ସଲମାନଖାନଙ୍କ ବିବାଦୀତ ଶୋ’ ବିଗ ବସ୍ ୨୦୨୦ (Bigg Boss 2020) ବର୍ତ୍ତମାନ ଆରମ୍ଭ ହୋଇନାହିଁ ଏବଂ ପ୍ରତ୍ୟେକ ଦିନ ଏହା ସହ ଜଡିତ ଖବର ଶୁଣିବାକୁ ମିଳୁଛି। ଶୋ’ ଆରମ୍ଭ ହେବା ପୂର୍ବରୁ ଏଥିରେ ହେଉଥିବା ଅନେକ ପରିବର୍ତ୍ତନ ମଧ୍ୟ ଶୁଣିବାକୁ ମିଳୁଛି। ବର୍ତ୍ତମାନ ଖବର ରହିଛି ଯେ ଟେଲିଭିଜନର ଲୋକପ୍ରିୟ ଧାରାବାହିକ “ସାଥ ନିଭାନା ସାଥିୟା”ରେ ଗୋପୀ ବୋହୂଙ୍କ ଭୂମିକାରେ ଅଭିନୟ କରୁଥିବା ଜିୟା ମାନେକ ମଧ୍ୟ ବିଗ ବସର ଘରେ ନଜର ଆସିବେ। କିଛିଦିନ ପୂର୍ବରୁ ହିଁ ତାଙ୍କ ଧାରାବାହିକ “ସାଥ ନିଭାନା ସାଥିୟା”ରୁ “ରୋଷେଇ ଘରେ କିଏ ଥିଲା” ମିମ ବହୁତ ଲୋକପ୍ରିୟ ହୋଇଥିଲା। ଗୋଟିଏ ସମୟ ଥିଲା ଯେତେବେଳେ ଦେଶ ସାରା “ଗୋପୀ ବୋହୂ” ନାମରେ ବେଶ ଜଣାଶୁଣା ଥିଲେ। କିନ୍ତୁ ତାଙ୍କର ଏକ ନିଷ୍ପତ୍ତି ତାଙ୍କ କ୍ୟାରିୟରକୁ ନଷ୍ଟ କରି ଦେଇଥିଲା।
ଜିୟା ସାଥ ନିଭାନା ସାଥିୟାରୁ ହିଁ ଟେଲିଭିଜନରେ ଡେବ୍ୟୁ କରିଥିଲେ। ସେ ୨୦୧୦ରେ ଶୋ’ ସହିତ ଯୋଡି ଯାଇଥିଲେ।
ଏହି ଶୋ’ ତାଙ୍କୁ କାମ, ନାମ, ଧନ ଏବଂ ପ୍ରତିଷ୍ଠା ସବୁକିଛି ଦେଇଥିଲା। କିଛି ମାସ ଭିତରେ ହିଁ ସେ ଟେଲିଭିଜନ ଜଗତର ସୁପରଷ୍ଟାର ହୋଇଯାଇଥିଲେ।
୨୦୧୨ରେ ଯେତେବେଳେ ଜିୟା ଡ୍ୟାନ୍ସ ରିୟାଲିଟି ଶୋ’ “ଝଲକ ଦିଖଲା ଜା”ରେ ଜଣେ ପ୍ରତିଯୋଗୀ ଭାବରେ ଯୋଗ ଦେବାକୁ ସ୍ଥିର କରିଥିଲେ।
ସାଥ ନିଭାନା ସାଥିୟାର ନିର୍ମାତାଙ୍କୁ ଯେମିତି ହିଁ ଜଣାପଡିଲା ସେ କଲର୍ସର ଶୋ’ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ସେତେବେଳେ ସେମାନେ ତାଙ୍କୁ ଗୋଟିଏ ରାତି ମଧ୍ୟରେ ଶୋ’ରୁ ବାହାର କରି ଦେଇଥିଲେ।
ଜିୟାଙ୍କୁ ଶୋ’ରୁ ବାହାର କରି ତାଙ୍କ ସ୍ଥାନରେ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କୁ ଗୋପୀ ବୋହୂ ରୋଲ ଦେଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଦେବୋଲୀନା ମଧ୍ୟ ଗତ ବର୍ଷ ବିଗ ବସକୁ ଆସି ସାରିଛନ୍ତି।
ସାଥ ନିଭାନା ସାଥିୟାରୁ ବାହାର ହେବା ମାତ୍ରେ ହିଁ ତାଙ୍କର କ୍ୟାରିୟର ପାଖାପାଖି ଶେଷ ହୋଇଯାଇଥିଲା। ନା ଜିୟାଙ୍କୁ “ଝଲକ ଦିଖଲା ଜା” ବ୍ୟାନରରେ ସ୍ଥାନ ମିଳିଥିଲା ନା ତାଙ୍କୁ ପୁଣି କେବେ କୌଣସି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରବାକୁ ମିଳିଥିଲା।
ବର୍ତ୍ତମାନ ୮ ବର୍ଷ ପରେ ସେ ପୁଣିଥରେ ପ୍ରଶଂସକ ମାନଙ୍କ ମଧ୍ୟରେ ନଜର ଆସିବେ। ବିଗ ବସ୍ ୧୪ରେ ନିଜର ଏଣ୍ଟ୍ରିକୁ ନେଇ ଜିୟା ବହୁତ ଉତ୍ସାହିତ ଅଛନ୍ତି।
ସାଥ ନିଭାନା ସାଥିୟାକୁ ଛାଡିଦେଲେ ଜିୟା ବାଳିକା ବଧୂ, ଜିନୀ ଔର ଜୁଜୁ, ବଡ଼ି ଦୂର ସେ ଆଏ ହେ, ମନମୋହିନୀ ପରି ଶୋ’ରେ କାମ କରିଛନ୍ତି।