ମୁକେଶ ଅମ୍ବାନୀ ନୀତା ଅମ୍ବାନୀ : ରିଲାଏନ୍ସ କମ୍ପାନୀର ସିଏମଡି (CMD) ମୁକେଶ ଅମ୍ବାନୀ ଦୁନିଆର ୫ ନମ୍ବର ଧନୀ ମଣିଷ ଅଟନ୍ତି । ଭାରତ ସମେତ ସମଗ୍ର ଏସିଆ ମହାଦେଶରେ ତାଙ୍କ ଠାରୁ ଅଧିକ ଟଙ୍କା କାହା ପାଖରେ ନାହିଁ । ସେ ପୃଥିବୀର ସବୁଠାରୁ ଦାମୀ ଘରେ ବାସ କରନ୍ତି । ମୁମ୍ବାଇର ଆଣ୍ଟିଲିଆ ନାମକ ଏହି ଘରେ ଐଶ୍-ଆରାମର ସମସ୍ତ ଜିନିଷ ଅଛି ଯାହା ବିଷୟରେ ଚିନ୍ତା କରାଯାଇଥାଏ । ଅମ୍ବାନୀ ପରିବାରର ଜୀବନଶ ଶୈଳୀ ସର୍ବଦା ଆଲୋଚନା କରାଯାଏ, କିନ୍ତୁ ଆପଣ ଜାଣନ୍ତି ମୁକେଶ ଅମ୍ବାନୀଙ୍କ ରୋଷେୟା କେତେ ଦରମା ପାଇଥାନ୍ତି ? ଆସନ୍ତୁ ଜାଣିବା
ଆଣ୍ଟିଲିଆରେ ପ୍ରାୟ ୬୦୦ ଚାକର କାମ କରିଥାନ୍ତି । କୁହା ଯାଇଥାଏ ମୁକେଶ ଏବଂ ନୀତା ନିଜର ଚାକରଙ୍କୁ ଅମ୍ବାନୀ ପରିବାର ପରି ବ୍ୟବହାର କରନ୍ତି ।ଏହା ଜାଣି କେହିବି ଆଶ୍ଚର୍ଯ୍ୟ ହେବେ ମୁକେଶ ଅମ୍ବାନୀଙ୍କ ପାଖରେ କାମ କରୁଥିବା ଚାକରଙ୍କ ଦୁଇ ପିଲା ଆମେରିକାରେ ପାଠ ପଢ଼ୁଛନ୍ତି ।
ଲାଇଭ ଦର୍ପଣ ଅନୁଯାୟୀ ଆଣ୍ଟିଲିଆରେ କାମ କରୁଥିବା କୌଣସି ଚାକରଙ୍କ ଦରମା ୨ ଲକ୍ଷରୁ କମ୍ ନୁହେଁ । ଏହାର ଅର୍ଥ ଅମ୍ବାନୀ ରୋଷେୟାଙ୍କୁ ମଧ୍ୟ ପ୍ରତି ମାସରେ ୨ ଲକ୍ଷ ଟଙ୍କା ମିଳିଥାଏ ।
ଚାକରଙ୍କ ଦରମାରେ ଶିକ୍ଷା ଭତ୍ତା ଏବଂ ଜୀବନ ବୀମା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।
ଯଦି ଆପଣ ଭାବୁଛନ୍ତି ୨ ଲକ୍ଷ ଟଙ୍କା ଦରମା ପାଇଁ ଜଣେ ରୋଷେୟା ସାରା ବିଶ୍ୱର ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିଥାଏ, ତେବେ ଆପଣ ଭୁଲ୍ ଅଟନ୍ତି । ମୁକେଶ ଅମ୍ବାନୀ ସରଳ ଖାଦ୍ୟ ଖାଇବା ପାଇଁ ଭଲ ପାଆନ୍ତି ।
ମୁକେଶ ଅମ୍ବାନୀଙ୍କ ପାଇଁ ପାରମ୍ପାରିକ ଗୁଜୁରାଟୀ ଖାଦ୍ୟ ପ୍ରାୟତ ପ୍ରସ୍ତୁତ ହୋଇଥାଏ । ମୁକେଶ ଅମ୍ବାନୀ ଇଟଲି ସମ୍ବର ଖାଇବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ମୁକେଶ ଅମ୍ବାନୀ ନିଜେ ରୋଷେଇ କରିବା ଜାଣନ୍ତି । ନୀତା ଅମ୍ବାନୀ କହିଥିଲେ ତାଙ୍କ ଘରେ ସବୁଠାରୁ ଭଲ ଖାଦ୍ୟ ତାଙ୍କର ଝିଅ ରାନ୍ଧିଥାନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।