖୋଜୁଥିଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *