ପ୍ରତ୍ୟେକ ବ୍ୟକ୍ତିର ଏକ ଵିଶେଷ ପସନ୍ଦ ରହିଥାଏ। ବ୍ୟକ୍ତିର ଏହି ପସନ୍ଦ ତା’ର ସ୍ଵଭାଵ ଏବଂ ପରବର୍ତ୍ତୀ ଭବିଷ୍ୟତ ବିଷୟରେ କହିଥାଏ। ତାଙ୍କୁ କଣ ପସନ୍ଦ ଅଛି କଣ ପସନ୍ଦ ହେଉ ନାହିଁ ଏଥରୁ ତାଙ୍କ ସ୍ୱଭାବ ବିଷୟରେ ଅନେକ କିଛି ଜାଣିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ପସନ୍ଦକୁ ଏକ ବିଶେଷ ମହତ୍ତ୍ୱ ଦିଆ ଯାଇଛି। ଆପଣ ଦେଖୁଥିବା ଫୋଟୋ ଚିତ୍ରରେ ଭିନ୍ନ ଭିନ୍ନ ମାସରେ ଗୋଟିଏ ଲେଖାଏ ହୃଦୟ ଆକୃତିର ଚିତ୍ର ରହିଛି। ଯେଉଁଥିରୁ ଆପଣଙ୍କୁ ନିଜର ଜନ୍ମ ମାସରେ ଥିବା ହୃଦୟଟିକୁ ଚୟନ କରିବାକୁ ପଡିବ। ଆପଣ ଚୟନ କରିଥିବା ଏହି ହୃଦୟ ଆପଣଙ୍କ ହୃଦୟର ଏକ ବଡ଼ ରହସ୍ୟ ଏବଂ ନିଜ ବିଷୟରେ କିଛି ବିଶେଷ ମଧ୍ୟ ପ୍ରକାଶ କରିବ।
ଜାନୁଆରୀ: ଯଦି ଆପଣ ଜାନୁଆରୀ ମାସର ହୃଦୟକୁ ଚୟନ କରିଛନ୍ତି ତେବେ ଆପଣ ବହୁତ ଦୃଢ ନିଶ୍ଚୟୀ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଯେଉଁ କାମକୁ ଥରେ କରିବା ପାଇଁ ଭାବି ନିଅନ୍ତି ତେବେ ତାକୁ ସମ୍ପୂର୍ଣ୍ଣ କରିବା ପୂର୍ବରୁ ନିଶ୍ୱାସ ନିଅନ୍ତି ନାହିଁ। ଆପଣ ଅନ୍ୟ ଲୋକର ସ୍ଵଭାଵକୁ ଖୁବଶୀଘ୍ର ବୁଝି ଯାଇଥାନ୍ତି। ପ୍ରେମ ଏବଂ ବନ୍ଧୁତ୍ୱର ମହତ୍ତ୍ୱକୁ ଆପଣ ବହୁତ ଭଲ ଭାବରେ ଜାଣନ୍ତି।
ଫେବୃଆରୀ: ଫେବୃଆରୀ ମାସର ହୃଦୟକୁ ଚୟନ କରିଥିବା ଲୋକମାନେ ଅକର୍ଷକ ଏବଂ ଆତ୍ମବିଶ୍ବାସୀ ହୋଇଥାନ୍ତି। ଆପଣ ପ୍ରତ୍ୟେକ ଜିନିଷକୁ ସକାରାତ୍ମକ ଭାବରେ ଗ୍ରହଣ କରିଥାନ୍ତି। ଆପଣ କୌଣସି ଜିନିଷ କରିବା ପୂର୍ବରୁ ସେଥିପାଇଁ ସଠିକ ଯୋଜନା ପ୍ରସ୍ତୁତ କରିନେଇଥାନ୍ତି। ଏହି କାଟଣାରୁ ଆପଣ ନିଜର ଅଧିକାଂଶ କାର୍ଯ୍ୟରେ ସଫଳ ହୋଇଥାନ୍ତି।
