ଜୀବନରେ ଏହିଭଳି କେତେ ଗୁଡିଏ କାର୍ଯ୍ୟ ରହିଅଛି ଯାହାର ଶୁଭ ନଚେତ ଅଶୁଭ ଫଳ ମଣିଷ ଉପରେ ପଡିଥାଏ | ଆପଣ ଜାଣିଥିବେ ବାସ୍ତୁ ଶାସ୍ତ୍ର ଗୋଟେ ଏପରି ଶାସ୍ତ୍ର ଯେଉଁଥିରେ ଆପଣଙ୍କ ସହିତ ଘଟୁଥିବା ପ୍ରତ୍ୟକ ଘଟଣା କିମ୍ବା କାରଣ ରହିଥାଏ |ଏହା ସହିତ ଘର ମଧ୍ୟରେ ରହୁଥିବା ପ୍ରତ୍ୟକ ଵସ୍ତୁ ଘରର ସ୍ତିତି ଏବଂ ଘର ମଧ୍ୟରେ କରୁଥିବା ପ୍ରତ୍ୟକ କାର୍ଯ୍ୟର ପ୍ରଭାବ କିପରି ମଣିଷ ଉପରେ ପଡିଥାଏ ତାହାବି ମଧ୍ୟ ବର୍ଣିତ ରହିଅଛି | ଏହି ଶାସ୍ତ୍ରରେ ସେହିପରି ଆପଣ ଧାରଣ କରୁଥିବା କପଡା ଠାରୁ ଆରମ୍ଭ କରି ସେହି କପଡା ସଫା କିମ୍ବା ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ |
ସୁଖ ଶାନ୍ତିଭରା ଜୀବନକୁ କ୍ଷଣ ମାତ୍ରେ ବଦଳାଇ ଦେଇଥାଏ | ତେଣୁ କପଡା ସହିତ ମୁଖ୍ୟକାରୀ ସ୍ତ୍ରୀ ମାନେ କଦାପି ଏହିପରି ଭୁଲ କରିବେ ନାହିଁ | ଯାହାର ଭୟଙ୍କର ପ୍ରଭାବ ଆପଣ କଦାପି ଭାବି ନଥିବେ | ଏବେ ଆମେ ଜାଣିବା କପଡା ସହିତ ଯୋଡି ହୋଇରହିଥିବା କେତେ ଗୁଡିଏ ବସ୍ତୁ ଜନିତ କଥା ଯାହାକୁ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ ହୋଇଥାଏ | ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ପାଇଁ ଅତି ଭୟଙ୍କର ହୋଇପାରେ |ପ୍ରତ୍ୟକ ଘର ମଧ୍ୟରେ ମନୁଷ୍ୟର ସ୍ୱଛତା ରଖିବା ପାଇଁ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରା ଯାଇଥାଏ |
କିନ୍ତୁ କଣ ଆପଣ ଜାଣନ୍ତି ଏହି ସମୟରେ କପଡା ବା ଧାରଣ କରିଥିବା ସଫା କରିବା ଅନୁଚିତ ହୋଇଥାଏ | ବ୍ୟସ୍ତତା ଜୀବନରେ ଦିନ ସାରା କାମ କରି ରାତି ବା ସନ୍ଧ୍ୟା ସମୟରେ ପ୍ରତ୍ୟକ ଘରର ସ୍ତ୍ରୀ ବା ପୁରୁଷମାନେ ନିଜ ଘର ପରିବାରଙ୍କ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରିଥାନ୍ତି | କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ | ରାତ୍ରି ବା ସନ୍ଧ୍ୟା ସମୟ ଏହି ୨ଟି ସମୟ ନକାରାତ୍ମକ ବା ଅସ୍ଵଛ ସମୟ ହୋଇଥାଏ |ଏହି ୨ଟି ସମୟରେ କଦାପି ବି ପିନ୍ଧିଥିବା ବସ୍ତ୍ରକୁ ସଫା କରିବା ଅନୁଚିତ ହୋଇଥାଏ | ଶାସ୍ତ୍ରରେ ବର୍ଣିତ ଅଛି ଏପରି କରିବା ଦ୍ୱାରା ଘର ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି କରାଇବା ସହିତ ଘରର ଉନ୍ନତିରେ ଅନେକ ବାଧା ସୃଷ୍ଟି କରାଇଥାଏ |
ଏହାପରେ ହେଉଛି ସଫା କରିଥିବା ଲୁଗା ବସ୍ତ୍ରକୁ ଵସ୍ତୁ ଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ମଧ୍ୟ ଶୁଖାଇବା ଅନୁଚିତ ହୋଇଥାଏ | ଏହା ଘରର ଆୟ ବା ଆସୁଥିବା ଧନକୁ ବନ୍ଦ କରିଦେଇଥାଏ | ତେଣୁ ସଫା ହୋଇଥିବା ଲୁଗାକୁ ଘରର ଛାତ ଉପରେ ଶୁଖାନ୍ତୁ ନାହିଁ | ଏପରି କରିବା ଦ୍ୱାରା ଘରର ବାସ୍ତୁ ଉପରେ ବି ମଧ୍ୟ ଅନେକ ନକରାତ୍ମ ପ୍ରଭାବ ପଡିବା ଦ୍ୱାରା ଘରର ବାସ୍ତୁ ବି ମଧ୍ୟ ବିଗାଡି ଥାଏ | ତେଣୁ ସର୍ବଦା ଘରର ଅଗଣା କିମ୍ବା ବାରି ନଚେତ ଘର ମଧ୍ୟରେ ଲୁଗା ଶୁଖାଇବା ଆପଣଙ୍କ ପାଇଁ ଶୁଭ ଦାୟକ ହୋଇଥାଏ | ଏହାପରେ ହେଉଛି ସପ୍ତାହର ବୃହସ୍ପତି ବାର ବା ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ କରାଯାଇଅଛି |
ଏହି ବୃହସ୍ପତି ବାର ହେଉଛି ମାତା ଲକ୍ଷ୍ମୀଙ୍କ ଦିନ |ଏହି ଦିନ ଘର ମଧ୍ୟରେ କପଡା ବା ଲୁଗା ସଫା କରିବା ଘର ମଧ୍ୟରେ ମାତା ଲକ୍ଷ୍ମୀଙ୍କ ବାସ ଛଡାଇଦେବା ସହିତ ସମାନ ହୋଇଥାଏ | ତେଣୁ ଭୁଲ କରି ମୁଖ୍ୟତ ସ୍ତ୍ରୀ ମାନଙ୍କ ପାଇଁ ଗୁରୁବାର ଦିନ କପଡା ବା ଲୁଗା ସଫା କରିବା ଅନୁଚିତ ହୋଇଥାଏ | ଆଧୁନିକ ଯୁଗରେ ଚିରା ଫଟା ବସ୍ତ୍ର ବା ଷ୍ଟାଇଲିଷ୍ଟ ବସ୍ତ୍ର ଚାଲିଥିବା ବେଳେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ ହୋଇଥାଏ | ମୁଖ୍ୟ କରି ଘରର ସ୍ତ୍ରୀ କିମ୍ୱା ଝିଅ ମାନଙ୍କ ପାଇଁ ଏପରି ଚିରା ଫଟା ବସ୍ତ୍ର ପିନ୍ଧିବା ଅନୁଚିତ ହୋଇଥାଏ ଏହା ଆପଣଙ୍କର ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିବା ସହିତ ଏହା ଆପଣଙ୍କ ଧନର ଅଭାବର ମଧ୍ୟ କାରଣ ସାଜିଥାଏ |
ବ୍ୟବହାର କରୁଥିବା ବସ୍ତ୍ର ଗଦା କରି ରଖିବା ଅନୁଚିତ ହୋଇଥାଏ | ପିନ୍ଧିଥିବା ବସ୍ତ୍ର କୁ ଟାଙ୍ଗି କରି ରଖିବା ବି ଅନୁଚିତ ହୋଇଥାଏ | ଏହି କେତୋଟି କଥାର ଘରର ସ୍ତ୍ରୀମାନେ ଧ୍ୟାନ ରଖି କାପଡ଼ାକୁ ସଫା କରିବା ସହିତ କାପଡ଼ାକୁ ଠିକ ସ୍ଥାନରେ ଶୁଖାଇବା ଘର ପ୍ରତି ଶୁଭ ହୋଇଥାଏ |
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |