ମଶା ମାନେ ମଣିଷର ରକ୍ତ ପିଇଥାନ୍ତି। ତେବେ ଆପଣ ମାନେ ଜାଣନ୍ତିକି କହିଁକି ଏହି ମଶା ଗୁଡିକ ମଣିଷ ରକ୍ତ ପିଅନ୍ତି? କିପରି ତାଙ୍କୁ ମଣିଷ ରକ୍ତ ପିଇବାର ଅଭ୍ୟାସ ହୋଇଗଲା? ତେବେ ବୈଜ୍ଞାନିକ ମାନେ ଏହାର ଉତ୍ତର ଖୋଜିନେଇଛନ୍ତି। ତେବେ ଯେଉଁ କାରଣକୁ ବୈଜ୍ଞାନିକ ମାନେ ଖୋଜି ବାହାର କରିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକିନା ଯେତେବେଳେ ସୃଷ୍ଟି ଆରମ୍ଭ ହୋଇଥିଲା ସେତେବେଳେ ମଶା ମାନେ ମଣିଷ ରକ୍ତ ପିଉନଥିଲେ। ଏହି ପରିବର୍ତ୍ତନ ସମୟ ବିତିବା ସହିତ ଧୀରେ ଧୀରେ ଆସିଛି।
ମଶା ଗୁଡିକ ମଣିଷ ଏବଂ ଅନ୍ୟ ପ୍ରାଣୀଙ୍କ ରକ୍ତ ଏଥିପାଇଁ ପିଉଥିଲେ କାରଣ ସେମାନେ ଶୁଖିଲା ପଡୁଥିବା ଅଞ୍ଚଳରେ ରହୁଥିଲେ। ଯେତେବେଳେ ପାଗ ଶୁଖୁଲା ରହିବା କାରଣରୁ ମଶା ଗୁଡିଙ୍କୁ ପ୍ରଜନନ ପାଇଁ ପାଣି ମିଳିନଥାଏ ସେତେବେଳେ ସେମାନେ ମଣିଷ କିମ୍ବା ଅନ୍ୟ ପ୍ରାଣୀଙ୍କ ରକ୍ତ ପିଇବା ଆରମ୍ଭ କରିଦିଅନ୍ତି।
ନ୍ୟୁ ଜର୍ସିର ପ୍ରିନ୍ସଟନ ୟୁନିଭରସିଟିରେ ବୈଜ୍ଞାନିକ ମାନେ ଆଫ୍ରିକାର Aedes Aegypti ମଶା ଉପରେ ଗବେଷଣା କରିଥିଲେ। ଏହା ସେହି ଜାତୀୟ ମଶା ଯାହାଦ୍ୱାରା ଜିକା ଜୀବାଣୁ ବ୍ୟାପିଥାଏ। ଏହି ପ୍ରକାରର ମଶା ମାଧ୍ୟମରେ ଡେଙ୍ଗୁ ଏବଂ ହଳଦିଆ ଜ୍ୱର ହୋଇଥାଏ।
ନ୍ୟୁ ସାଇଣ୍ଟିଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଆଫ୍ରିକାର ମଶା ମନଙ୍କ ମଧ୍ୟରେ ଅନେକ ପ୍ରଜାତିର Aedes Aegypti ମଶା ରହିଛନ୍ତି। ତେବେ ସବୁ ପ୍ରଜାତିର ମଶା ରକ୍ତ ପିଅନ୍ତି ନାହିଁ। ରକ୍ତ ପିଉନଥିବା ମଶାଗୁଡିକ ଅନ୍ୟ ଜିନିଷକୁ ଆହାର ଭାବେ ଗ୍ରହଣ କରି ନିଜର ପୋଷଣ କରିଥାନ୍ତି।
ପ୍ରିନ୍ସଟନ ୟୁନିଭରସିଟିର ଗବେଷକ ନୋଆହ ରୋଜଙ୍କ କହିବା ମୁତାବକ, ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବିଭିନ୍ନ ପ୍ରଜାତିର ମଶାଙ୍କ ଖାଦ୍ୟପେୟ ଉପରେ ଗବେଷଣା କରି ନାହାନ୍ତି। ଆମେ ଆଫ୍ରିକାର ସବ-ସହାରନ ରିଜନର ୨୭ଟି ଅଞ୍ଚଳରୁ Aedes Aegypti ମଶାଙ୍କ ଅଣ୍ଡା ପରୀକ୍ଷଣ ପାଇଁ ସଂଗ୍ରହ କରିଥିଲୁ।
ଆମେ ଏହି ଅଣ୍ଡାକୁ ରଖି ଏଥିରୁ ମଶା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କଲୁ। ସେମାନଙ୍କ ରକ୍ତ ପିଇବାର ପାର୍ଟନକୁ ଜାଣିବା ପାଇଁ ଆମେ ଏହି ମଶାଙ୍କୁ ଲାବ ଭିତରେ ଅଲଗା ଅଲଗା କରି ମଣିଷ, ଘୁଷୁରୀ ଏବଂ ଅନ୍ୟ ପ୍ରାଣୀଙ୍କ ଉପରେ ଛାଡିଲୁ। ଗବେଷଣା ପରେ Aedes Aegypti ମଶା ଗୁଡିକଙ୍କର ବିଭିନ୍ନ ପ୍ରଜାତିର ମଶାଙ୍କର ଭିନ୍ନ ଭିନ୍ନ ଖାଦ୍ୟପେୟ ଜାଣିବାକୁ ମିଳିଲା।
ଏହି ରିସର୍ଚ ପରେ ନୋଆହ କହିଲେ ଯେ, ସବୁ ମଶା ରକ୍ତ ପିଉଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଯାଇଥିଲା। ଯେଉଁ ସ୍ଥାନ ଗୁଡିକ ଶୁଖିଲା ପଡିଥାଏ, ଅଧିକ ଗ୍ରୀଷ୍ମ ପ୍ରଭାବ ରହିଥାଏ କିମ୍ବା ପାଣିର ଅଭାବ ରହିଥାଏ। ସେଠାରେ ମଶାଙ୍କ ପ୍ରଜନନ ପାଇଁ ଜଳର ଆବଶ୍ୟକତା ରହିଥାଏ। ସେହି ଅଞ୍ଚଳର ମଶା ଗୁଡିକ ପାଣିର ଅଭାବ ପୂରଣ କରିବା ପାଇଁ ଅନ୍ୟ ଜୀବଙ୍କ ରକ୍ତ ପିଇବା ଆରମ୍ଭ କରିଦେଇଥାନ୍ତି।
Mosquitoes evolved to suck human blood when they couldn’t find water https://t.co/QyRIDtWRGa pic.twitter.com/dhjgz0ldd3
— New Scientist (@newscientist) July 23, 2020
ମଶାମାନଙ୍କ ମଧ୍ୟରେ ଏପରି ପରିବର୍ତ୍ତନ ଅନେକ ହଜାର ବର୍ଷ ପରେ ଆସିଥିଲା। Aedes Aegypti ମଶାଙ୍କର ବିଶେଷତା ଏହା ଥିଲା ଯେ ସହର ସଭ୍ୟତାର ବୃଦ୍ଧି ଯୋଗୁଁ ସେମାନେ ଜଳର ସମସ୍ୟା ସହିତ ସଂଘର୍ଷ କରିବା ଆରମ୍ଭ କରିଦେଇଥିଲେ। ସେତେବେଳେ ଅନ୍ୟ କୌଣସି ଉପାୟ ନପାଇ ସେମାନେ ମଣିଷ ରକ୍ତ ପିଇବା ଆରମ୍ଭ କଟିଦେଇଥିଲେ।
ମାତ୍ର ଯେଉଁଠାରେ ମଣିଷ ପାଣି ଜମା କରି ରଖିଥାଏ ଏନୋଫିଲିସ (ମ୍ୟାଲେରିଆ ବିସ୍ତାର କରୁଥିବା ମଶା) ମଶାଙ୍କୁ ସେଠାରେ କୌଣସି ଅସୁବିଧା ହୁଏ ନାହିଁ। ଏହି ମଶା ଗୁଡିକ ନିଜର ପ୍ରଜନନ କୁଲର, ହାଣ୍ଡି, କ୍ୟାରି ପରି ସ୍ଥାନରେ କରିଥାନ୍ତି। କିନ୍ତୁ ଯେମିତି ପାଣିର ଅଭାବ ଅନୁଭବ କରନ୍ତି ଏମାନେ ତୁରନ୍ତ ଅନ୍ୟ ପ୍ରାଣୀଙ୍କ ରକ୍ତ ପିଇବା ଆରମ୍ଭ କରିଦେଇଥାନ୍ତି।