ମାର୍ଚ୍ଚ: ମାର୍ଚ୍ଚ ମାସର ହୃଦୟ ଚୟନ କରିଥିବା ବ୍ୟକ୍ତି ସତ୍ୟବାଦୀ ଏବଂ ସ୍ୱଚ୍ଛ ହୃଦୟର ଅଟନ୍ତି। ସାହାଯ୍ୟ କରିବା ମାମଲାରେ ସର୍ବଦା ଆଗୁଆ ରହିଥାନ୍ତି। ନିଜର ସମ୍ପର୍କ ଉପରେ ବହୁତ ବିଶ୍ୱାସ ରଖିଥାନ୍ତି। ଆପଣ କେବେ କାହାର ଭାବନା ସହିତ ଖେଳି ନଥାନ୍ତି ବରଂ ଲୋକଙ୍କ ଭାବନାକୁ ସମ୍ମାନ ଦେଇଥାନ୍ତି। ଆପଣଙ୍କର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଆପଣ ସବୁ ପ୍ରକାରର ସମସ୍ୟା ସହିତ ଲଢ଼ିବା ଜାଣିଛନ୍ତି।
ଅପ୍ରେଲ: ଆପଣଙ୍କ ସ୍ଵଭାଵ କୌଣସି ବ୍ୟକ୍ତିଙ୍କର ମନ ଜିତି ପାରିବ। ଆପଣ ଦେଖାଇ ହେବାକୁ ପସନ୍ଦ କରି ନଥାନ୍ତି ଏବଂ ଆପଣ ବହୁତ ବିଶ୍ୱାସୀ ହୋଇଥାନ୍ତି। କାରଣ କୌଣସି ରହସ୍ୟ ଗୋପନ ରଖିବାରେ ଆପଣ ସିଦ୍ଧହସ୍ତ ଅଟନ୍ତି। ଆପଣଙ୍କର ପ୍ରଥମ ପ୍ରାଥମିକତା ପରିବାର ହୋଇଥାଏ। ପରିବାରକୁ ବହୁତ ଭଲ ପାଇଥାନ୍ତି। ଖାଲି ଏତିକି ନୁହେଁ ଆପଣ ପ୍ରତ୍ୟେକ ସମ୍ପର୍କର କର୍ତ୍ତବ୍ୟ ପୁରା କରିଥାନ୍ତି।
ମଇ: ଆପଣ ମନ ବହୁତ ଭାବୁକ ଏବଂ ପ୍ରେମରେ ପରିପୂର୍ଣ୍ଣ ରହିଥାଏ। ଆପଣ ସବୁବେଳେ ଡରିଥାନ୍ତି ଯେ ଆପଣଙ୍କ କାରଣରୁ କାହାର ମନ ଭାଙ୍ଗି ନଯାଉ। ଏଥିପାଇଁ ଆପଣ କୌଣସି ପ୍ରକାରର ସନ୍ଧି କରିବାକୁ ପ୍ରସ୍ତୁତ ଏହିଥାନ୍ତି। ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିଥାନ୍ତି।
ଜୁନ: ଆପଣ ବହୁତ ମସ୍ତିମୌଜରେ ଜୀଵନ ଅତିବାହିତ କରିଥାନ୍ତି। ଅନ୍ୟକୁ ଖୁସି କରିବା ପାଇଁ ଭରପୂର ପ୍ରୟାସ କରିଥାନ୍ତି। ଆପଣ ସମ୍ପର୍କକୁ ବହୁତ ମହତ୍ତ୍ୱ ଦେଇଥାନ୍ତି। କିନ୍ତୁ ଯଦି କୌଣସି ବ୍ୟକ୍ତି ଥରେ ଆପଣଙ୍କ ଦୃଷ୍ଟିରେ ତଳକୁ ଖସି ଯାଏ ତେବେ ସେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ନିକଟବର୍ତ୍ତୀ ହୋଇପାରେ ନାହିଁ।
ଜୁଲାଇ: ଯଦି ଆପଣ ଜୁଲାଇ ମାସର ହୃଦୟ ଚୟନ କରିଛନ୍ତି ତେବେ ଆପଣ ବହୁତ ଖୋଲା ମିଜାଜ୍ ଲୋକ ଅଟନ୍ତି। ପ୍ରତ୍ୟେକ କାମ କରିବାର କଳା ରହୁଥାଏ ଆପଣଙ୍କ ଠାରେ। ଆପଣ ଯେଉଁ ଲୋକଙ୍କୁ ଥରେ ହୃଦୟରେ ବସାଇ ନିଅନ୍ତି ତାଙ୍କୁ କେବେ ହେଲେ ଛାଡି ନଥାନ୍ତି।
ଅଗଷ୍ଟ: ଆପଣ ବହୁତ ଭାବୁକ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ନିଜର ସମ୍ପର୍କ ଏବଂ ଭାବନାକୁ ନେଇ ବହୁତ ଗୁରୁତ୍ୱ ଦେଇଥାନ୍ତି। ଆପଣ କେବେହେଲେ ଜାଣିଶୁଣି ଏପରି କଥା କହି ନଥାନ୍ତି ଯାହା ସାମ୍ନା ଲୋକକୁ କଷ୍ଟ ଦେଇଥାଏ। ଆପଣ ଲାଜୁଆ ସ୍ୱଭାବର ହୋଇଥିବାରୁ ନୂତନ ଲୋକଙ୍କ ସହିତ ହଠାତ ମିତ୍ରତା ବଢାଇ ନଥାନ୍ତି।
ସେପ୍ଟେମ୍ବର: ଆପଣ ରୁଢ଼ିବାଦୀ ସ୍ୱଭାରର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ନିଜ କାର୍ଯ୍ୟରେ ବାରମ୍ବାର ପରିବର୍ତ୍ତନ ଏବଂ ଅନ୍ୟ ଲୋକଙ୍କ ହସ୍ତକ୍ଷେପ ପସନ୍ଦ ହୋଇନଥାଏ। ଆପଣ ଦୋହରା ସ୍ଵଭାଵ ପସନ୍ଦ କରନ୍ତି ନାହିଁ। ଯାହା ଆପଣଙ୍କ ହୃଦୟରେ ଥାଏ ଆପଣ ମଧ୍ୟ ସେଇୟା ଶୁଣାଇଥାନ୍ତି।
ଅକ୍ଟୋବର: ଆପଣ ସ୍ଥିର ବୁଦ୍ଧି ସହିତ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ମଣିଷ ଅଟନ୍ତି। ଆପଣ ମୁହଁ ସବୁବେଳେ ହସ ହସ ରହିଥାଏ। ନିଜେ ଖୁସିରେ ରହିବା ସହିତ ଅନ୍ୟ ମାନଙ୍କ ମୁହଁରେ ମଧ୍ୟ ହସ ଫୁଟାଇଥାନ୍ତି। ଆପଣ ଜଣେ ସ୍ପଷ୍ଟ ବକ୍ତା ହୋଇଥିବାରୁ ନିଜ କଥା ଅନ୍ୟ ସାମ୍ନାରେ ରଖିବାକୁ ପଛକୁ ହଟନ୍ତି ନାହିଁ।
ନଭେମ୍ବର: ଆପଣ ବହୁତ ଦାୟିତ୍ୱବାନ ଏବଂ କର୍ତ୍ତବ୍ୟନିଷ୍ଠା ସ୍ୱଭାବର ବ୍ୟକ୍ତି। ଆପଣ ଲୋକଙ୍କ କଥାକୁ ଲକ୍ଷ୍ୟ ନକରି ନିଜର ମନ କଥା ଶୁଣିଥାନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କର ଶିକ୍ଷା ଲାଭ କରିବାର ଜିଜ୍ଞାସା ରହିଥାଏ। ଆପଣ ବିଳାସ ବ୍ୟାସନ ପ୍ରତି ଆଗ୍ରହୀ ହୋଇନଥାନ୍ତି।
ଡିସେମ୍ବର: ଆପଣଙ୍କ ସ୍ଵଭାଵ ବହୁତ ମଧୁର ହୋଇଥାଏ। ଆପଣଙ୍କ କଥା କହିବାର ଶୈଳୀ ଏତେ ମନ ମୋହକ ହୋଇଥାଏ ଯେ, ଆପଣ କଥାରେ ହିଁ ଲୋକଙ୍କ ମନ ଜିତି ନେଇଥାନ୍ତି। ଆପଣ ଭିଡରେ ମଧ୍ୟ ନିଜର ପରିଚୟ ବନାଇ ନେଇଥାନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |