ବ୍ୟାୟାମ କରିବାକୁ ଯାଇଥିବା ଟେଲିଭିଜନ ଅଭିନେତ୍ରୀଙ୍କ ସହିତ ଦୁର୍ବ୍ୟବହାର, ଭାଇରାଲ ହେବାକୁ ଲାଗିଛି ଭିଡିଓ।

କନ୍ନଡ଼ ଅଭିନେତ୍ରୀ ଏବଂ ଟେଲିଭିଜନ ଷ୍ଟାର ସଂଯୁକ୍ତା ହେଗଡେଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇଛି। ଏହି ଘଟଣା ପରେ ତାଙ୍କ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି କ୍ରୋଧିତ ହୋଇଯାଇଛନ୍ତି। ଗତ ଦିନରେ ଜଣେ ମହିଳା ତାଙ୍କ ସହିତ ସାର୍ବଜନିକ ରୂପରେ ଦୁର୍ବ୍ୟବହାର କରିଛନ୍ତି। ବାସ୍ତବରେ ସଂଯୁକ୍ତା ସ୍ପୋର୍ଟସ ପୋଷାକ ପିନ୍ଧି ପାର୍କରେ ବ୍ୟାୟାମ କରିବାକୁ ଯାଇଥିଲେ, ସେହି ସମୟରେ ଜଣେ ମହିଳା ସଂଯୁକ୍ତାଙ୍କ ପୋଷାକକୁ ନେଇ ଗମ୍ଭୀର ଆପତ୍ତି ପ୍ରକଟ କରିଥିଲେ। କେବେଳ ଏତିକି ନୁହେଁ ମହିଳା ଜଣକ ସଂଯୁକ୍ତାଙ୍କ ଉପରେ ହାତ ଉଠାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ ଯେ, ସଂଯୁକ୍ତା ଏହି ଘଟଣାର କିଛି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଏହି ଭିଡିଓ ଗୁଡ଼ିକୁ ଦେଖିବା ପରେ ଆଭିନେତ୍ରୀ ରିଚା ଚଡ୍ଡା ମଧ୍ୟ ସଂଯୁକ୍ତା ହେଗଡେଙ୍କ ସପକ୍ଷରେ ଆସି ଯାଇଛନ୍ତି ଏବଂ ସେ ଏକ ଟ୍ୱିଟ କରି ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ଜାଣନ୍ତୁ କଣ ହୋଇଥିଲା ସମ୍ପୂର୍ଣ୍ଣ ଘଟଣା….

ମିଳିଥିବା ସୂଚନା ମୁତାବକ ସମ୍ପୂର୍ଣ୍ଣ ମାମଲା ଏହା ଅଟେ ଯେ, ଏକ ପାର୍କରେ ସଂଯୁକ୍ତା କ୍ରୀଡା ପୋଷାକ ପିନ୍ଧି ନିଜ ମହିଳା ବନ୍ଧୁଙ୍କ ସହିତ ବ୍ୟାୟାମ କରିବାକୁ ଯାଇଥିଲେ। ପାର୍କରେ ସଂଯୁକ୍ତା ହୁଲା-ହୁପର ଅଭ୍ୟାସ କରୁଥିଲେ, ସେତେବେଳେ ତାଙ୍କ ପାଖରେ ଜଣେ ମହିଳା ଆସିଲେ ଏବଂ ତାଙ୍କୁ ବହୁତ କିଛି ଖରାପ କରି କହିବା ଆରମ୍ଭ କରିଦେଇଥିଲେ। ଖାଲି ଏତିକି ନୁହେଁ ମହିଳାଙ୍କ ଦ୍ୱାରା ସଂଯୁକ୍ତାକୁ ମରିବାର ଚେଷ୍ଟା ମଧ୍ୟ କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣାର କିଛି ଭିଡିଓ କ୍ଲିପ ସଂଯୁକ୍ତା ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ଆପଣ ଦେଖି ପାରିବେ ଯେ, କେମିତି ଭାବରେ ମହିଳା ଜଣକ ଅଭିନେତ୍ରୀଙ୍କ ଉପରେ ଅଚାନକ ହାବି ହୋଇଯାଇଛନ୍ତି। ସଂଯୁକ୍ତାଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ଭିଡ଼ିଓ ଗୁଡିକ ଅନ୍ତିମ ଭିଡିଓରେ ଘଟଣାସ୍ଥଳରେ ପୋଲିସ ମାମଲାକୁ ସମାଧାନ ହୋଇଥିବାର ନଜର ଆସୁଛି। ସେହି ଘଟଣାରେ ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା ପ୍ରତିକ୍ରିୟା କରିଛନ୍ତି।

ସଂଯୁକ୍ତା ଲେଖିଛନ୍ତି ଲମ୍ବା ନୋଟ:

