ମହିଳାଙ୍କ ଠାରେ କାହିଁକି ଶୀଘ୍ର ଶେଷ ହୋଇଯାଇଥାଏ ଯୌନ ଇଚ୍ଛା? ଏହି ଲକ୍ଷଣ ହୋଇଥାଇ ପାରେ କୌଣସି ରୋଗର ସଙ୍କେତ।

ମାନସିକ ଚାପ ଥକାପଣ କାରଣରୁ ଯୌନ ଇଚ୍ଛା ହରାଇବା ସାଧାରଣ କଥା ହୋଇଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେକ୍ସ ଡ୍ରାଇଭରେ ଅଭାବ ରହିବା ଚିନ୍ତାଜନକ ସମସ୍ୟା ହୋଇପାରେ। ଏହି ସମସ୍ୟାକୁ ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡର(HSDD) କୁହାଯାଇଥାଏ ଏବଂ ଅଧିକାଂଶ ମିହିଳାଙ୍କ ଠାରେ ପରିଲକ୍ଷିତ ହୋଇଥାଏ। ସେକ୍ସକୁ ନେଇ ବର୍ତ୍ତମାନ ସୁଦ୍ଧା ଆମ ସମାଜରେ ଖୋଲିଖୋଲି ସ୍ପଷ୍ଟ ଭାବରେ କଥାବାର୍ତ୍ତା କରାଯାଇ ନଥାଏ। ଏଥିପାଇଁ ମହିଳା ମାନେ ଏପ୍ରକାରର ସମସ୍ୟାକୁ ଅଣଦେଖା କରିଥାନ୍ତି ଏବଂ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି।

ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡର ମହିଳା ମାନଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଥାଏ। ଏହି ସମସ୍ୟା ହେବା ଦ୍ୱାରା ମହିଳା ମାନଙ୍କ ଯୌନ ଇଚ୍ଛା ଶେଷ ହୋଇଯାଇଥାଏ। ଯେଉଁ ମହିଳା ମାନଙ୍କୁ ଏହି ଡିସଅର୍ଡର ହୋଇଥାଏ ସେ କୌଣସି ପ୍ରକାରର ସେକ୍ସୁଆଲ ଆକ୍ଟିଭିଟିରେ ଆଗ୍ରହ ନେଇ ନଥାନ୍ତି। ତାଙ୍କୁ ଯୌନ କଳ୍ପନାର ମଧ୍ୟ ଅନୁଭବ ହୋଇନଥାଏ। ସେକ୍ସ ଡ୍ରାଇବରେ ଏହି ପ୍ରକାରର ଅଭାବ କାରଣରୁ ମାନସିକ ଅଶାନ୍ତି ମଧ୍ୟ ହେବା ଆରମ୍ଭ ହୋଇଯାଇଥାଏ। କେବେ କେବେ ଏହି କାରଣରୁ ଦମ୍ପତିଙ୍କ ସମ୍ପର୍କ ମଧ୍ୟରେ ଦୂରତା ଆସିଯାଇଥାଏ।

ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ଜିନିଷ ଗୁଡିକ କାରଣରୁ ସେକ୍ସ ଡ୍ରାଇବରେ ଅଭାବ ଆସିଯାଇଥାଏ। ସାଧାରଣତଃ ମାସିକ ଋତୁସ୍ରାବ ପରେ ଯୌନ ଇଚ୍ଛା କମି ଯାଇଥାଏ। କେତେକ ସମୟରେ କିଛି ରୋଗର ଔଷଧ କାରଣରୁ ମଧ୍ୟ ଏହି ଡିସଅର୍ଡର ହୋଇଯାଇଥାଏ। ଏହାଛଡା ଚିନ୍ତା, ମାନସିକ ଚାପ ଅଥବା ଡିପ୍ରେସନ ମଧ୍ୟ ଯୌନ ଇଚ୍ଛା କମାଇବାର କାରଣ ହୋଇଥାଇପାରେ। ଗର୍ଭଧାରଣ, ସନ୍ତାନର ଜନ୍ମ ପରେ ଏବଂ ପାର୍ଟନରଙ୍କ ସହିତ ଖରାପ ସମ୍ପର୍କ ମଧ୍ୟ ଏହାର ଏକ କାରଣ ହେବାର ସମ୍ଭାବନା ରହିଥାଏ। ତେବେ ଏହି ଲକ୍ଷଣ ଦେଖାଦେଲେ ଆବଶ୍ୟକ ନୁହେଁ ଯେ, ଆପଣ ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡର ଦ୍ୱାରା ଶିକାର ହୋଇଛନ୍ତି, ଏହାମଧ୍ୟ ହୋଇଥାଇପାରେ ଆପଣଙ୍କ ଠାରେ ଲିବିଡୋର ଅଭାବ ହୋଇଯାଇଛି।

ସାମାନ୍ୟ ସେକ୍ସ ଡ୍ରାଇବର କୌଣସି ପରିଭାଷା ନଥାଏ କାରଣ ପ୍ରତ୍ୟେକ ବ୍ୟକ୍ତି ଉପରେ ଭିନ୍ନ ଭିନ୍ନ ନିର୍ଭର କରିଥାଏ। ଏହା କେବଳ ଆପଣ ବୁଝି ପାରିବେ ଯେ ଆପଣଙ୍କର ଯୌନ ଇଚ୍ଛା କେବେ କମିବା ଆରମ୍ଭ ହେଉଛି। ଯଦି ଆପଣ ଚିନ୍ତା, ମାନସିକ ଚାପ ଅଥବା କୌଣସି ମେଡିକଲ ଚିକିତ୍ସାର ଅବସ୍ଥା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କ ଯୌନ ଇଚ୍ଛା ପ୍ରଭାବିତ ହୋଇପାରେ। କିନ୍ତୁ ଯଦି ଆପଣଙ୍କ ଠାରେ ଲିବିଡୋର ଅଭାବ ରହିଛି, ଆପଣ ଚିନ୍ତିତ ରହିଛନ୍ତି ଏବଂ ଆପଣଙ୍କ ସେକ୍ସ ଡ୍ରାଇବରେ ମଧ୍ୟ ଅଭାବ ଆସିଯାଇଛି ତେବେ ଏହା ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡରର ସଙ୍କେତ ମଧ୍ୟ ହୋଇଥାଇ ପାରେ।

ଯଦି ଆପଣଙ୍କୁ ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡରର ଅନୁଭୂତି ହେଉଛି ତେବେ ସବୁଠୁ ଅଧିକ ଆବଶ୍ୟକ ରହିଛି ଯେ ବିନା କୌଣସି ସଙ୍କୋଚରେ ଏବିଷୟରେ ଡାକ୍ତରଙ୍କୁ କୁହନ୍ତୁ। ଏହାଛଡା ପ୍ରିମେନୋପଜ ସ୍ଥିତିରେ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରାଇ ପାରିବେ। ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଗ୍ରହଣ କରିବା ଦ୍ୱାରା ଲିବିଡୋରେ ବହୁତ ସୁଧାର ଆସିପାରିଥାଏ। ଏତଦବ୍ୟତୀତ ନିଜ ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଖମୟ ରଖନ୍ତୁ। କାରଣ ଏହାର ପ୍ରଭାବ ମଧ୍ୟ ସେକ୍ସ ଲାଇଫ ଉପରେ ପଡିଥାଏ।

ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରି ହାଇପୋଆକ୍ଟିଭ ସେକ୍ସୁଆଲ ଡିଜାୟର ଡିସଅର୍ଡରକୁ ଦୂରେଇ ଦିଆଯାଇ ପାରିବ। ଏହାଛଡା ମନୋବୈଜ୍ଞାନିକ ଥେରାପି ଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରିବ। ଏହି ପ୍ରକାରର ଡିସଅର୍ଡରରେ ମହିଳାମାନଙ୍କ ଉପରେ cognitive behavioral therapy(CBT)ର ବହୁତ ସକାରାତ୍ମକ ପ୍ରଭାବ ପଡିଥାଏ। ଏହି ଥେରାପି ଯୌନ ଇଚ୍ଛା ଅଟକାଇ ରଖୁଥିବା ଚିନ୍ତାଧାରା ଏବଂ ବ୍ୟବହାରକୁ ପରିବର୍ତ୍ତନ କାରବାର କାର୍ଯ୍ୟ କରିଥାଏ। ଯୌନ ଚିକିତ୍ସକଙ୍କ ସାହାଯ୍ୟରେ ମଧ୍ୟ ହରାଇଥିବା ଆତ୍ମବିଶ୍ବାସ ଫେରି ଆସିଥାଏ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *