ମୁସଲିମ ଜନସଂଖ୍ୟା ଉପରେ ଅଙ୍କୁଶ ଲଗେଇବା ପାଇଁ ଶକ୍ତ ଉପାୟ ଲାଗୁକରୁଛି ଚୀନ।

ଚୀନ ସରକାର ଦେଶରେ ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଅଭିଯାନ ଦ୍ୱାରା ଉଇଗର ଏବଂ ଅନ୍ୟ ଅଳ୍ପ ସଂଖ୍ୟକଙ୍କ ମଧ୍ୟରେ ଜନ୍ମହାର ହ୍ରାସ କରିବା ନିମନ୍ତେ କଠୋର ରୁ କଠୋର ପଦକ୍ଷେପ ନେଉଛି. ଅପର ପକ୍ଷରେ ସେ ଦେଶର ହାନ ବହୁସଂଖ୍ୟକଙ୍କୁ ଅଧିକ ପିଲା ଜନ୍ମ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି।
ସରକାରୀ ସଂଖ୍ୟା ,ରାଜ୍ୟର ଦସ୍ତାବିଜ ତଥା ନିରୋଧ କେନ୍ଦ୍ରରେ ପୂର୍ବରୁ ରଖାଯାଇଥିବା 30 ଜଣ ସେମାନଙ୍କ ପରିବାରର ସଦସ୍ୟ ଏବଂ ନିରୋଧ କେନ୍ଦ୍ରର ପୂର୍ବ ପ୍ରବନ୍ଧକ ସାକ୍ଷାତ କାର ଉପରେ ଆଧାରିତ |

ଏକ ଖବର ଅନୁଯାୟୀ ପ୍ରଥମେ ଅଳ୍ପ ମାତ୍ରାରେ ମହିଳା ମାନେ ବାଧ୍ୟତାମୂଳକ ଗର୍ଭନିରୋଧ ବିଷୟରେ କହୁଥିଲେ କିନ୍ତୁ ଏହି ନିୟମ ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ଏବଂ ସୁନିୟୋଜିତ ଉପାୟରେ ଆରମ୍ଭ ହୋଇସାରିଛି ।
ସିନଜିୟଙ୍ଗର ସୁଦୂର ପଶ୍ଚିମ କ୍ଷେତ୍ରରେ ବିଗତ 4ବର୍ଷ ଧରି ଚାଲି ଆସୁଛି । ଏହି ଅଭିଯାନକୁ କିଛି ବିଶେଷଜ୍ଞ ଜନସଂକ୍ଷିକୀୟ ନରସଂହାର ରୂପରେ ମାନ୍ୟତା ଦେଇଛନ୍ତି’

ଶିନଜିୟଙ୍ଗ ରେ ଦ୍ରୁତଗତିରେ ଚାଲିଛି ବନ୍ଧ୍ୟାକରଣ ଅଭିଯାନ ।

ସାକ୍ଷାତକାର ଏବଂ ସଂଖ୍ୟା ଦର୍ଶାଉଛି କି ଏହି ଅଭିଯାନ ଅଳ୍ପସଂଖ୍ୟକ ସମୁଦାୟର ମହିଳା ମାନଙ୍କୁ ନିୟମିତ ରୂପରେ ଗର୍ଭାବସ୍ଥା ଯାଞ୍ଚ କରିବାକୁ କହିଥାଏ । ସେମାନଙ୍କୁ ଅନ୍ତଗର୍ଭାଶୟି ଉପକରଣ (ଆଇ ୟୁ ଡି) ଲଗାଇବା ବ୍ୟତୀତ ବନ୍ଧ୍ୟାକରଣ କରିବା ପାଇଁ ତଥା ଲକ୍ଷ ଲକ୍ଷ ମହିଳା ମାନଙ୍କୁ ଗର୍ଭପାତ କରାଇବା ପାଇଁ ବାଧ୍ୟ କରାଇଥାଏ । ଦେଶରେ ଏକ ପ୍ରକାର ଆଇ.ଇଉ.ଡି ର ବ୍ୟବହାର ଏବଂ ବନ୍ଧ୍ୟାକରଣ ପକ୍ରିୟାରେ ହ୍ରାସ ଘଟିଛି ଅପରପକ୍ଷରେ ଶିନଜିୟୋଙ୍ଗରେ ହୋ ଦ୍ରୁତଗତିରେ ବଢି ଚାଲିଛି ।

ଜନ୍ମହାରକୁ ନିୟନ୍ତ୍ରଣ ନ କରିବା ଦ୍ୱାରା ସଜା।

ଜନସଂଖ୍ୟା ନିୟନ୍ତ୍ରଣର ଏହି ଉପାୟ ଦ୍ୱାରା ପ୍ରତେକ ଦିନ ବହୁ ସଂଖ୍ୟାରେ ଲୋକମାନଙ୍କୁ ଅକ୍ତିଆରକୁ ନିଆଯାଇଥାଏ ତା ସହିତ ଜନ୍ମହାରକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାଦ୍ୱାରା ଦିଆ ଯାଉଥିବା ସଜାକୁ ବ୍ୟବହାର କରାଯାଇଥାଏ। ପ୍ରତିନିଧି ମାନେ ଯାଞ୍ଚ କରିଛନ୍ତି କି ଅଧିକ ପିଲା ହେବା ହିଁ ନିରୋଧ କେନ୍ଦ୍ରକୁ ପଠା ଯିବାର ବଡ କାରଣ ଯାହାଦ୍ୱାରା କି 3 କିମ୍ବା ଅଧିକ ପିଲାଥିବା ଅଭିଭାବକଙ୍କୁ ସେମାନଙ୍କ ପରିବାରରୁ ସେ ପର୍ଯ୍ୟନ୍ତ ଅଲଗା ରଖାଯାଇଥାଏ ଯେ ପର୍ଯ୍ୟନ୍ତ ସେମାନେ ଏକ ବଡ ଧରଣର ଜୋରିମାନା ଭରଣ ନ କରିଥାନ୍ତି।ପୋଲିସ ଲୁଚିଥିବା ପିଲାଙ୍କୁ ଖୋଜିବା ପାଇଁ ସେମାନଙ୍କ ଘରେ ତଦନ୍ତ କରନ୍ତି ।

ଡରିଯାଇଥିବା ଅଭିଭାବକଙ୍କୁ ଚେତାବନୀ ଦିଆଯାଇଥାଏ କି ଦୁଇରୁ ଅଧିକ ପିଲା ଜନ୍ମ କରିବା କାରଣରୁ ଏବଂ ଜୋରିମାନା ନ ଦେଇଥିବାରୁ ସେମାନଙ୍କୁ ନିରୋଧ କେନ୍ଦ୍ରକୁ ପଠାଇ ଦିଆଯିବ । ସରକାର ମଧ୍ୟ କେତେକ ମାଆଙ୍କୁ ଦୂତୀୟ ତୃତୀୟ ପିଲାର ଜନ୍ମ ପରେ ଆଇ.ଇଉ.ଡି ଲଗାଇବା ପାଇଁ ଆଦେଶ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *