ଭକ୍ତର ଅପେକ୍ଷା ହେଲା ଶେଷ, ଶ୍ରୀକ୍ଷେତ୍ରରେ ଗଡିବ ରଥ….

ଶେଷରେ ଅନ୍ତ ହେଲା କୋଟି ଓଡିଆଙ୍କ ଦ୍ଵନ୍ଦ। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ରଥଯାତ୍ରା କୁ ପୁର ଓଡ଼ିଶା ବାସି ବହୁ ଚିନ୍ତାରେ ଥିଲେ ରଥ ଯାତ୍ରା ହୋଇ ପାରିବ କି ନାହିଁ? ଶେଷରେ ଅପେକ୍ଷାର ଅନ୍ତ ଘଟିଲା ଏବଂ ମାନ୍ୟବର ସୁପ୍ରିମକୋର୍ଟ କେବଳ ଶ୍ରୀକ୍ଷେତ୍ରରେ ରଥ ଗଡ଼ିବାକୁ ଅନୁମତି ପ୍ରଦାନ କଲେ।

ରଥଯାତ୍ରା କୁ ପୁରା ଓଡ଼ିଶା ବାସି ଚାହିଁ ରହିଥିବା ବେଳେ ସୁପ୍ରିମକୋର୍ଟ ରେ ରଥ ଯାତ୍ରା ବନ୍ଦ ହେବାକୁ ନେଇ ଏତଲା ଦିଆଯାଇଥିଲା । ଯେଉଁଥି ପାଇଁ ସୁପ୍ରିମକୋର୍ଟ ରେ ଅନୁଷ୍ଠିତ ୩ ଜଣିଆ ଖଣ୍ଡପୀଠ ରେ ମୁଖ୍ୟ ବିଚାର ପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ରଥ ଯାତ୍ରା ହୋଇ ପାରିବ ନହିଁ ଘୋଷଣା କରିଥିଲେ।

ଏହାପରେ ସମସ୍ତ ଭକ୍ତ ଓ ପୁର ଓଡ଼ିଶା ବାସୀଙ୍କ ମନରେ ଅବସାଦ ଦେଖିବାକୁ ମିଳିଲା । ପ୍ରଶାସନ ଓ ଭକ୍ତର ଉଭୟ କୋଭିଡ- ୧୯ ର ନିୟମ ପାଳନ କରି ରଥ ଯାତ୍ରା ଅନୁଷ୍ଠିତ କରିବାକୁ ରାଜ୍ୟ ସରକାର ଅନୁମିତ ପ୍ରଦାନ କରିଥିଲେ ରଥ କାର୍ଯ୍ୟ ମଧ୍ୟ ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ଏଭଳି ସୁପ୍ରିମକୋର୍ଟ ର ରାୟରେ ଦଇତା ପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିଲା।

୨ ଦିନ ତଳେ ବିଭିନ୍ନ ମହଲରୁ ଅନେକ ରିପିଟିସନ୍ ଦାଖଲ କରାଯାଇଥିଲା l ଖାସ କରି ପୁରୀର ରାଜା ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ ଓ ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଥିଲେ ଯେ ଯଦି ମହାପ୍ରଭୁଙ୍କ ରଥ ଯାତ୍ରା ଥରେ ଅଟକି ଯାଏ ତାହାଲେ ଏହ ୧୨ ବର୍ଷ ପର୍ଯ୍ୟନ୍ତ ଆଉ ହୋଇ ପାରିବ ନାହିଁ। ତେଣୁକରି କୋଭିଡ -୧୯ ର ନିୟମ ପାଳନ କରି ପୁରୀରେ ରଥ ଗଡିବାକୁ ଅନୁମତି ପ୍ରଦାନ କରନ୍ତୁ। ଏବଂ ଏହାର ପ୍ରସାରଣ ସିଧାସଳଖ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ ମଧ୍ୟ ଅନୁମତି ପ୍ରଦାନ କରନ୍ତୁ । ଯାହା ଫଳରେ କୋଟି କୋଟି ଦେଶ ବିଦେଶର ଭକ୍ତ ଦର୍ଶନ କରିବାର ସୁଯୋଗ ପାଇବେ।

ଯାହାର ଶୁଣାଣି ସୁପ୍ରିକୋର୍ଟଙ୍କ ମହା ବିଚାର ପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ କହିଛନ୍ତି କେବଳ ପୁରୀ ପାଇଁ କୋଭିଡ଼-୧୯ ନିୟମ ହିସାବରେ ରଥ ଯାତ୍ରା ଅନୁଷ୍ଠିତ ହେବ ଏବଂ ଏହା ବ୍ୟାତିତ ରାଜ୍ୟରେ ଅନ୍ୟ ଯେଉଁଠାରେ ରଥ ଗଡ଼ି ପାରିବ ନାହିଁ।

ବନ୍ଧୁଗଣ ଏବେ ପୁରା ଭକ୍ତ ମନରେ ଖୁସି ର ଲହରୀ ଯଦି ଆପଣ ବି ଖୁସି ଅଛନ୍ତି ଗୋଟିଏ ଲାଇକ ସହ ଲେଖି ଦିଅନ୍ତୁ ” ଜୟ ଜଗନ୍ନାଥ”

Leave a Reply

Your email address will not be published. Required fields are marked *