ଭାରତୀୟ ତରକାରୀରେ ଆଳୁ-ପିଆଜ ଉପଯୋଗ ସବୁଠୁ ଅଧିକ ହୋଇଥାଏ। ଏଥିପାଇଁ ମହିଳା ମାନେ ଏହାକୁ ଅଧିକ ମାତ୍ରାରେ କିଣି ଦୀର୍ଘ ସମୟ ପାଇଁ ଗଚ୍ଛିତ କରି ରଖିଥାନ୍ତି। ସାଧାରଣତଃ ଏହାକୁ ଟୋକେଇରେ ରୋଷେଇ ଘର ଭିତରେ କିମ୍ବା ଖୋଲା ସ୍ଥାନରେ ଖେଳାଇ ରଖିଦେଇଥାନ୍ତି। କିନ୍ତୁ କଣ ଏପରି କରିବା ଠିକ ଅଟେ? ତେବେ ଏହାକୁ ଷ୍ଟୋର କରିବା ପାଇଁ ସଠିକ ଉପାୟ କଣ?
ଆଳୁ ପିଆଜକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ପିଆଜ ଫ୍ରିଜରେ ରହିଲେ ଗନ୍ଧ ହୋଇଥାଏ ଏବଂ ସେଥିରେ ଥିବା ଅନ୍ୟ ପରିବା ମଧ୍ୟ ଖରାପ ହେବାକୁ ଲାଗିଥାଏ। ଆଲୁର କଥା କହିବାକୁ ଗଲେ ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଅଧିକ ରହିଥିବା କାରଣରୁ ଏହା ଫ୍ରିଜରେ ରଖିବା ଦ୍ୱାରା ଖରାପ ହୋଇଯାଇଥାଏ।
କିଛି ଲୋକ ଆଳୁ ପିଆଜକୁ ଗୋଟିଏ ହିଁ ଟୋକେଇରେ କିମ୍ବା ଏକାସାଙ୍ଗରେ ରଖି ଦେଇଥାନ୍ତି। ଏମିତି କରିବା ଉଚିତ ନୁହେଁ। ଏଗୁଡ଼ିକୁ ସାଥିରେ ରଖିବା ଦ୍ୱାରା ଆଳୁ ଅଙ୍କୁରିତ ହେବାକୁ ଲାଗିବ। ଏଥିସହିତ ଆଳୁର ସ୍ୱାଦ ଖରାପ ହୋଇଯିବ। ଏହାକୁ ଅନ୍ୟ ଫଳ ପରି କଦଳୀ ଇତ୍ୟାଦି ସହିତ ମଧ୍ୟ ରଖିବା ଉଚିତ ନୁହେଁ।
ଆଳୁ କ୍ୟାଲସିୟମ, ପ୍ରୋଟିନ, ଆଇରନ , ଭିଟାମିନ B6, ଭିଟାମିନ C, ଫସଫୋରସ, ମାଙ୍ଗନିଜ, ମ୍ୟାଗନେସିୟମ, ପୋଟାସିୟମ, କପର, ଫାଇବର, ଥାୟମିନ ପରି ପୋଷକତତ୍ତ୍ୱ ଗୁଡିକରେ ଭରପୂର ରହିଥାଏ। ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହାକୁ ସଠିକ ଢଙ୍ଗରେ ଷ୍ଟୋର କରି ରଖିବା ବହୁତ ଜରୁରୀ ହୋଇଥର। ଏପରି ନକରିଲେ ଅନେକଥର ଆଳୁ ସବୁଜ ମଧ୍ୟ ପଡିଯାଇଥାଏ।
ଆଲୁକୁ ଖୋଳରେ ଷ୍ଟୋର କରିବାରୁ ଦୂରେଇ ରହିବା ଉଚିତ। ଏହାକୁ ଡ୍ରୟର, ଟୋକେଇ, କାଗଜ କିମ୍ବା ବାଉଁଶ ପନିପରିବା ଷ୍ଟିମରରେ ରଖିବା ଉଚିତ। ସଂକ୍ଷେପରେ କହିବାକୁ ଗଲେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଅନ୍ଧାର ମଧ୍ୟ ରହିଥିବ ଏବଂ ପବନ ମଧ୍ୟ ଆସୁଥିବା।
ବହୁତ ଲୋକ ବର୍ଷ ସାରାର ପିଆଜ ଏକାସାଙ୍ଗରେ ଷ୍ଟୋର କରିଥାନ୍ତି। କିନ୍ତି ବର୍ଷ ଶେଷରେ ସେଥିରୁ ଅଧା ପିଆଜ ଖରାପ ହୋଇଯାଇଥାଏ। ସେଥିରୁ ଗନ୍ଧ ମଧ୍ୟ ଆସିବାକୁ ଲାଗିଥାଏ। ଏଥିପାଇଁ ପିଆଜକୁ ଷ୍ଟୋର କରିବା ପୂର୍ବରୁ ଅଳ୍ପ ଶୁଖାଇ ଦେବା ଉଚିତ। ଏହାକୁ ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠାରେ ସୂର୍ଯ୍ୟର ଆଲୋକ ଏବଂ ଆଦ୍ରତା ନଥିବ।
ପିଆଜକୁ ଶୁଖାଇବା ପରେ ସେଗୁଡିକୁ ଛେଦନ କରିଦେବା ଉଚିତ। ପିଆଜକୁ ସବୁବେଳେ ୪ରୁ ୧୦ ଡିଗ୍ରୀ ସେଲ୍ସିୟସ ତାପମାନ ଥିବା ସ୍ଥାନରେ ଷ୍ଟୋର କରିବା ଉଚିତ। ଯଦି ଆପଣ ପିଆଜକୁ ଶୁଖିଲା ଏବଂ ଅନ୍ଧାର ସ୍ଥାନରେ ରଖିବେ ତେବେ ତାହା ଦୀର୍ଘ ସମୟ ଚାଲିବ। ଏଗୁଡ଼ିକୁ ଯଥା ସମୟରେ ଓଲଟା ପାଲଟା କରିବା ମଧ୍ୟ ଆବଶ୍ୟକ ଅଟେ।
ଯେଉଁ ପିଆଜକୁ ଆପଣ ପ୍ରତ୍ୟେକ ଦିନ ବ୍ୟବହାର କରୁଛନ୍ତି ତାହାକୁ ଏକ ପେପର ବ୍ୟାଗରେ ରଖି ସେଥିରେ ଛୋଟ ଛୋଟ ବିଳ କରି ଦିଅନ୍ତୁ। ଏହି ପ୍ରକାରର ପିଆଜ ଅଧିକ ସମୟ ପର୍ଯ୍ୟନ୍ତ ତାଜା ରହିବ। ଏଥିରେ କୌଣସି ପ୍ରକାରର ପଚି ନଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।