ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଏବଂ ଜର୍ମାନୀ ଭାତର ସପକ୍ଷରେ ଆସି ପାକିସ୍ତାନ ଓ ଚୀନ କୁ ବଡ ସନ୍ଦେଶ ଦେଇଛନ୍ତି । ସୋମବାର ହୋଇଥିବା ଆତଙ୍କି ହମଲା କୁ ନେଇ କରାଚୀ ଷ୍ଟକ ଏକ୍ସଚେଞ୍ଜ ଉପରେ ପାକିସ୍ତାନ ତରଫରୁ ଚୀନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ବୟାନ ଜାରି କରିବାର ପ୍ରସ୍ତାବ ଆଣିଥିଲା ଏହି ପ୍ରସ୍ତାବ ଉପରେ ଆମେରିକା ସାଜିଲା ବାଧକ । ଚୀନ ପ୍ରୟୋଜିତ ବୟାନରେ ଦଖଲ ଦେଇ ବୟାନ କୁ ତୁରନ୍ତ ପାସ କରେଇ ନଥିଲା ।
ଏହା ପୂର୍ବରୁ ମଧ୍ୟ ଜର୍ମାନୀ କାରଣରୁ ପ୍ରସ୍ତାବ ଅଟକ ଥିଲା । କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ ଏବଂ ବୈଦେଶିକ ମନ୍ତ୍ରୀ ସାହା ମହାମୁଦ କୁରେଇସି ଆକ୍ରମଣ ପାଈଁ ଭାରତକୁ ଦୋଷୀ ବୋଲି କହିଥିଲେ । ଆମେରିକା ଏବଂ ଜର୍ମାନୀ ଏହା ସୁନିଶ୍ଚିତ କରିବାକୁ ଚାହୁଁଥିଲେ କି ବୟାନରେ କେଉଁଠି ଭାରତ ବିରୁଦ୍ଧରେ ଚର୍ଚ୍ଚା କରାଯାଇ ନାହିଁତ ?
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର (UNAC) ରେ ଆତଙ୍କି ହମଲାର ନିନ୍ଦା କରି ବୟାନ ଜାରି କରିବା ସାମାନ୍ୟ କଥା କିନ୍ତୁ ଚୁଙ୍କି ପ୍ରସ୍ତାବ ଚୀନ ତରଫରୁ ହାଜିର କରାଯାଇଥିଲା । ସେଥିପାଇଁ ଭାରତ ବିରୁଦ୍ଧରେ କୌଣସି ସାଜିସର ଆଶଙ୍କାକୁ ଲକ୍ଷ କରି ଆମେରିକା ସମ୍ପୂର୍ଣ୍ଣ ବୟାନ କୁ ପଢିବା ପାଇଁ ସମୟ ମାଗିଥିଲା ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ସଂସଦରେ କରାଚୀ ଷ୍ଟକ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କି ହାମଲକୁ ନେଇ ଭାରତକୁ ଦାୟୀ କରିଥିଲେ । ସେ କହିଥିଲେ କି ଏଥିରେ କୌଣସି ସନ୍ଦେହ ନାହିଁ ଏହି ଆକ୍ରମଣ ପଛରେ ଭାରତର ହାତ ଅଛି । ବ୍ୟଦେଶୀକ ମନ୍ତ୍ରୀ ସାହା ମହମ୍ମଦ କୁରେଇସି ମଧ୍ୟ କହିଥିଲେ ଭାରତ ପାକିସ୍ତାନ ର ଶାନ୍ତି ଦେଖିପାରୁ ନାହିଁ କି ଏହାକୁ ବରଦାସ୍ତ କରିପାରୁନି । ସେଥିପାଇଁ ସେ ଏମିତି ଆକ୍ରମଣ କରୁଛି । କିନ୍ତୁ ଏତେ ସବୁ ଚେଷ୍ଟା ପରେ ମଧ୍ୟ UNAC ର ବୟାନରେ ଭାରତ ବିରୁଦ୍ଧରେ କୌଣସି ଚର୍ଚ୍ଚା ହୋଇନଥିଲା ।
