ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ମଧ୍ୟରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି । ଭାରତ ର ଏହି ନିଷ୍ପତ୍ତି ପରେ ଚୀନ ବୁଝି ଯିବ ଯେ ଏ ୧୯୬୨ ମସିହା ଭାରତ ନୁହେଁ । ଚୀନ ର ବିରୋଧ ପରେ ମଧ୍ୟ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଚୀନ ସୀମାକୁ ଲାଗି ସଡ଼କ ନିର୍ମାଣ କାମ ଦୃତ ଗତି କରିବା ପାଇଁ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ସୀମା ପ୍ରବନ୍ଧନ ର ସଚିବ ସଞ୍ଜୀବ କୁମାର ସୋମବାର ଦିନ ଗୋଟେ ସପ୍ତାହ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଏଲଏସି କୁ ଲାଗି ରହିଥିବା କ୍ଷେତ୍ର ରେ ବୁନିୟାଦ ଢାଞ୍ଚା ରେ ବିକାଶ କୁ ନେଇ ଜାରି ହୋଇଥିବା କାର୍ଯ୍ୟ ର ସମୀକ୍ଷା କରିଥିଲେ ।
୩୨ ଟି ପ୍ରୋଜେକ୍ଟ ର କାମ ଦୃତ ଗତିରେ ବଢିବ
ଅଧିକାରୀ ମାନେ କହିଛନ୍ତି କି ଭାରତ ଚୀନ ସୀମାରେ କରାଯାଉଥିବା କାର୍ଯ୍ୟ ର ଗତି ବଢାଯିବ । ଏହା ମଧ୍ୟରୁ ୩୨ ଟି ପ୍ରୋଜେକ୍ଟ କୁ ଯଥା ଶୀଘ୍ର ସାରିବା ପାଇଁ ନିଷ୍ପତ୍ତି ହୋଇଛି । ଗୃହ ମନ୍ତ୍ରାଳୟ ଦ୍ବାରା କରାଯାଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆ ଯାଇଥିଲା । ଏହି ବୈଠକରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ , ସୀମା ସଡ଼କ ସଂଗଠନ ଓ ଭାରତ ତିଦ୍ଦତ ସୀମା ପୋଲିସ ଭାଗ ନେଇଥିଲେ । ବୈଠକ ରେ ସାମିଲ ଏକ ଅଧିକାରୀ କହିଛନ୍ତି କି ଚୀନ ର ସୀମା ରେ ୩୨ ଟି ସଡ଼କ ନିର୍ମାଣ ପାଇ ପ୍ରୋଜେକ୍ଟ ରେ କାମ କରାଯିବ ଓ ସମସ୍ତ ସମ୍ଭଧିତ ଏଜେନ୍ସି ପ୍ରୋଜେକ୍ଟ କୁ ସାରିବା ପାଇଁ ସହଯୋଗ ବଢାଯିବ । ଚୀନ ଭାରତୀୟ ସୀମା ସହିତ ମୋଟ ୭୩ ଟି ସଡ଼କ ର ନିର୍ମାଣ କରୁଛି । ଏଥି ମଧ୍ୟରୁ ସୀପିଡବ୍ଲ୍ୟୁଡୀ ୧୨ ଓ ବିଆରଓ ୬୧ , ଏମଏଚଏ ତତ୍ତ୍ଵବଧାନ ରେ କାର୍ଯ୍ୟ କରାଯାଉଛି ।
ଲାଦାଖ ରେ ମଧ୍ୟ ୩ ଟି ମହତ୍ତ୍ୱପୂର୍ଣ୍ଣ ସଡ଼କ ପଥ ନିର୍ମାଣ ହେଉଛି
ଗୃହ ମନ୍ତ୍ରାଳୟ ର ଏହି ପଦକ୍ଷେପ ଲାଦାଖ ସେକ୍ଟର ରେ ଭାରତୀୟ ସେନା ଓ ଚୀନ ର ପିପୁଲ୍ସ ଲେବରେସନ ଆର୍ମି ମଧ୍ୟରେ ଚାଲିଥିବା ଟଣାଓଟରା ମଧ୍ୟରେ ହୋଇଥିଲା । ଏକ ଅନ୍ୟ ଅଧିକାରୀ କହିଛନ୍ତି କି ଅତି କମ ରେ ୩ ଟି ମହତ୍ତ୍ୱପୂର୍ଣ୍ଣ ସଡକପଥ ନିର୍ମାଣ ଛଡ଼ା ବିଜୁଳି , ସ୍ବାସ୍ଥ୍ୟ , ଦୂରସଂଞ୍ଚାର ଓ ଶିକ୍ଷା ଭଳି ଅନ୍ୟ କାର୍ଯ୍ୟ ର ବିକାଶ କରିବା ପାଇଁ ପ୍ରୋଜେକ୍ଟ କୁ ମଧ୍ୟ ପ୍ରାଥମିକତା ଦିଆଯିବ । ଏମଏଚଏ ଅଧିକାରୀ ଙ୍କ ଅନୁସାରେ ଭାରତ ଚୀନ ସୀମା ପାଖରେ ସଡ଼କ ନିର୍ମାଣ କାର୍ଯ୍ୟ ବୃଦ୍ଧି କରାଯାଇଛି ।
କେନ୍ଦ୍ରସରକାର ଦେଲେ ସୂଚନା
ମିନିଷ୍ଟର ଅଫ ହୋମ ଅଫେୟର୍ସ ଆଧୁନିକ ନିର୍ମାଣ ଉପକରଣ କିଣା କୁ ମଧ୍ୟ ସମୀକ୍ଷା କରିଛନ୍ତି । କେନ୍ଦ୍ର କେବଳ ୨୦୧୭ – ୨୦୨୦ ମଧ୍ୟରେ ଗତି ପ୍ରକ୍ରିୟା ରେ ଉନ୍ନତି ରେ ସଫଳତା ହାସଲ କରିଛି ତା ସହ ୨୦୧୭ ପରେ ନିର୍ମାଣ ଉପକରଣ ଓ ସାମଗ୍ରୀ ର ଏୟାରଫିଲ୍ଡ ମଧ୍ୟ ବଢାଇ ଦେଇଛି । କେନ୍ଦ୍ର ର ଲଗାତାର ନୀତି କାରଣରୁ ଭାରତ ବିଗତ ୬ ବର୍ଷ ରେ ୪୭୬୪ କି.ମି. ରଣନୀତିକ ସଡ଼କ ର ନିର୍ମାଣ ପୁରା କରିଛି । ଯେଉଁଠି ଭାରତ ରେ ବୋର୍ଡର ସଡ଼କ ନିର୍ମାଣ କଥା କହିଲେ ୨୦୦୮- ୧୭ ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଙ୍କ ଡାଟା ଅନୁସାରେ ଯେଉଁଠି ୨୩୦ କି.ମି. ପ୍ରତି ବର୍ଷ ସଡ଼କ ନିର୍ମାଣ କରାଯାଉଥିଲା କିନ୍ତୁ ବିଗତ ୩ ବର୍ଷ ରେ ଦୁଇଗୁଣ ହୋଇଯାଇଛି ଓ ୨୦୧୭-୨୦୨୦ ରେ ୪୭୦ କିମି/ବର୍ଷ ହୋଇଯାଇଛି ।
ପ୍ରୋଜେକ୍ଟ ପାଇ ବଢା ଯାଇଛି ବଜେଟ
ଅଧିକାରୀ କହିଛନ୍ତି କି ୨୦୧୭ ରୁ ୨୦୨୦ ମଧ୍ୟରେ ସୀମାରେ ୪୭୦ କିଲୋମିଟର ରାସ୍ତା ନିର୍ମାଣ କାମ ପୁରା କରାଯାଇଛି ଯାହା ୨୦୦୮ ରୁ ୨୦୧୭ ମଧ୍ୟରେ ଏହା କେବଳ ୨୩୦ କି.ମି. ଥିଲା । ସେ କହିଛନ୍ତି କି ୨୦୧୭-୨୦ ମଧ୍ୟରେ ୩୮୦ କି.ମି. ସଡ଼କ ପାଇ ରାସ୍ତା ସଫା କରାଯାଇଥିଲା । ସେ କହିଛନ୍ତି କି ୨୦୧୪-୨୦ ମଧ୍ୟରେ ଛଅ ଫୁଟ ସୁଡଙ୍ଗ ସଡ଼କ ନିର୍ମାଣ କରାଯାଇଛି ଯାହା ୨୦୦୮ ରୁ ୧୪ ମଧ୍ୟରେ କେବଳ ଗୋଟେ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା ।
ଏହା ଛଡା ୧୯ ଟି ସୁଡ଼ଙ୍ଗ ନିର୍ମାଣ ହେବା ପାଇଁ ପ୍ରସ୍ତାବ ରହିଛି । ୨୦୧୪-୨୦ ମଧ୍ୟରେ ମୋଟ ୪୭୬୪ କି.ମି. ସଡ଼କ ନିର୍ମାଣ କରାଯାଇଛି ଯାହା ୨୦୦୮-୧୪ ମଧ୍ୟରେ ୩୬୧୦ କି.ମି. ସଡ଼କ ନିର୍ମାଣ କରାଯାଇଛି । ଏହା ସହିତ ସଡକ ନିର୍ମାଣ କରିବା ପାଇଁ ମଧ୍ୟ ବଜେଟ ମଧ୍ୟ ବଢାଯାଇଛି । ୨୦୦୮ ଓ ୨୦୧୬ ମଧ୍ୟରେ ପ୍ରତିବର୍ଷ ସଡ଼କ ନିର୍ମାଣ ପ୍ରୋଜେକ୍ଟ ପାଇଁ ୩୩୦୦ କୋଟି ଟଙ୍କା ରୁ ୪୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଥିଲା । ୨୦୧୭-୧୮ ରେ ସୀମାବର୍ତ୍ତୀ ଅଞ୍ଚଳ ରେ ସଡକ ନିର୍ମାଣ ପ୍ରୋଜେକ୍ଟ ପାଇଁ ୫୪୫୦ କୋଟି ଟଙ୍କା ଦେଇଥିଲେ ଯାହାକି ୨୦୧୮-୧୯ ରେ ୬୭୦୦ କୋଟି ଟଙ୍କା , ୨୦୧୯-୨୦ ରେ ୮୦୫୦ କୋଟି ଟଙ୍କା ତଥା ୨୦୨୦-୨୧ ରେ ୧୧,୮୦୦ କୋଟି ଟଙ୍କା ଦିଆଯାଇଛି ।