ଏହା ପ୍ରାରମ୍ଭିକ ସମୟର ବିକାଶରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ। ଆୟୁ ନିର୍ଦ୍ଧାରଣରେ ଏହାର ବଡ଼ ଭୂମିକା ରହିଥାଏ। ଚନ୍ଦ୍ରମାର ଦୁର୍ବଳ ହେବା ସ୍ୱାସ୍ଥ୍ୟ, ମନ ଏବଂ ଆୟୁ ଉପରେ ଗଭୀର ପ୍ରଭାବ ପକାଇଥାଏ।
ଚନ୍ଦ୍ରମା ନଅ ଗୋଟି ଗ୍ରହ ଭିତରୁ ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ଏହା ବ୍ୟକ୍ତିର ମନ ଏବଂ ଆୟୁ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ପ୍ରାରମ୍ଭିକ ସମୟର ବିକାଶରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ। ଆୟୁର ନିର୍ଦ୍ଧାରଣ ଏହାର ବଡ଼ ଭୂମିକା ରହିଥାଏ। ଚନ୍ଦ୍ରମାର ଦୁର୍ବଳ ହେବା ସ୍ୱାସ୍ଥ୍ୟ, ମନ ଏବଂ ଆୟୁ ଉପରେ ଗଭୀର ପ୍ରଭାବ ପକାଇଥାଏ। ଖରାପ ଚନ୍ଦ୍ରମା ଆୟୁ ପାଇଁ ବହୁତ ସଙ୍କଟକାରକ କୁହାଯାଏ।
କେଉଁ ଗୃହରେ ଆୟୁ ଏବଂ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ?
ଚନ୍ଦ୍ରମା ଜଳ ତତ୍ତ୍ୱର ସ୍ୱାମୀ ଅଟେ। ଏହା ଜାତକରେ ନିମ୍ନ ଆଡକୁ ରହିଲେ ବହୁତ ଦୁର୍ବଳ ହୋଇଥାଏ। ତୃତୀୟ, ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ଦ୍ଵାଦଶ ଗୃହରେ ଚନ୍ଦ୍ରମାର ଦୁର୍ବଳ ସ୍ଥାନ ଅଟେ। ଏଥିରେ ମଧ୍ୟ ଅଷ୍ଟମ ଗୃହରେ ଚନ୍ଦ୍ରମା ବିଶେଷ ପ୍ରତିକୂଳ ହୋଇଥାଏ। ଏମିତି ହୋଇଥିଲେ ବ୍ୟକ୍ତିର ଆୟୁ ବହୁତ କମ ରହିଥାଏ। ଏହା ମଧ୍ୟ କୁହାଯାଏ ଯେ, ଏପରି ଚନ୍ଦ୍ରମା ମାନସିକ ରୋଗ, ସ୍ୱାସ୍ଥ୍ୟର ସମସ୍ୟା ଏବଂ ମାତୃ ସ୍ଥାନୀୟ ଲୋକଙ୍କ ସହିତ ସମସ୍ୟା ଉପୁଜାଇଥାଏ।
କଣ ଚନ୍ଦ୍ରମା ଅଷ୍ଟମ ଗୃହରେ କୌଣସି ଲାଭ ମଧ୍ୟ ଦେଇଥାଏ ?
ଅଷ୍ଟମ ଗୃହ ଗୁପ୍ତ ବିଦ୍ୟା, ଅନ୍ତର୍ଜ୍ଞାନ ଏବଂ ରହସ୍ୟର ବୋଲି କୁହାଯାଇଥାଏ। ଏହି ଗୃହ ଗଣେଷଣା ଏବଂ ଅନୁସନ୍ଧାନର ମଧ୍ୟ ଅଟେ। ଚନ୍ଦ୍ରମା ଏହି ଗୃହରେ ଏହି ପ୍ରକାରର ଗୁଣ ଦେଇଥାଏ। ଏହି ଚନ୍ଦ୍ରମା ପୂର୍ବଜନ୍ମର ସଂସ୍କାରକୁ ମଧ୍ୟ କହିଥାଏ। ଏପରି ଲୋକମାନେ ଭଲ ଜ୍ୟୋତିଷ, ତାନ୍ତ୍ରିକ କିମ୍ବା ବୈଜ୍ଞାନିକ ହୋଇଥାନ୍ତି। ଏହି ଚନ୍ଦ୍ରମା କେବେ କେବେ ଗୋପନୀୟ ଧନ ମଧ୍ୟ ପ୍ରଦାନ କରିଥାଏ।
ଚନ୍ଦ୍ରମା ସମସ୍ୟା ଉପୁଜାଉଥିଲେ କେଉଁ ଉପାୟ ?
କୌଣସି ପବିତ୍ର ସ୍ଥାନରୁ ଜଳ ଆଣି ଶୟନକକ୍ଷରେ ରଖନ୍ତୁ। ନିୟମିତ ଭାବରେ ଭଗବାନ ଶିବଙ୍କର ଉପାସନା କରନ୍ତୁ। ନିତ୍ୟ ପ୍ରାତଃ ଏବଂ ସନ୍ଧ୍ୟାରେ ୧୦୮ ଥର “ନମଃ ଶିବାୟ” ଜପ କରନ୍ତୁ। ନିଶା ଏବଂ ଦୂଷିତ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ। ଯଥାଶକ୍ତି ମାତାଙ୍କର ସେବା ଏବଂ ଯତ୍ନ କରନ୍ତୁ। ବିଶେଷ ଆବଶ୍ୟକତା ନଥିଲେ ଚାନ୍ଦି ଏବଂ ମୋତି ଧାରଣ କରନ୍ତୁ ନାହିଁ।