ପାକିସ୍ତାନ ଲାଗାଇଥିବା ଆରୋପ ପରେ ସଂଯୁକ୍ତରାଷ୍ଟ୍ର ରେ ଆତଙ୍କି ହାମଲା ଉପରେ ବୟାନ ଆଣିବା ପଛର ଉଦ୍ଦେଶ୍ୟକୁ ନ ବୁଝି ଏହାକୁ ପାସ କରି ଦେବାଟା ଭାରତକୁ ବିପଦ ମୁହଁକୁ ଠେଲିଦେଇଥାନ୍ତା । ପାକିସ୍ତାନ-ଚୀନ ଗଠ ବନ୍ଧନ ପ୍ରଚେଷ୍ଟାକୁ ବିଫଳ କରିବା ପାଇଁ ଆମେରିକା ଆଗକୁ ଆସି ଭାରତକୁ ସାହାଯ୍ୟ କଲା ଏବଂ ପ୍ରସ୍ତାବ ପାସ କରିବା ପାଇଁ ପୂର୍ବରୁ ହିଁ ସମୟ ମାଗିନେଲା ।
ଚୀନ ତରଫରୁ ଏହି ପ୍ରସ୍ତାବ ‘ନିରବ ପକ୍ରିୟା’ ମାଧ୍ୟମରେ ଅଣାଯାଇଥିଲା ଏଥିରେ ପ୍ରସ୍ତାବ ପାଖାପାଖି ପାସ ବୋଲି ଧରା ନିଆଯାଇଥାଏ ଯେ ପର୍ଯ୍ୟନ୍ତ କୌଣସି ସଦସ୍ୟ ଦେଶ ତରଫରୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆପତ୍ତି ନ ଆସେ ।
ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ସର୍ବପ୍ରଥମେ ଏହି ମାମଲାରେ ଜର୍ମାନୀ ହସ୍ତକ୍ଷେପ କରିଥିଲା ଏବଂ ପ୍ରସ୍ତାବ ଉପରେ ବିଚାର କରିବା ପାଈଁ ଏକ ଜୁଲାଇ କୁ ସକାଳ ଦଶ ଘଟିକା ପର୍ଯ୍ୟନ୍ତ ସମୟ ମାଗିଥିଲା । ଏହା ପରେ ଆମେରିକା ମଧ୍ୟ ସମୟ ମାଗିଥିଲା ଯାହାର ଡେଡ଼ ଲାଇନ /ଅନ୍ତିମ ସମୟ ସୀମା ଅପରାହ୍ନ ଏକ ଘଟିକା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ସୂତ୍ର ଅନୁସାରେ , ଚୀନ ୟୁଏନ ପ୍ରତିନିଧି ଦଳ ଏହି ବିଳମ୍ବର ବିରୋଧ କରିଥିଲେ ।
କାହିଁକି ନା,ବୟାନରେ କେବଳ କରାଚୀ ଷ୍ଟକ ଏକ୍ସଚେଞ୍ଜ ହମଲାର ନିନ୍ଦା କରାଯାଇଥିଲା ଏବଂ କୌଣସି ଦେଶକୁ ଟାର୍ଗେଟ କରାଯାଇନଥିଲା । ସେଥିପାଇଁ ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ଏହାକୁ ପାସ କରାଇ ଦିଆଗଲା । କୂଟନୀତିଜ୍ଞ ମାନଙ୍କ କହିବା ହେଉଛି କି ବୟାନ ପାସ ହୋଇଗଲା କିନ୍ତୁ ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ପାକିସ୍ତାନଏବଂ ଚୀନ କୁ ଆଇନା ଦେଖାଇବା ଆମେରିକା ର ଏକ ବଡ ସଂକେତ ଅଟେ । ଏବେ ଠୁ ଯତ୍ନଶୀଳ ନରହିଲେ ଏହାର ପରିଣାମ ଦୁଇ ଦେଶକୁ ଭୋଗିବାକୁ ପଡ଼ିବ ।