ମହୁମାଛି ଙ୍କ ସାଙ୍ଗ ଏହି ବ୍ୟକ୍ତି , ୬୦ ହଜାର ମହୁମାଛି ମୁହଁ ରେ ରଖି କରନ୍ତି ସମୟ ଅତିକ୍ରାନ୍ତ

କିଛି ଅଲଗା କରିବା ନିଶା ସମସ୍ତଙ୍କର ଥାଏ । ଦୁନିଆରେ ଏମିତି ବହୁତ ଅଜବ ଘଟଣା ସବୁ ଦେଖିବାକୁ ମିଳିଯାଏ । ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ଆପଣଙ୍କ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଥରେ ଭାବନ୍ତୁ ଆପଣଙ୍କ ଉପରେ ଗୋଟେ ମହୁମାଛି ବସି ଆପଣଙ୍କୁ କାମୁଡି ଦେଲେ ଆପଣଙ୍କୁ କେତେ କଷ୍ଟ ହୋଇଥାଏ । ଯେଉଁ ଜାଗା ରେ ମହୁମାଛି କାମୁଡି ଥାଏ ସେଠାରେ ବ୍ୟଥା ହୋଇଯାଏ । କେରଳ ରେ ରହୁଥିବା ଏକ ବ୍ୟକ୍ତି ଙ୍କ ପ୍ରିୟ ବନ୍ଧୁ ହେଉଛି ମହୁମାଛି ।

ସେ ନିଜ ମୁହଁ କୁ ମହୁମାଛି ରେ ଢାଙ୍କି ଦିଅନ୍ତି । ଏକା ସାଥିରେ ୬୦ ହଜାର ମହୁମାଛି ତାଙ୍କ ମୁହଁରେ ବସିଯାନ୍ତି । ଏତିକି ନୁହେଁ ମୁହଁରେ ମହୁମାଛି ବସାଇବାରେ ୪ ଘଣ୍ଟା ୧୦ ମିନିଟ ୫ ସେକେଣ୍ଡ ର ୱାଡ ରେକର୍ଡ ଯାହା ତାଙ୍କ ନାମ ରେ ଅଛି । ଆସନ୍ତୁ ତାଙ୍କ ବିଷୟରେ ପୁରା କାହାଣୀ ଶୁଣିବା ।

ଏ ହେଉଛନ୍ତି କେରଳ ର ରହୁଥିବା5 ନେଚର ଏମ ଏସ । ସେ କୁହନ୍ତି କି ମହୁମାଛି ହେଉଛନ୍ତି ତାଙ୍କର ପ୍ରିୟବନ୍ଧୁ । ସେ ତାଙ୍କୁ ସାଙ୍ଗ ହିସାବରେ ମଧ୍ୟ ଦେଖନ୍ତି । ନେଚର ଯେବେ ୭ ବର୍ଷ ର ଥିଲେ ସେବେଠାରୁ ସେ ନିଜ ମୁହଁରେ ମହୁମାଛି ରଖି ଆସୁଛନ୍ତି ।

ନେଚର ନିଜ ମୁହଁରେ ମହୁମାଛି ରଖିବାରେ ସବୁଠାରୁ ଲମ୍ବା ରେକର୍ଡ କରିଛନ୍ତି । ସେ ୪ ଘଣ୍ଟା ୧୦ ମିନିଟ ୫ ସେକେଣ୍ଡ ପର୍ଯ୍ୟନ୍ତ ନିଜ ମୁହଁକୁ ପୁରା ମହୁମାଛି ରେ ଭର୍ତ୍ତି କରି ରଖିଥିଲେ ।

ନେଚର ମହୁମାଛି ଙ୍କୁ ଏତେ ମାତ୍ରା ରେ ଭଲ ପାଆନ୍ତି କି ସେ କୌଣସି ଆଲର୍ଜୀ କିମ୍ବା ରିୟାକ୍ସନ ର ଡର ନ ଥାଏ । ସେ କୁହନ୍ତି କି ଡଙ୍କ ପାଇ ସେ କାହାକୁ ବି ଦୋଷୀ କରି ପାରିବେ କିନ୍ତୁ ସେ ମହୁମାଛି କୁ କରି ପାରିବେ ନାହିଁ ।

ନେଚର ଏହି ସବୁ ର ଶ୍ରେୟ ତାଙ୍କ ପିତା ଙ୍କୁ ଦିଅନ୍ତି । ତାଙ୍କର କହିବା କଥା କି ତାଙ୍କ ପିତା ସଞ୍ଜୟ କୁମାର ତାଙ୍କୁ ବୁଝାଇଥିଲେ କି ମହୁମାଛି ସବୁଠାରୁ ଭଲ ସାଙ୍ଗ ହୋଇଥାନ୍ତି । ତାଙ୍କୁ ଡରି କେବେ ଦୂରକୁ ଯିବେ ନାହିଁ ।

ନେଚର ଙ୍କ ପିତା ସଞ୍ଜୟ କୁମାର ନିଜେ ମହୁମାଛି ପାଳନ କରୁଥିଲେ ଓ ସେ ମଧ୍ୟ ଆୱାର୍ଡ଼ ମଧ୍ୟ ପାଇ ସାରିଛନ୍ତି ।

ନେଚର କୁହନ୍ତି କି ଏହା ଏତେ ସାମାନ୍ୟ କାମ ନୁହେଁ କିନ୍ତୁ ତାଙ୍କୁ ମହୁମାଛି କୁ ନେଇ କେବେ କିଛି ଅସୁବିଧା ହୋଇନାହିଁ । ତାଙ୍କ କହିବା କଥା କି ସେ ମହୁମାଛି ସହ ଖୁସି ଅନୁଭୂତ କରିଥାନ୍ତି ।

ନିଜ ମୁହଁରେ ମହୁମାଛି ବସାଇବା ଦ୍ଵାରା ନେଚର ଙ୍କୁ କେବେ କିଛି ଅସୁବିଧା ହୋଇନାହିଁ । ସେ କହିଛନ୍ତି କି ଏହି ସମୟରେ ମଧ୍ୟ ସେ ଚାଲି ପାରିବେ , ଦେଖି ପାରିବେ ଓ ନାଚି ମଧ୍ୟ ପାରିବେ ।

Leave a Reply

Your email address will not be published. Required fields are marked *