ମହାରାଷ୍ଟ୍ରର ନାଗପୁରରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା କନଷ୍ଟେବଳ ତାଙ୍କ ପ୍ରେମିକଙ୍କୁ ସ୍ୱାମୀ ହେବାକୁ କହିଥିଲେ ଯାହା ଦ୍ୱାରା ସେ ତାଙ୍କ ସହ କ୍ୱାରାଣ୍ଟାଇନ ରହିପାରିବେ। ଏହି ମାମଲା ମଧ୍ୟ ଏକ ଆକର୍ଷଣୀୟ ଢଙ୍ଗରେ ପ୍ରକାଶ ପାଇଛି।
ବାସ୍ତବରେ, ଏହି ମାମଲା ହେଉଛି ବଜାଜ ନଗର ପୋଲିସ ଷ୍ଟେସନର, ଜଣେ ମହିଳା କନଷ୍ଟେବଳ କରୋନା ପଜିଟିଭ ବାହାରିବାରୁ ତାଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା ଏବଂ ମହିଳା କନଷ୍ଟେବଳ କ୍ୱାରାଣ୍ଟିନ୍ କେନ୍ଦ୍ରରେ କହିଥିଲେ ଯେ ତାଙ୍କ ସ୍ୱାମୀ ଡାକ ବିଭାଗରେ କାମ କରନ୍ତି ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ କରାଯିବା ଆବଶ୍ୟକ।
ପିଟିଆଇ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କ ବଦଳରେ ତାଙ୍କ ପ୍ରେମିକଙ୍କ ସହିତ କ୍ୱାରାଣ୍ଟାଇନ ସେଣ୍ଟର ରହିଥିଲେ। ପ୍ରେମିକ ଜଣଙ୍କ ବିବାହିତ ଥିବାବେଳେ , ଯେତେବେଳେ ସେ ତିନି ଦିନ ପର୍ଯ୍ୟନ୍ତ ଘରକୁ ଯାଇନଥିଲେ, ତାଙ୍କ ପତ୍ନୀ ଏହା ବିଷୟରେ ଜାଣିଥିଲେ।
ପରେ ଯେତେବେଳେ ତାଙ୍କ ପତ୍ନୀ କ୍ୱାରାଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲେ ତାଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା। ଶେଷରେ ସେ ଅନ୍ୟ ଉପାୟ ନ ପାଇ ବଜାଜ ନାଗର ପୋଲିସ ଷ୍ଟେସନରେ ପହଞ୍ଚି ସ୍ୱାମୀଙ୍କ ନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ କମିଶନର ଡକ୍ଟର ଭୂଷଣ କୁମାର ଉପାଧ୍ୟାୟ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା କନଷ୍ଟେବଳ ଅବିବାହିତ ଅଛନ୍ତି ଏବଂ ତାଙ୍କର ଜଣେ ସହକର୍ମୀ ଙ୍କ କରୋନା ପେଜେଟିଭି ଚିହ୍ନଟ ହେବା ପରେ ତାଙ୍କୁ କ୍ୱାରାଣ୍ଟିନରେ ରହିବାର ଥିଲା କିନ୍ତୁ ଏହି ସମୟରେ ସେ ଅନ୍ୟ ବ୍ୟକ୍ତି ଙ୍କ ସହ କ୍ୱାରାଣ୍ଟିନକୁ ଚାଲିଯାଇଥିଲେ।
ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପରେ ଜଣା ପଡିଲା କି ମହିଳା ଯେଉଁ ବ୍ୟକ୍ତି ଙ୍କୁ ନିଜର ସ୍ୱାମୀ ବୋଲି କହୁଥିଲେ ସେ ପ୍ରକୃତ ରେ ତାଙ୍କ ପ୍ରେମିକ ଥିଲେ ଏବଂ ସେ ଡାକ ବିଭାଗରେ କାମ କରନ୍ତି । ଏହି ଘଟଣା ପଦା କୁ ଆସିଲା ପରେ ଦୁଇ ଜଣଙ୍କୁ ଅଲଗା କରାଗଲା ଏବଂ ବ୍ୟକ୍ତି ଜଣଙ୍କୁ ଅନ୍ୟ ଏକ କ୍ୱାରାଣ୍ଟିନ ସେଣ୍ଟର କୁ ପଠାଯାଇଥିଲା ।
ସୂଚନା ଅନୁଯାୟୀ, ମହିଳା କନେଷ୍ଟବଳ ଏବଂ ସେ ବ୍ୟକ୍ତି ଗତ ବର୍ଷ ଅକ୍ଟୋବର ରେ ଦେଖା ସାକ୍ଷାତ ହୋଇଥିଲେ । ସେବେଠାରୁ ଏହି ଦୁଇ ଜଣ ମଧ୍ୟରେ ସମ୍ବନ୍ଧ ଥିଲା ଏବଂ ଦୁଇ ଜଣ ନିବିଡ଼ ସମ୍ପର୍କ ଗଢିଉଠିଥିଲା ।