ମାଆଙ୍କ ମୃତ୍ୟୁକୁ ନେଇ ଅର୍ଜୁନ କପୁର୍ ୩୪ବର୍ଷ ପରେ କହିଥିଲେ ହୃଦୟ ଦୋହୋଲିଗଲା ଭଳି କଥା, ଯାହା କ‌ହିଥିଲେ ସେଇଟା ବହୁତ ଆଶ୍ଚର୍ଯ୍ୟଜନକ ଥିଲା।

ମୁମ୍ବାଇ.ଅର୍ଜୁନ୍ କପୁର୍ (Arjun Kapoor) ଏହି ଦିନ ନିଜର ଆଗକୁ ଆସୁଥିବା ସିନେମା ଭୂତ ପୁଲିସ୍ (bhoot police)ର ସୁଟିଂ ହିମାଚଳ ପ୍ରଦେଶରେ ଧର୍ମଶାଳାରେ କରୁଥିଲେ। ଏହି ସମୟରେ ସେ ଶୋଶିଆଲ୍ ମିଡ଼ିଆରେ ବହୁତ ଏକ୍ଟିଭ୍ ଥିଲେ ଏବଂ ବୋଧହୁଏ ନିଜ ଫ୍ରାନ୍ସ୍ କୁ ପୋଷ୍ଟ ମାଧ୍ୟମରେ ଅପଡେଟ୍ କରୁଥିଲେ। ଏହା ସହିତ ନିଜର ଆତ୍ମୀୟ ମାନଙ୍କୁ ମନେପକାଇ ଅର୍ଜୁନ ବେଳେବେଳେ କିଛି ଅନୁଭୂତିକୁ ଶେୟାର୍ କରିବାର ନଜର ଆସନ୍ତି। ଅର୍ଜୁନ ଜାପାନୀ ଦାର୍ଶନିକ ଦାୟସାକୁ ଇକେଦାଙ୍କ ବିଚାରକୁ ନିଜ ଇନଷ୍ଟାଗ୍ରାମ୍ ରେ ଶେୟାର୍ କରିବା ସମୟରେ ମାଙ୍କ ଭଲପାଇବା ଏବଂ ପରିଶ୍ରମକୁ ନ ଭୁଲିବା ପାଇଁ ନିବେଦନ କରିଥିଲେ।ସେ ଲେଖିଥିଲେ-ଦୟାକରି ଆପଣଙ୍କ ମା’ଙ୍କ ଭଲପାଇବା ବା ପରିଶ୍ରମକୁ ଭୁଲନ୍ତୁ ନାହିଁ ଯିଏ ଆପଣଙ୍କ ପାଇଁ ବହୁତ କିଛି ସହିଛନ୍ତି। ମୋର ବିଶ୍ବାସ ଅଛି କି ଯେତେ ପର୍ଯ୍ୟନ୍ତ ଲୋକମାନେ ନିଜ ମାଆଙ୍କ ଚେହେରାକୁ ନିଜ ମୁଣ୍ଡରେ ଜିବିତ ରଖିଥିବେ,ସେ ପର୍ଯ୍ୟନ୍ତ ସେ କେଉଁଠାରେ ହାରିଯିବେ ନାହିଁ।

ଅର୍ଜୁନ ନିଜ ମା ମୋନା କପୂର୍ ଙ୍କ ସହ ବହୁତ ସଂଯୁକ୍ତ ଥିଲେ। ତାଙ୍କ ମା ହିଁ ତାଙ୍କୁ ପାଳିପୋଶି ବଡ଼ କରିଥିଲେ। କ୍ୟାନସରରେ ପିଡୀତ ମୋନାଙ୍କ ୨୫ ମାର୍ଚ୍ଚ ୨୦୧୨ ରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ କଥାକୁ ମନେପକାଇ ଅର୍ଜୁନ କେତେଥର ଶୋଶିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ଅର୍ଜୁନ କହିଥିଲେ କି ତାଙ୍କ ବଲିଉଡ୍ ଡେବ୍ୟୁର ଠିକ୍ ୪୫ ଦିନ ପୂର୍ବରୁ ତାଙ୍କ ମା ମୋନାଙ୍କ ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା। ଅଚାନକ ‌ହୋଇଥିବା ତାଙ୍କ ମାଙ୍କ ମୃତ୍ୟୁରେ ସେ ପୂରା ଭାଙ୍ଗି ଯାଇଥିଲେ।ଯେଉଁ ସମୟରେ ତାଙ୍କ ଜୀବନରେ ଏହି ଅବସ୍ଥା ହୋଇଥିଲା ସେହି ସମୟରେ ତାଙ୍କ ଲୁହ ପୋଛିବା ପାଇଁ କେହି ବି ପାଖରେ ମହଜୁଦ ନଥିଲେ।

ସେ କହିଥିଲେ କି ତାଙ୍କ ମାଙ୍କ ଯିବାପରେ ମାନସିକ ରୂପେ ସେ ବହୁତ ଭାଙ୍ଗି ପଡିଥିଲେ। ଛୋଟ ଭଉଣୀ ଅଂଶୁଳା ତାଙ୍କର ସବୁଠାରୁ ବେଶୀ ଧ୍ୟାନ ରଖିଥିଲେ।

ଅର୍ଜୁନ କହିଥିଲେ କି ମାଙ୍କୁ ହରାଇବାର ଦୁଃଖ ସେ ବହୁତ ଭଲରେ ଜାଣିଛନ୍ତି ଏଥିପାଇଁ ସେ ଯେବେ ଶ୍ରୀଦେବୀଙ୍କ ମୃତ୍ୟୁଙ୍କ ଖବର ଶୁଣିଥିଲେ ତ ସେ ତାଙ୍କ ସୌତୁଣୀ ଭଉଣୀ ଜାହ୍ନବୀ ଏବଂ ଖୁସି କପୂର୍ ଙ୍କ ସାଥିରେ ତାଙ୍କ ଦୁଃଖରେ ସାମିଲ୍ ହୋଇଥିଲେ।ଦୁଇ ଭଉଣୀଙ୍କୁ ପୂରା ସମର୍ଥନ କରିଥିଲେ।ସେ ଚାହୁଁନଥିଲେ କି ଯାହା ତାଙ୍କ ସହ ହେଇଛି ତାହା ତାଙ୍କ ଭଉଣୀଙ୍କ ସହ ହେଉ।

ଅର୍ଜୁନଙ୍କୁ ଆଜିବି ତାଙ୍କ ମାଆଙ୍କ ମୃତ୍ୟୁ ଏକ ଭୟଙ୍କର ସ୍ଵପ୍ନ ଭଳି ଲାଗେ। ତାଙ୍କ କହିବା କଥା କି ଏହା ଠିକ୍ କି ମାଆଙ୍କୁ ହରାଇବାର ଭୟ ମୋତେ ସବୁବେଳେ ବିରକ୍ତି କରିଥାଏ। ମୁଁ ତାଙ୍କୁ ସବୁବେଳେ ମନେ ପକାଉଛି।ସେ କେବେହେଲେ ବି ମୋ ପାଖକୁ ଆଉଥରେ ଫେରି ଆସିବେ ନାହିଁ।

ଅର୍ଜୁନ ଭଉଣୀ ଅଂଶୁଳାଙ୍କ ସହ ରୁହନ୍ତି। ଯେତେବେଳେ ତାଙ୍କ ବାପା ବୋନୀ କପୂର ତାଙ୍କ ଦୁଇ ଝିଅ ଜାହ୍ନବି ଏବଂ ଖୁସିଙ୍କ ସହ ରୁହନ୍ତି। ଶ୍ରୀଦେବୀଙ୍କ ଯିବାପରେ ତାଙ୍କ ସଂପର୍କ ଆଗ ଅପେକ୍ଷା କେତେ ସୁଧୁରି ଗଲାଣି। ହେଲେ, ଏବେ ଲକଡାଉନ୍ ଚାଲିଛି ନହେଲେ ଜା‌ହ୍ନ‌ବୀ-ଖୁସି ବୋଧହୁଏ ତାଙ୍କ ଭାଇ ଅର୍ଜୁନ ସହ ଦେଖା କରିବା ପାଇଁ ଘରକୁ ଯାଆନ୍ତି।

ଅର୍ଜୁନଙ୍କ କର୍ମକ୍ଷେତ୍ର ବିଷୟରେ କଥା ହେବା ତ ସେ ଫିଲ୍ମ୍ ଇଶକଜାଦେ ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ। ତାଙ୍କ ଫିଲ୍ମ ଗୁଣ୍ଡେ,୨ସେଟସ୍,ତେବର,କି ଏଣ୍ଡ୍ କା,ହାପ ଗାର୍ଲଫ୍ରେଣ୍ଡ ଏବଂ ପାନୀପତ କୁ ବହୁତ ପସନ୍ଦ କରିଛନ୍ତି। ତାଙ୍କ ଫିଲ୍ମ ସନ୍ଦୀପ ଏବଂ ପିଙ୍କି ଫେରାର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଯାଇଛି।

Leave a Reply

Your email address will not be published. Required fields are marked *