ମିଶରରେ ଖୋଲାଗଲା ୪୦୦୦ ବର୍ଷ ପୁରୁଣା କବର, ଦେବଲୋକ ପହଞ୍ଚିବା ପାଇଁ ମନ୍ତ୍ର ଥିବା ପୁସ୍ତକ ସହିତ ମିଳିଲା କିଛି ଆଶ୍ଚର୍ଯ୍ୟଜନକ ଜିନିଷ

ମିଶରରେ ଗତ କିଛିଦିନ ହେବ ପୁରାତତ୍ତ୍ୱବିଦଙ୍କୁ ଅନେକ ପ୍ରଚୀନ ରହସ୍ୟ ମିଳିଛି। ଏଠାରେ ହଜାର ହଜାର ବର୍ଷ ପୁରୁଣା କବର ମିଳିଛି ଯାହାଦ୍ୱାରା ସେହି ସେହି ସମୟ ବିଷୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ମିଳିଛି। ଏହିପ୍ରକାରର ପୁରାତତ୍ତ୍ୱବିତ୍ତଙ୍କୁ ମାଟି ଭିତରୁ ଏକ କବର ଭିତରେ ୪୦୦୦ ବର୍ଷ ପୁରୁଣା ଏକ ପୁସ୍ତକ ମିଳିଛି। କୁହାଯାଉଛି ଯେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଏପ୍ରକାରର ସବୁଠୁ ପୁରାତନ ପୁସ୍ତକ ହୋଇପାରେ। ଏହାଦ୍ବାରା ଏକ ପ୍ରାଚୀନ ମଧ୍ୟତାର ଅନେକ ରହସ୍ୟ ମଧ୍ୟ ସାମ୍ନାକୁ ଆସି ପାରେ।

ମିଶରର ସରକାର କାହିରାର ଦକ୍ଷିଣରେ ସକ୍କାରାର କବରସ୍ଥାନରେ ୫୯ ପ୍ରାଚୀନ କବରର ସନ୍ଧାନର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ମାଟିର କବର ଭିତରୁ ଟିମକୁ କପଡ଼ାରେ ଗୋଡ଼ାଇ ଶିଳାଲେଖ ମିଳିଛି ଯାହା ଉପରେ ଚମକୁଥିବା ରଙ୍ଗ ଥିଲା। ବିଶେଷ କଥା ଏହା ରହିଛି ଯେ, ଶିଳାଲେଖ ମିଶରର ସେହି ସମୟର କାହାଣୀ କହିଥାଏ ଯେତେବେଳେ ମୃତ୍ୟୁ ପରେ ପୁନର୍ଜନ୍ମକୁ ନେଇ ଲୋକଙ୍କର ମାନ୍ୟତା ରହିଥିଲା।

ଦେବଲୋକ ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା:

ମିଶରର ଧାର୍ମିକ ମାନ୍ୟତା ଗୁଡିକରେ ମୃତ୍ୟୁ ପରେ ତିନୋଟି ପ୍ରକାରର ସମ୍ଭାବନା ଥିବାର କୁହାଯାଇଛି। ଗୋଟିଏ ଅଣ୍ଡର ୱାର୍ଲଡ଼, ଗୋଟିଏ ପୁନର୍ଜନ୍ମ ଏବଂ ଆଉ ଗୋଟିଏ ଚିରକାଳ। ଅଣ୍ଡର ୱାର୍ଲଡ଼ ଅଥବା ଦୁଅତ(Duat)ରେ ଯିବାର କେବଳ ଗୋଟିଏ ରାସ୍ତା ଥିଲା ଯାହା ମୃତକଙ୍କର ମସଜିଦ ଦେଇ ଯାଉଥିଲା। ମିଶରରେ କରାଯାଇଥିବା ସନ୍ଧାନରେ ଏହି ରହସ୍ୟର ଉଦଘାଟନ ହୋଇଥିଲା। ମିଶରର ପୁସ୍ତକ “Book of the Dead”ରେ ମୃତ୍ୟୁର ଦେବତା Osirisଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆତ୍ମିକ ଦୁନିଆ ହୋଇ ଯାଉଥିବା ରାସ୍ତା ରହିଛି। ବର୍ତ୍ତମାନ ପୁରତତ୍ତ୍ୱବିଦଙ୍କୁ ଏହାର ୪୦୦୦ ବର୍ଷ ପୁରୁଣା ଏକ ପୁସ୍ତକ ମିଳିଛି।

କାହାର ଥିଲା ଏହି କବର?

ଗବେଷଣାର ବିଶେଷଜ୍ଞ ଡାକ୍ତର ହର୍କୋ ବିଲିୟନ କହିଛନ୍ତି ଯେ କବରରେ ମିଳିଥିବା ଟେକ୍ସ୍ଟର କାର୍ଯ୍ୟ ଦେବତାଙ୍କର ଦୁନିଆରେ ମୃତକ ମାନଙ୍କୁ ପହଞ୍ଚାଇବା ଥିଲା। ସେ କହିଛନ୍ତି ଯେ, ଏଥିରେ ଅନ୍ୟ ଦୁନିଆର ରହୁଥିବାର କଥା ଯେପରିକି କୌଣସି ପୁରୁଷଙ୍କୁ ସମ୍ବୋନ୍ଧିତ କରି ଦିଆଯାଇଥିଲା। ସେ ସମ୍ଭାବନା ପ୍ରକଟ କରିଥିଲେ ଯେ ଏହି କବର କୌଣସି ଗଭର୍ନରର ହୋଇଥାଇପାରେ। ତେବେ ନିକଟରୁ ଟେଷ୍ଟ କରିବାରୁ ଜଣା ପଡିଲା ଯେ ଏହା ଅଙ୍ଖ ନାମକ କୌଣସି ମହିଳାଙ୍କର ହୋଇଥିପାରେ। ଏଥିରୁ ମିଳିଥିବା ହାଡ଼ ମଧ୍ୟ ମହିଳାଙ୍କର ହୋଇଥାଇପାରେ କିନ୍ତୁ ପୁସ୍ତକରେ ଅଙ୍ଖକୁ ଜଣେ ପୁରୁଷ ବୋଲି କୁହାଯାଇଛି।

ମନ୍ତ୍ର ଜରିଆରେ ରାସ୍ତା:

ପୁସ୍ତକର ପ୍ରାରମ୍ଭ “ରିଙ୍ଗ ଅଫ ଫାୟର” କୁହାଯାଇଥିବା ଏକ ଲାଲ ଲାଇନ ଭିତରେ ଲେଖାଯାଇଥିବା ଟେଷ୍ଟରୁ ହୋଇଛି। ଟେଷ୍ଟରେ କୁହାଯାଇଛି ଯେ, ସୂର୍ଯ୍ୟ ଦେବତା ଏହି ରିଙ୍ଗକୁ ଅତିକ୍ରମ କରି Osiris ପର୍ଯ୍ୟନ୍ତ ପହଞ୍ଚିଥାନ୍ତି। ଏଥିରେ କବାଟର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ କିଛି ମୃତ୍ୟୁ ପରର ଦୁନିଆ ପାଇଁ ଭିନ୍ନ ଭିନ୍ନ ରାସ୍ତା ରହିଛି ଯାହାର ଆଖପାଖରେ ଆତ୍ମା ଏବଂ ସୁପର ନ୍ୟାଚୁରାଲ ଜୀବ ରହିଛନ୍ତି। ଏହି ପୁସ୍ତକ ମୁତାବକ, ଯଦି ଅଙ୍ଖ ସମସ୍ତ ମନ୍ତ୍ର ସଠିକ ପଢିଥିବେ ତେବେ ସେ ମାରିବା ପରେ ଦେବତା ହୋଇଯାଇଥିବେ।

Leave a Reply

Your email address will not be published. Required fields are marked *