ମୋଦି ସରକାର ଆଣିଲେ ନୂଆ ଏକ ଯୋଜନା, ପ୍ରବାସୀ ମାନଙ୍କୁ ମିଳିବ ଅନେକ ଲାଭ, ସମ୍ପୂର୍ଣ ବିବରଣୀ ପାଇଁ ଏଠାରେ ପଢ଼ନ୍ତୁ…

କାରୋନା ମହାମାରି ବ୍ୟାପିବା ଫଳରେ ସହ ସହ ଲୋକ ନିଜର ଜୀବିକା ହରେଇଲେ ବହୁ ଅସୁବିଧାର ସମ୍ମୁଖିନ ହେଇ ଲୋକ ନିଜ ନିଜ ଜନ୍ମ ମାଟିକୁ ଫେରି ଆସିଲେ । ଯେଉଁ ଭଳି ଭାବରେ ପାଦରେ ଚାଲି ଚାଲି ଓ ବିଭିନ୍ନ ପ୍ରକାରରେ ଆସିଲେ ତାହା ତ ହୃଦୟ ବିଦାରକ ଥିଲା । ତାହା ପରେ ସରକାରଙ୍କ ତରଫରୁ ପ୍ରବାସୀଙ୍କୁ ଆଣିବାର ବ୍ୟବସ୍ଥା କରାଗଲା। ସମସ୍ତେ ଘରକୁ ଆସିଲା ପରେ ବର୍ତ୍ତମାନ ସେମାନଙ୍କ ରୋଜଗାର ବଡ଼ ଚିନ୍ତାର ବିଷୟ ପାଲଟି ଯାଇଥିଲା। ଯାହା ସରକାର “ଗରିବ କଲ୍ୟାଣ ଯୋଜନା” ସାହାଯ୍ୟରେ ସମସ୍ତଙ୍କୁ ସ୍ବାବଲମ୍ବୀ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦ ତାରିଖରୁ ବିହାର ର ଖାଗରିଆ ଜିଲ୍ଲାରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ବିଭିନ୍ନ କ୍ଷେତ୍ରରେ ଥିବା ଦକ୍ଷତା ହିସାବରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଏଥିପାଇଁ ସ୍କିଲ୍ ମ୍ୟାପିଂ ସରିଯାଇଛି।

ବିହାରରେ ସର୍ବାଧିକ ୩୨ ଜିଲ୍ଲା

ଏହି ଅଭିଯାନ ମାଧ୍ୟମରେ ସରକାର ୬ ଟି ରାଜ୍ୟର ୧୧୬ ଜିଲ୍ଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ପ୍ରାୟ ୬୭ ଲକ୍ଷ ପ୍ରବାସୀ ଏହି ମହାମାରୀର ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏହି ୧୧୬ ଟି ଜିଲ୍ଲା ମଧ୍ୟରୁ ବିହାରରେ ୩୨ ଟି ଉତ୍ତରପ୍ରଦେଶ ରେ ୩୧ଟି ଜିଲ୍ଲା, ମଧ୍ୟପ୍ରଦେଶରେ ୨୪ଟି ଜିଲ୍ଲା, ରାଜସ୍ଥାନ ରେ ୨୨ଟି ଜିଲ୍ଲା, ଓଡ଼ିଶାରେ ୪ ଟି ଜିଲ୍ଲା ଓ ଝାଡ଼ଖଣ୍ଡ ରେ ୩ ଟି ଜିଲ୍ଲା ସାମିଲ ହୋଇଛି।

୧୨୫ ଦିନ ରୋଜଗାର

ଏହି ୧୧୬ ଟି ଜିଲ୍ଲାର ଯେଉଁ ସବୁ ଶ୍ରମିକ ଫେରି ଆସିଛନ୍ତି ସରକାରଙ୍କ ତରଫରୁ ତାଙ୍କୁ ୧୨୫ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ଏବଂ ଏଥି ପାଇଁ ୫୦ ହଜାର କୋଟିର ଅଟକଳ ପ୍ରସ୍ତୁତ କରାଯାଇଛି।

ଗ୍ରାମୀଣ ଭିତ୍ତିଭୂମି ବିକାଶ କାର୍ଯ୍ୟ କରିବ

ଅର୍ଥମନ୍ତ୍ରୀ ଏହି ଯୋଜନାକୁ ନେଇ କହିଛନ୍ତି କି ଏହା ଏକ ଆତ୍ମନିର୍ଭରଶୀଳ ପ୍ୟାକେଜ ର ଅଂଶ ଅଟେ। ଯେତେବେଳେ ମଜୁରିଆଙ୍କୁ କାମ ମିଳିବ ତ ତାଙ୍କ ହାତକୁ ପଇସା ଆସିବ। ସେ ତାକୁ ବିନିଯୋଗ କରି ଅର୍ଥନୀତିକୁ ଆଗକୁ ବଢେଇବା ରେ ସାହାଯ୍ୟ କରିବ। ଏବଂ ତାଙ୍କର ଦକ୍ଷତା ଯୋଗୁଁ ଗ୍ରାମୀଣ ବିକାସ ମଧ୍ୟ ବୃଦ୍ଧି ହେବ।

ଏହି କାମ କରାଯିବ

ଏହି ଅଭିଯାନ ଦ୍ଵାରା ସଂଗଠିତ ଭାବରେ ସାନିଟାଇଯେସନ୍ କାମ ଯେମିତିକି ପଞ୍ଚାୟତ ଅଫିସ, ସ୍କୁଲ ଘର ଆଦି କରାଯିବ ଏବଂ ଇନ୍ଦିରା ଆବାସ କାର୍ଯ୍ୟ ପାଣି ପଞ୍ଚାୟତ କାମ । ଜଳସେଚନ, କୂଅ ଖନନ ଆଦି କାର୍ଯ୍ୟରେ ସରକାର ନୀୟଜିତ କରିବେ।

Leave a Reply

Your email address will not be published. Required fields are marked *