ସଂଯୁକ୍ତା ଏହି ପୁରା ମାମଲାକୁ ନେଇ ଇନଷ୍ଟଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ନୋଟ ଲେଖିଛନ୍ତି। ଏହି ନୋଟରେ ସେ ଖୋଲାଖୋଲି ଭାବରେ ନିଜ ସହିତ ହୋଇଥିବା ଦୁର୍ବ୍ୟବହାର ବିଷୟରେ କହିଛନ୍ତି। ନିଜର ନୋଟରେ ସେ ଲେଖିଛନ୍ତି ଯେ, ଏକ ଲୋକତନ୍ତ୍ରରେ ରହିବା ଏବଂ ସାମାଜିକ ଦୁରତରେ ସମସ୍ତ ନିୟମର ପାଳନ ପରେ ମଧ୍ୟ ସେହି ମହିଳା ଏବଂ ଅଗାରା ଲେକରେ ଉପସ୍ଥିତ ଥିବା ଲୋକମାନେ ମୋ ସହିତ ଅଭଦ୍ର ବ୍ୟବହାର କରିଥିଲେ ଏବଂ ମୋ ଉପରେ ଅନେକ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

ମୋତେ ଅପମାନିତ କରାଗଲା, ମୋର ଉପହାସ କରାଗଲା, ଏସବୁ ପଛରେ କେବଳ ଗୋଟିଏ କାରଣ ରହିଥିଲା ଯେ, ମୁଁ କ୍ରୀଡା ପୋଷାକ ପିନ୍ଧିଥିଲି ଏବଂ ହୁଲା-ହିପର ଅଭ୍ୟାସ କରୁଥିଲି। ସଂଯୁକ୍ତା ନିଜ ନୋଟରେ ଲେଖିଛନ୍ତି ଯେ, ସେ ସେହି ମହିଳାଙ୍କ ସହିତ ବହୁତ ବିନମ୍ରତାରେ କଥାବାର୍ତ୍ତା କରିଥିଲେ କିନ୍ତୁ ମହିଳା ଜଣଙ୍କ ସଂଯୁକ୍ତା ଏବଂ ତାଙ୍କ ବନ୍ଧୁଙ୍କୁ ବହୁତ ଖରାପ କରି କହିବା ସହିତ ପିଟିଥିଲେ।

https://www.instagram.com/p/CEvjZeOllAX/?utm_source=ig_web_copy_link

କନ୍ନଡ଼ ଅଭିନେତ୍ରୀ ସଂଯୁକ୍ତାଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର କାରଣରୁ ରିଚା ଚଡ୍ଡା ବହୁତ ନଖୁସ ହୋଇଥିଲେ, ସେ ଏପରି ଘୃଣ୍ୟ ମାନସିକତା ଥିବା ଲୋକମାନଙ୍କୁ କହିଛନ୍ତି ଯେ, ଯଦି କେହି ଆପଣଙ୍କ ହିସାବରେ କପଡା ପିନ୍ଧି ନାହାନ୍ତି ତେବେ କଣ ଆପଣ ତାଙ୍କୁ ଚାପୁଡ଼ା ମାରିବେ ନା ତାଙ୍କ ଉପରେ ସିଧା ହାତ ଉଠାଇବେ। ରିଚା ଚଡ୍ଡା ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଦୁନିଆରେ ଆଉ ଅଧିକ ମୋରଲ ପୋଲିସିଙ୍ଗର ଆବଶ୍ୟକତା ନାହିଁ, ବିଶେଷକରି ନିଜକୁ ପବିତ୍ର କହୁଥିବା ଆଣ୍ଟିଙ୍କ ଠାରୁ। ସୁଧୁରୀ ଯାଆନ୍ତୁ, ସମ୍ମାନ ଉଭୟ ପକ୍ଷରୁ ହୋଇଥାଏ।

କ୍ଷମା ମାଗିଲେ କବିତା ରେଡ୍ଡୀ:

ସୂଚନାଯୋଗ୍ୟ ଯେ, କବିତା ରେଡ୍ଡୀ କଂଗ୍ରେସ ପାର୍ଟିର ଜଣେ କାର୍ଯ୍ୟକର୍ତା ଅଟନ୍ତି, ଯିଏ ସଂଯୁକ୍ତା ହେଗଡେ ଏବଂ ତାଙ୍କ ବନ୍ଧୁଙ୍କ ସହିତ ଗାଳି ଗୋଳଜ ଏବଂ ମାରପିଟ କରିଥିଲେ। ଏହି ସମ୍ପୂର୍ଣ୍ଣ ମାମଲାରେ କବିତା ଏକ ନୋଟ ଲେଖି ଏବଂ ଭିଡିଓ ପୋଷ୍ଟ କରି ସଂଯୁକ୍ତାଙ୍କୁ କ୍ଷମା ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *