ଆମେରିକାରେ ଜଣେ ମହିଳାଙ୍କ ନାମରେ ଅଭିଯୋଗ ଆସିଛ କି ସେ ଗଞ୍ଜେଇ ଏବଂ ଡ୍ରଗସ ସେବନ ପରେ ତିନି ମାସର ଶିଶୁକୁ କ୍ଷୀର ଦେଇ ଶିଶୁ ଟିର ମୃତ୍ୟୁ ଘଟିଛି। ୩୧ବର୍ଷର ଅଟମ ବ୍ଲେଂସେଟଙ୍କ ଶରୀରରେ ମିଥେମଫେଟିମିନର ମାତ୍ରା ବହୁତ ବଢି ଯାଇଛି। ଏହି ଡ୍ରଗସକୁ ସାଧରଣ ଭାଷାରେ କ୍ରିସ୍ଟଲ ମେଥ କୁହାଯାଏ ଏବଂ ଏହା ଏଡିକ୍ଟିବ ହୋଇଥାଏ।
ଆମେରିକାର ନ୍ୟୁ ଓରିଲିଏନ୍ସ ରେ ରହୁଥିବା ଅଟମଙ୍କ ଘରେ ମେଡିକାଲ ଟିମ ଯାଇ ପହଁଚିଥିଲେ ଯେତେବେଳେ ତାଙ୍କୁ ଜଣା ପଡିଥିଲା କି ଅଟମଙ୍କ ପିଲାର କୌଣସି ପ୍ରତିକ୍ରିୟା ନଥିଲା। ମେଡିକାଲ ଟିମ ଯେତେବେଳେ ଜାଞ୍ଚ କଲେ ସେତେବେଳେ ଜଣା ପଡିଲା କି ଶିଶୁଟିର ମୃତ୍ୟୁ ହୋଇଯାଇଛି ଏବଂ ପୋଲିସ ପିଲାଟିର କଣ ପାଇଁ ମୃତ୍ୟୁ ହୋଇଛି ବୋଲି ଜାଞ୍ଚ ଆରମ୍ଭ କରିଥିଲା।
ଡିସେମ୍ବର ୧୧ରେ ଅଟମଙ୍କର ଟକ୍ସୀକୋଲଜୀ ରିର୍ପୋଟ ସାମ୍ମନାକୁ ଆସିଥିଲା। ଏହି ରିର୍ପୋଟରେ ଲେଖାଥିଲା କି ଅଟମଙ୍କ ଶରୀରରେ କ୍ରିସ୍ଟଲ ମେଥର ବିଷାକ୍ତ ଡୋଜ ମିଳିଛି ଏବଂ ସେ ଏହା ବ୍ୟତିତ ଗଞ୍ଜେଇର ସେବନ କରିଛନ୍ତି। ଏହି ରିର୍ପୋଟ ସାମ୍ମନାକୁ ଆସିବା ପରେ ଅଟମଙ୍କୁ ଗିରଫ କରାଯାଇଛି।
ଅଟମଙ୍କ ପଚରା ଉଚରାରେ ମାନିଥିଲେ କି ସେ ଗଞ୍ଜେଇ ଏବଂ ମେଥର ସେବନ କରି ନିଜର ପିଲାକୁ କ୍ଷୀର ପିଆଇ ଥିଲେ। ଅଟମଙ୍କ ଘରୁ ଦୁଇଟି ଡ୍ରଗସ ଜବତ ହୋଇଥିଲା।
WNDU ଟିଭି ଅନୁସାରେ ଏହା ପ୍ରଥମ ଥର ନୁହେଁ କି ଯେଉଁଠି ଏପରି ଶିଶୁର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜାନୁଆରୀ ମାସରେ ଏକ ୩୬ ବର୍ଷର ମହିଳା ଗିରଫ କରାଯାଇଥିଲା। ଏହି ମହିଳା ମଧ୍ୟ କ୍ରିସ୍ଟଲ ମେଥର ବ୍ୟବହାର କରି ନିଜର ଦୁଇ ମାସର ଶିଶୁକୁ କ୍ଷୀର ଦେବା ପରେ ତାର ମୃତ୍ୟୁ ହୋଇଥିଲା।