ଭାରତରେ କରୋନା ସମୟରେ ଅନେକ ଲୋକଙ୍କ ଚାକିରୀ ଚାଲି ଯାଇଛି। ଏମିତିରେ ଯଦି ଆମେ ଆପଣଙ୍କୁ କହିବୁ ଯେ, ଗୋଟିଏ ଭାରତୀୟ କମ୍ପାନୀ ଆପଣଙ୍କୁ ୧୦୦ ଦିନରେ ଏକ ଲକ୍ଷ ଟଙ୍କା ଉପାର୍ଜନ କରିବାର ସୁଯୋଗ ଦେଉଛି ତେବେ ଆପଣ କଣ କରିବେ? ସେ ମଧ୍ୟ ଏପରି ଏକ କାର୍ଯ୍ୟ ବଦଳରେ ଯାହା ଆପଣ ଏବଂ ଆମେ ପ୍ରତ୍ୟେକ ଦିନ ରାତିରେ କରିଥାଉ, ଅର୍ଥାତ ଶୋଇବା। ଏହି କମ୍ପାନୀ ସ୍ଲିପ ଇଣ୍ଟର୍ନସିପ ପାଇଁ ଅଫର ବାହାର କରିଛି।
ଏଥିରେ ଆପଣଙ୍କୁ କେବଳ ୯ ଘଣ୍ଟା ଶୋଇବା ବଦଳରେ ଦିଆଯିବ ଏକ ଲକ୍ଷ ଟଙ୍କା। ଏହି ଇଣ୍ଟର୍ନସିପର ବହୁତ ଚର୍ଚ୍ଚା ହେଉଛି। ଏଥିରେ ଆପଣଙ୍କୁ ଭଲ ନିଦ ପାଇଁ କମ୍ପାନୀର ଅନେକ ସୁବିଧା ମଧ୍ୟ ଦିଆଯିବ। ଏଥିରେ ସ୍ଲିପ ବିଶେଷଜ୍ଞ ଆପଣଙ୍କୁ ଭଲ ଭାବରେ ଶୋଇବାକୁ ଉପଦେଶ ମଧ୍ୟ ଦେବେ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏହି ଇଣ୍ଟର୍ନସିପର ସମ୍ପୂର୍ଣ୍ଣ ବିବରଣୀ
କରୋନା ସଙ୍କଟ ସମୟରେ ସମଗ୍ର ଦୁନିଆରେ ଚାକିରୀର ଅଭାବ ଦେଖିବାକୁ ମିଳିଛି। ଭାରତ ମଧ୍ୟ ଏଥିରୁ ବାଦ ପଡି ନାହିଁ। ଏଠାରେ ମଧ୍ୟ ଚାକିରୀର ବହୁତ ଅଭାବ ସୃଷ୍ଟି ହୋଇଛି। ଏମିତିରେ ମଧ୍ୟ ଦେଶରେ ବେରୋଜଗାର ସଂଖ୍ୟା ବହୁତ ରହିଥିଲା, କିନ୍ତୁ କରୋନା ଏହାକୁ ଆହୁରି ବଢ଼ାଇ ଦେଇଛି।
ଏଥିମଧ୍ୟରେ ବାଙ୍ଗଲୁରୁର ଏକ କମ୍ପାନୀ ଇଣ୍ଟର୍ନ ମାନଙ୍କର ସନ୍ଧାନ କରୁଛି। ଏହି ଇଣ୍ଟର୍ନ ମାନଙ୍କୁ ୧୦୦ ଦିନ ପାଇଁ ନିଯୁକ୍ତ କରାଯିବ। ଏହି ଅବସରରେ ତାଙ୍କୁ ୯ ଘଣ୍ଟା କାମ କରିବାକୁ ପଡିବ। ଏହି କାମ ପରିବର୍ତ୍ତେ ତାଙ୍କୁ ୧୦୦ ଦିନରେ ଏକ ଲକ୍ଷ ଟଙ୍କା ପେମେଣ୍ଟ କରାଯିବ।
ଇଣ୍ଟର୍ନସିପଙ୍କ କାର୍ଯ୍ୟ ହିଁ ଏହାକୁ ସବୁଠୁ ବିଶେଷ ବନାଇଥାଏ। ତେବେ ଏହି ଇଣ୍ଟର୍ନସିପରେ ଆପଣଙ୍କୁ ୯ ଘଣ୍ଟା ପାଇଁ ଘୁଙ୍ଗୁଡ଼ି ମାରି ଅର୍ଥାତ ଗଭୀର ନିଦରେ ଶୋଇବାକୁ ପଡିବ। ଏହି ଅବସରରେ ଆପଣଙ୍କୁ ୯ ଘଣ୍ଟା ଶୋଇବାକୁ ପଡିବ। କେବଳ ଶୋଇବା ପାଇଁ ଆପଣଙ୍କୁ ଏକ ଲକ୍ଷ ଟଙ୍କାର ପେମେଣ୍ଟ କରାଯିବ।
୯ ଘଣ୍ଟା ଶୋଇବାରେ ସାହାଯ୍ୟ କରିବା ପାଇଁ ଆପଣଙ୍କୁ ସ୍ଲିପ ବିଶେଷଜ୍ଞ, ସହିତ ଶୋଇବାର ଗୁଣବତ୍ତା ଉନ୍ନତ କରିବା ପାଇଁ ଉପଯୁକ୍ତ ଖାଦ୍ୟ ମଧ୍ୟ ଦିଆଯିବ। ଆପଣଙ୍କୁ ଏସବୁ ବଦଳରେ କେବଳ ୯ ଘଣ୍ଟା ଶୋଇବାକୁ ପଡିବ।
ଏହି ଇଣ୍ଟର୍ନସିପରେ ଅନେକ ଜିନିଷ ପ୍ରତି ଧ୍ୟାନ ରଖାଯିବ। ଆପଣଙ୍କୁ ଅନେକ ପ୍ରକାରର ପରିସ୍ଥିତି ଦିଆଯିବ, ଯେଉଁଥିରେ ଆପଣଙ୍କୁ ଶୋଇବାକୁ ପଡିବ। ଯଦି କୌଣସି ବାଧା ମଧ୍ୟରେ ଆପଣ ଶୋଇ ପାରୁଛନ୍ତି ତେବେ ଏହି ଇଣ୍ଟର୍ନସିପ ପାଇଁ ଆପଣ ଉପଯୁକ୍ତ ଅଟନ୍ତି।
କମ୍ପାନୀର ନାମ wakefit ଅଟେ ଏବଂ ଏହା ସ୍ଲିପ ସମ୍ପର୍କୀୟ ଷ୍ଟଫ ଗୁଡିକ ବନାଇଥାଏ। କମ୍ପାନୀ ଏହି ଇଣ୍ଟର୍ନସିପକୁ ରେକର୍ଡ କରି ଆନାଲାଇଜ କରିବ ଯେ ମଣିଷକୁ ଶୋଇବାରେ କେଉଁ ଜିନିଷରୁ ସାହାଯ୍ୟ ମିଳୁଛି।
ଏହା ପ୍ରଥମଥର ନୁହେଁ ଯେ ଏହି କମ୍ପାନୀ ଏମିତି କାର୍ଯ୍ୟ ପାଇଁ ଅଫର ବାହାର କରିଛି। ଏହା ପୂର୍ବରୁ ମଧ୍ୟ ସେ ଏପରି ଏକ ଇଣ୍ଟର୍ନସିପ ପ୍ରୋଗ୍ରାମ ବାହାର କରିଥିଲା ଯେଉଁଥିରେ ୨୩ ଲୋକଙ୍କୁ ରଖାଯାଇଥିଲା ଏବଂ ତାଙ୍କୁ ପେମେଣ୍ଟ କରାଯାଇଥିଲା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |