ଦୁନିଆରେ ଲୋକଙ୍କର ଅନେକ ପ୍ରକାରର ଟାର୍ଗେଟ ରହିଥାଏ। କେହି ନିଜ ସ୍ୱାସ୍ଥ୍ୟକୁ ନେଇ ଟାର୍ଗେଟ ସ୍ଥିର କରିଥାଏ ତ ଆଉ କେହି ନିଜ କ୍ୟାରିୟରକୁ ନେଇ ପୁଣି ଅନ୍ୟ କେହି ଆଉ କିଛି ଜିନିଷ ପାଇଁ।କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ପିଲା ଜନ୍ମ କରିବାର ଟାର୍ଗେଟ ସ୍ଥିର କରିଛନ୍ତି। ଏହି ବ୍ୟକ୍ତି ନିଜ ଜୀବନରେ ମୋଟ ୨୫ ଶହ ପିଲାଙ୍କୁ ଜନ୍ମ କରିବାକୁ ଚାହୁଁଛନ୍ତି।ନିଜ ଟାର୍ଗେଟ ପୁରା କରିବା ପାଇଁ ସେ ସମସ୍ତ ଚେଷ୍ଟା ମଧ୍ୟ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଢ଼ ଶହ ମହିଳାଙ୍କୁ ଗର୍ଭବତୀ କରିଛନ୍ତି। ତାଲାବନ୍ଦ ମଧ୍ୟ ତାଙ୍କ ଟାର୍ଗେଟକୁ ପ୍ରଭାବିତ କରିପାରି ନାହିଁ। ବ୍ୟକ୍ତି ଜଣକ ମିଡିଆକୁ କହିଛନ୍ତି ଯେ ମାର୍ଚ୍ଚରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମହିଳାଙ୍କ ସହିତ ଭେଟ କରିଛନ୍ତି ଏବଂ ସେ ନିଜ ରେକର୍ଡକୁ ପୁରା ହେଉଥିବାର ଦେଖିବାକୁ ଚାହୁଁଛନ୍ତି। ଏହି ବ୍ୟକ୍ତି ଏଥିପାଇଁ ପ୍ରତ୍ୟେକ ସପ୍ତାହରେ ୫ ଜଂ ମହିଳାଙ୍କୁ ଭେଟିଥାନ୍ତି।
ଆମେରିକାର ବର୍ମାଟରେ ରହୁଥିବା ୪୯ ବର୍ଷର ଜୋଏ ଡୋନର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ ଏହି ବ୍ୟକ୍ତି ଲୋକଙ୍କ ସାମ୍ନାରେ ନିଜର ଏପରି କଥା ସେୟାର କରିଛନ୍ତି ଯେ ଯାହାପରେ ଲୋକମାନେ ତାଙ୍କ ବିଷୟରେ କଥା କହିବାକୁ ଲାଗିଲେ।
ଜୋଏ ଜଣେ ସ୍ପର୍ମ ଡୋନର ଅଟନ୍ତି। ସେ କହିଛନ୍ତି ଯେ ତାଲାବନ୍ଦରେ ସେ ୬ ଗୋଟି ପିଲାଙ୍କର ପିତା ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ଅନେକ ଲୋକ ମାନଙ୍କୁ ଲାଗିଥିଲା ଯେ ତାଲାବନ୍ଦ ତାଙ୍କ ଟାର୍ଗେଟରେ ବାଧା ସୃଷ୍ଟି କରିବ କିନ୍ତୁ ଏପରି ହୋଇ ନଥିଲା।
ଜୋଏ ମରିବା ପୂର୍ବରୁ ୨୫ ଶହ ପିଲାଙ୍କର ପିତା ହେବାକୁ ଚାହୁଁଛନ୍ତି। ସ୍ପର୍ମ ଡୋନର ହୋଇଥିବା କାରଣରୁ ଭବିଷ୍ୟତରେ ତାଙ୍କ ପିଲାମାନେ ମଧ୍ୟ ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ। କିନ୍ତୁ ଏହି ରେକର୍ଡ ପାଇଁ ଜୋଏ ବ୍ୟକ୍ତିଗତ ଭାବରେ ମଧ୍ୟ ସକ୍ରିୟ ରହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଜୋଏ ଦେଢ଼ ଶହ ପିଲାଙ୍କର ପିତା ହୋଇସାରିଛନ୍ତି। ସେ ଦୁନିଆର ଅନେକ କୋଣ ଅନୁକୋଣରେ ଏଥିପାଇଁ ଯାତ୍ରା କରିଥାନ୍ତି। ଆର୍ଜେଣ୍ଟିନାରେ ତାଲାବନ୍ଦ ସମୟରେ ଫସି ରହିଥିବା ବେଳେ ସେ ୫ ଜଣ ମହିଳାଙ୍କୁ ଗର୍ଭବତୀ କରାଇଛନ୍ତି।
୨୦୨୦ ମସିହାରେ ଅବଶିଷ୍ଟ ମାସରେ ମଧ୍ୟ ବର୍ତ୍ତମାନ ସେ ଆହୁରି ୧୦ ଜଣ ମହିଳାଙ୍କୁ ଗର୍ଭବତୀ କରାଇବାକୁ ଚାହୁଁଛନ୍ତି। ତାଙ୍କୁ ପିଲାମାନେ ବହୁତ ପସନ୍ଦ ଅଟନ୍ତି ଏବଂ ସେ ନିଜର ସ୍ପର୍ମରୁ ଜନ୍ମ ହୋଇଥିବା ଅଧିକାଂଶ ପିଲାଙ୍କୁ ସେ ଭେଟ ମଧ୍ୟ କରିଥାନ୍ତି।
ସେ କହିଛନ୍ତି ଯେ, ସେ ଆର୍ଟିଫିସିଆଲ ଉପାୟ ଛଡ଼ା ନିଜେ ମହିଳା ମାନଙ୍କ ସହିତ ମିଶି ମଧ୍ୟ ତାଙ୍କୁ ଗର୍ଭବତୀ କରାଇଥାନ୍ତି। ଏହା ବଦଳରେ ସେ ତାଙ୍କ ଠାରୁ ଟଙ୍କା ମଧ୍ୟ ଚାର୍ଜ କରି ନଥାନ୍ତି। ଅନେକଥର କେବଳ ଟ୍ରାଭେଲ ଖର୍ଚ୍ଚ ନେଇଥାନ୍ତି।
ଜୋଏଙ୍କୁ ଏହି କାମରେ ବହୁତ ଶାନ୍ତି ମିଳିଥାଏ। ସେ କହିଛନ୍ତି ଯେ , ଏଥିପାଇଁ ସେ କୌଣସି ଟଙ୍କା ନେଇ ନଥାନ୍ତି। କେବଳ ତାଙ୍କୁ ଏପରି ମହିଳାଙ୍କର ସାହାଯ୍ୟ କରିବାକୁ ଭଲ ଲାଗିଥାଏ ଯେଉଁମାନେ ପିଲା ଜନ୍ମ କରିବାକୁ ଚାହୁଁଛନ୍ତି।
ଅନଲାଇନ ମହିଳା ମାନେ ଜୋଏଙ୍କ ସହିତ କଣ୍ଟାକ୍ଟ କରିଥାନ୍ତି। ଏହାପରେ ଯେପରି ତାଙ୍କୁ ଠିକ ଲାଗିଥାଏ ସେହି ହିସାବରେ ସର୍ ଗର୍ଭବତୀ ହୋଇଯାଇଥାନ୍ତି।
ବର୍ତ୍ତମାନ ୪୯ ବର୍ଷର ହୋଇସାରିଥିବା ଜୋଏ ନିଜର ଟାର୍ଗେଟ ଠାରୁ ବହୁତ ପଛରେ ଅଛନ୍ତି କିନ୍ତୁ ତାଙ୍କୁ ଆଶା ରହିଛି ଯେ ଖୁବଶୀଘ୍ର ସେ ନିଜର ଟାର୍ଗେଟ ପୁରା କରିନେବେ।