ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଶାହପୁର ପୋଲିସ ଷ୍ଟେସନ କ୍ଷେତ୍ରରେ ମାନବିକତାକୁ ଧୂଳିସାତ କରିବା ପରି ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୬ ଜଣ ଦୁର୍ବୃତ୍ତ ଛୁରୀ ଏବଂ ହତିଆର ଦେଖାଇ ଏକ ଖଣିର ଚୌକିଦାରଙ୍କ ସହିତ ମାରପିଟ କରିବା ପରେ ତାଙ୍କ ଠାରୁ ଲୁଟ କରିଥିଲେ। ଏହାପରେ ଚୌକିଦାରଙ୍କ ସ୍ତ୍ରୀ ଏବଂ ଝିଅକୁ ନିଜର ଶିକାର ବନାଇଥିଲେ। ଦୁଇଜଣଙ୍କୁ ଏହି ୬ ଜଣ ବଦମାସ ଗଣଦୁ-ଷ୍କର୍ମ କରଥିଲେ।
ଖାଲି ଏତିକି ନୁହେଁ ପରିବାରର ସାହାଯ୍ୟ କରିବା ପାଇଁ ଆସିଥିବା ପଡୋଶୀ ମାନଙ୍କୁ ଖୁବ ପିଟିଥିଲେ ଏହି ଦୁର୍ବୃତ୍ତ। ଘଟଣା ପରେ ପୀଡିତା ମହିଳାଙ୍କ ଅଭିଯୋଗରେ ଶାହାପୁର ଥାନା ପୋଲିସ ଏହି ଅଜ୍ଞାତ ଦୁ-ଷ୍କର୍ମକାରୀଙ୍କ ବିରୋଧରେ କେସ ଫାଇଲ କରି ଆରୋପୀଙ୍କୁ ଖୋଜିବା ଆରମ୍ଭ କରିଦେଇଛି।
ଏହି ଘଟଣା ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଶାହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଖଣିର ଯେଉଁଠାରେ ଶନିବାର ରାତି ପ୍ରାୟ ୧୨ଟା ସମୟରେ ଏହି ୬ଜଣ ବଦମାସ ଦୁ-ଷ୍କର୍ମକାରୀ ଏପରି ଏକ କାଣ୍ଡ ଘଟାଇଛନ୍ତି।
ସୂଚନା ମୁତାବକ, ଚୌକିଦାର ଛତିଶଗଡ଼ରେ ରହୁଥିବା ଜଣେ ବ୍ୟକ୍ତି ଯିଏକି କିଛି ଦିନ ପୂର୍ବରୁ ସେହି ଜିଲ୍ଲାର ଏକ ଖଣିରେ ଚୌକିଦାର ଭାବରେ ନିଯୁକ୍ତି ହୋଇ କାମ କରୁଥିଲେ। ଲୁଟ କରିବା ଉଦେଶ୍ୟରେ କିଛି ଗୁଣ୍ଡା ବଦମାସ ଖଣି ପାଖରେ ପହଞ୍ଚିଥିଲେ ସେଠାରେ ପ୍ରଥମେ ଚୌକିଦାର ସହିତ ମାରପିଟ କରିବା ପରେ ତାଙ୍କୁ ଟଙ୍କା ମାଗିଥିଲେ।
ଚୌକିଦାର ଯେମିତି କରି ୨୫୦୦ ଟଙ୍କା ସେହି ଲୁଟେରା ମାନଙ୍କୁ ଦେଇଥିଲେ। ଏହି ସମୟରେ ଚୌକିଦାର ସାହାଯ୍ୟ ପାଇଁ ପାଟି କରି ତାଙ୍କ ପଡୋଶୀ ମାନଙ୍କୁ ଡାକିଥିଲେ। ପଡୋଶୀ ମାନେ ପହଞ୍ଚିବା ପରେ ଲୁଟେରା ମାନେ ତାଙ୍କୁ ମଧ୍ୟ ମାରପିଟ କରିଥିଲେ।
ଏହାପରେ ଏହି ଦୁର୍ବୃତ୍ତ ମାନେ ଚୌକିଦାର ସମେତ ପଡୋଶୀଙ୍କୁ ରାଶିରେ ବାନ୍ଧି ଦେଇଥିଲେ। ତା’ପରେ ଏହି ନର ରାକ୍ଷସ ଚୌକିଦାରଙ୍କ ସ୍ତ୍ରୀ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଉଠାଇ କ୍ଷେତକୁ ନେଇଯାଇଥିଲେ ଯେଉଁଠାରେ ସେ ଦୁଇଜଣଙ୍କ ସହିତ ଗଣଦୁ-ଷ୍କର୍ମ କରିଥିଲେ।
ବୁରହାନପୁର ଜିଲ୍ଲାର ଶାହପୁର ଥାନା ଅଧିକାରୀ ସଞ୍ଜୟ ପାଠକ କହିଥିଲେ ଯେ, ଘଟଣା ଘଟିବା ପରେ ପିଡୀତ ମହିଳାଙ୍କ ଅଭିଯୋଗ ପରେ ଶାହପୁର ଥାନା ପୋଲିସ ଏହି ଅଜ୍ଞାତ ୬ଜଣ ଆରୋପିଙ୍କ ବିରୋଧରେ ଲୁଟପାଟ, ମାରପିଟ ଏବଂ ଗଣବଳା-ତ୍କାରର ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଦେଇଛି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |