ସାଧାରଣତଃ ମହିଳାମାନଙ୍କର ଆଭିଯୋଗ ରହିଥାଏ ଯେ, ତାଙ୍କ ସ୍ବାମୀ ମାନେ ତାଙ୍କୁ ଭଲ ପାଉନାହାନ୍ତି ଏବଂ ଅଧିକାଂଶ ସମୟରେ ଝଗଡା କରୁଛନ୍ତି। କିନ୍ତୁ ଏମିତି ଜଣେ ସ୍ତ୍ରୀ ଯାହାଙ୍କୁ ସ୍ଵାମୀଙ୍କ ପ୍ରେମ ପିତା ଲାଗୁଛି। ସେଥିପାଇଁ କୁହାଯାଏ ଯେ, ଭଗବାନ ମଧ୍ୟ ନାରୀଙ୍କ ମନ କଥା ଜାଣି ପାରି ନାହାନ୍ତି। ଉତ୍ତରପ୍ରଦେଶର ସଂଭଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ନିଜ ସ୍ୱାମୀଙ୍କୁ କେବଳ ଏଥିପାଇଁ ଡିଭୋର୍ସ ଦେବାକୁ ଚାହୁଁଛନ୍ତି କାରଣ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉଛନ୍ତି ଏବଂ କେବେହେଲେ ତାଙ୍କ ସହିତ ଝଗଡା କରୁ ନାହାନ୍ତି।
ଉତ୍ତରପ୍ରଦେଶର ସଂଭଲରେ ରହୁଥିବା ଏହି ଦମ୍ପତିଙ୍କ ବିବାହକୁ ମାତ୍ର ୧୮ ମାସ ହୋଇଛି। ତେବେ ବିବାହକୁ ଦେଢ଼ ବର୍ଷ ନପୁରୁଣୁ ଡିଭୋର୍ସ ପାଇଁ କୋର୍ଟ ଦ୍ୱାରାସ୍ତ ହୋଇଛନ୍ତି ଦମ୍ପତି। ସେମାନେ ଡିଭୋର୍ସ ପାଇଁ ଶରିୟା କୋର୍ଟରେ ହାଜର ହୋଇଛନ୍ତି। ମହିଳାଙ୍କର ଆଭିଯୋଗ ରହିଛି ଯେ,ତାଙ୍କ ସ୍ୱାମୀ ସବୁବେଳେ ତାଙ୍କୁ ବହୁତ ପ୍ରେମ କରୁଛନ୍ତି, କେବେହେଲେ ତାଙ୍କ ସହିତ ଝଗଡା କରୁନାହାନ୍ତି। ବୋଧହୁଏ ଏହା ପ୍ରଥମଥର ହେଉଥିବ ଜଣେ ପତ୍ନୀ ଝଗଡା ହେଉନଥିବାରୁ ଡିଭୋର୍ସ ଚାହୁଁଛନ୍ତି।
ସ୍ୱାମୀଙ୍କ ଅତ୍ୟଧିକ ପ୍ରେମ ହଜମ କରି ପାରୁ ନାହାନ୍ତି ପତ୍ନୀ:
ଦୈନିକ ଜାଗରଣ ରିପୋର୍ଟ ମୁତାବକ, ମହିଳାଙ୍କ କହିବା କଥା ଯେ ତାଙ୍କ ସ୍ୱାମୀ ତାଙ୍କୁ ଅତ୍ୟନ୍ତ ଭଲ ପାଉଛନ୍ତି, ସେଥିପାଇଁ ସେ ଏହାକୁ ହଜମ କରିପାରୁ ନାହାନ୍ତି। ମହିଳା ଜଣକ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ତାଙ୍କ ବିବାହକୁ ୧୮ ମାସ ପୂର୍ତ୍ତି ହୋଇଯାଇଛି କିନ୍ତୁ ସେ ଆଉ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କେବେହେଲେ କୌଣସି ପ୍ରକାରର ଝଗଡା ହୋଇନାହିଁ।
ଘର କାମରେ ମଧ୍ୟ ସାହାଯ୍ୟ କରି ଦେଉଛନ୍ତି ସ୍ୱାମୀ:
ମହିଳା ଜଣକ କହିଲେ, ତାଙ୍କ ସ୍ୱାମୀ ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟରେ ତାଙ୍କର ସହାୟତା କରିଥାନ୍ତି। କେବଳ ଏତିକି ନୁହେଁ ସ୍ୱାମୀ ତାଙ୍କ ଉପରେ ନା କେବେ ପାଟି କରିଛନ୍ତି ନା ସ୍ତ୍ରୀର କୌଣସି କାର୍ଯ୍ୟକୁ ନେଇ ଦୁଃଖିତ ହୋଇଛନ୍ତି ସ୍ଵାମୀ। ତେବେ ପ୍ରତ୍ୟେକ ମହିଳା ଏହିପରି ସ୍ଵାମୀଟିଏ ଖୋଜୁଥିବା ବେଳେ ଏହି ମହିଳା ଜଣକ ଏପରି ପରିବେଶରେ ନିଜକୁ ଅଣନିଶ୍ୱାସୀ ଅନୁଭବ କରୁଥିବାର ପ୍ରକାଶ କରିଛନ୍ତି।
ମହିଳା ଜଣକ ଆଗକୁ ଏହା କହିଛନ୍ତି ଯେ, ଯଦି କେବେ ତାଙ୍କ ଦ୍ୱାରା କେବେ କୌଣସି ଭୁଲ ହୋଇଯାଇଥାଏ ତେବେ ତାଙ୍କ ସ୍ବାମୀ ତାଙ୍କୁ କ୍ଷମା କରିଦେଇଥାନ୍ତି। ମହିଳା ଜଣକ କହିଛନ୍ତି ଯେ, “ମୁଁ ତାଙ୍କ ସହିତ ଝଗଡା କରିବାକୁ ଚାହୁଁଛି”। ମହିଳାଙ୍କ କହିବା କଥା ଯେ, ସେ ଏପରି ସ୍ୱାମୀଙ୍କ ସହିତ ଜୀବନ ବିତାଇବାକୁ ଚାହୁଁନାହାନ୍ତି, ଯିଏ ତାଙ୍କ ପ୍ରତ୍ୟେକ କଥାରେ ସହମତ ହେଉଥିବେ। ସେଥିପାଇଁ ସେ ଡିଭୋର୍ସ ନେଇ ଏହି ସମ୍ପର୍କକୁ ସମାପ୍ତ କରିବାକୁ ଚାହୁଁଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |