ମାଁ ପୁଅ ନୁହନ୍ତି, ଏହି ଅଜବ ଦମ୍ପତି ଶୀଘ୍ର କରିବାକୁ ଯାଉଛନ୍ତି ବିବାହ। ମହିଳାଙ୍କ କୋଳରେ ଚଢ଼ି ଚୁମ୍ବନ କରିପାରନ୍ତି ତାଙ୍କ ଭବିଷ୍ୟତ ସ୍ୱାମୀ

ବହୁତ ପୁରୁଣା କାଳରୁ କଥା ରହିଛି, ପ୍ରେମରେ ମଣିଷ ଅନ୍ଧ ହୋଇଯାଇଥାଏ। ଯେତେବେଳେ ତୁମେ କାହାକୁ ପ୍ରେମ କରିଥାଅ ସେତେବେଳେ ଆପଣ ଦୁଇଜଣଙ୍କ ମଧ୍ୟରେ ଆସିଥିବା ସବୁ ବାଧା ଛୋଟ ପଡି ଯାଇଥାଏ। ବୋଧହୁଏ ଏହା ହିଁ କାରଣ ଅଟେ ଯେ, ଦୁନିଆରେ ଏମିତି ଅନେକ ଦମ୍ପତି ଦେଖିବାକୁ ମିଲିଯିବେ ଯେଉଁମାନଙ୍କର ରଙ୍ଗ, ରୂପ, ଉଚ୍ଚତା ଏବଂ ଆହୁରି ଅନେକ ଜିନିଷରେ ଆକାଶ ପାତାଳର ଫରକ୍ ରହିଥାଏ। କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି ହିଁ ଏକ ଦମ୍ପତି ଟ୍ରେଣ୍ଡ କରିଛନ୍ତି।

ପଶ୍ଚିମ ଆଫ୍ରିକାର ଆଇବରି କୋଷ୍ଟରେ ରହୁଥିବା ୟୁଡୋକସୀ ୟାଓ ଗିନୀୟନ ସଙ୍ଗୀତକାର ଗ୍ରେଡ ପିଙ୍କ ସହିତ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୁଇଜଣଙ୍କୁ ଦେଖିଲେ ଗୋଟିଏ ଥର ପାଇଁ ଆପଣଙ୍କୁ ଲାଗିବ ଯେ ଏହି ଦୁଇଜଣ ମାଁ ପୁଅ ଅଟନ୍ତି। କିନ୍ତୁ ଦୁଇଜଣ ବହୁତ ଶୀଘ୍ର ପରସ୍ପରଙ୍କୁ ବିବାହ କରବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ୟୁଡୋକସୀ ପ୍ରତ୍ୟେକ ଦିନ ନିଜ ପ୍ରେମର ପ୍ରଦର୍ଶନ କରୁଛନ୍ତି। ଯେଉଁ କଥାର ଲୋକମାନେ ବହୁତ ହାସ୍ୟ ଉଡାଉଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ ଶୁଣାଇବୁ ଏହି ଅଜବ ପ୍ରେମ କାହାଣୀ…..

କିଛି ଦିନ ହେବ ଏହି ଦମ୍ପତି ଇନଷ୍ଟଗ୍ରାମରେ ବହୁତ ଚର୍ଚ୍ଚାରେ ରହିଛନ୍ତି। କର୍ବୀ ମଡେଲ ୟୁଡୋକସୀ ନିଜ ଠାରୁ ଅଧାରୁ ମଧ୍ୟ କମ ଉଚ୍ଚତାର ପ୍ରେମୀଙ୍କ ସହିତ ରୋମାନ୍ସ କରୁଥିବାର ଫୋଟୋ ଇନଷ୍ଟଗ୍ରାମରେ ସେୟାର କରିଥାନ୍ତି

ୟୁଡୋକସୀ ଏବଂ ତାଙ୍କ ପ୍ରେମୀ ଗ୍ରେଣ୍ଡ ପିଙ୍କର ଏଗେଜମେଣ୍ଟ ହୋଇ ସାରିଛି। ଗ୍ରେଣ୍ଡ ପି ନିଜର ହେବାକୁ ଥିବା ପତ୍ନୀଙ୍କ ଠାରୁ ଅଧା ଉଚ୍ଚତାର ଅଟନ୍ତି। କିନ୍ତୁ ଯେତେବେଳେ ୟୁଡୋକସୀଙ୍କୁ ଏବିଷୟରେ କିଛି ପଚରା ଯାଇଥାଏ ସେତେବେଳେ ତାଙ୍କ ଉତ୍ତର ସ୍ପଷ୍ଟ ରହିଥାଏ ଯେ, ଉଚ୍ଚତାରୁ କିଛି ଫରକ୍ ପଡେ ନାହିଁ।

ଇନଷ୍ଟଗ୍ରାମରେ ୟୁଡୋକସୀ ଲେଖିଛନ୍ତି ଯେ, ଦୁଇଜଣଙ୍କ ସମ୍ପର୍କ ବହୁତ ଉନ୍ନତ ରହିଛି। ଦୁଇଜଣ ଖୁସି ଅଛନ୍ତି ଏବଂ ଏହା ହିଁ ସବୁଠୁ ଅଧିକ ଜରୁରୀ କଥା ଅଟେ। ସେ ତାଙ୍କ ପକ୍ଷରେ ଥିବା ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସୋସିଆଲ ମିଡିଆରେ କିଛି ଲୋକଙ୍କୁ ଏହି ଦମ୍ପତି ସୁନ୍ଦର ଲାଗୁଥିବା ବେଳେ ଆଉ କିଛି ଏହାର ମଜା ଉଡାଇଛନ୍ତି। ସେହିପରି ଆଉକିଛି ଦୁଇଜଣଙ୍କ ସମ୍ପର୍କକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି।

ୟୁଡୋକସୀଙ୍କୁ ଡର ରହିଛି ଯେ, ବୋଧହୁଏ ତାଙ୍କ ପିତାମାତା ଏହି ସମ୍ପର୍କ ପାଇଁ ରାଜି ହେବେ ନାହିଁ। କିନ୍ତୁ ଦୁଇଜଣଙ୍କ ପ୍ରେମ ଉଭୟଙ୍କୁ ପରସ୍ପର ସହିତ ବାନ୍ଧି ରଖିଥାଏ। ଏହି ଭଲପାଇବାର ଆଶାରେ ସେ ଜୀବନ ଅତିବାହିତ କରୁଛନ୍ତି।

ସେହିପରି ୟୁଡୋକସୀଙ୍କ ହେବାକୁ ଥିବା ସ୍ୱାମୀ ଗ୍ରେଣ୍ଡ ପି, ଯାହାଙ୍କର ପ୍ରକୃତ ନାମ Moussa Sandiana Kaba ଅଟେ, ତାଙ୍କୁ ମଧ୍ୟ ଲୋକଙ୍କ ଅପମାନ ପ୍ରତି ଫରକ୍ ପଡେ ନାହିଁ। ତାଙ୍କୁ ଜନ୍ମରୁ ହିଁ ପ୍ରୋଜୋରିୟା ନାମକ ଏକ ବଂଶଗତ ରୋଗ ରହିଛି ଯେଉଁ କାରଣରୁ ତାଙ୍କ ଗ୍ରୋଥ ଉପରେ ପ୍ରଭାବ ପଡିଛି।

ନିଜ ଉଚ୍ଚତା ଏବଂ ରୂପ କାରଣରୁ ଅନେକ ଲୋକ ଗ୍ରେଣ୍ଡ ପିଙ୍କୁ କମେଣ୍ଟ କରିଥାନ୍ତି। ତାଙ୍କ ସମ୍ପର୍କର ମଜା ଉଡାନ୍ତି। କିନ୍ତୁ ତାଙ୍କୁ କୌଣସି ଫରକ୍ ପଡି ନଥାଏ।

ସେ କହିଛନ୍ତି ଯେ, ସେ ନିଜ ଜୀବନ ନିଜର ଯୋଜନା ହିସାବରେ ଅତିବାହିତ କରିବେ। ଆଉ ପ୍ରେମ କଥା କହିବାକୁ ଗଲେ ସର୍ବସାଧାରଣରେ ଦୁଇଜଣ ଏହାକୁ ଏଡାନ୍ତି ନାହିଁ।

Leave a Reply

Your email address will not be published. Required fields are marked *