ଦୁନିଆରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ପ୍ରକୃତିର ସୃଷ୍ଟି ହୋଇଥିବା ବେଳେ ଅନ୍ୟ କିଛି ଘଟଣା କିମ୍ବା ଦୁର୍ଘଟଣା ହୋଇଥାଏ। ଏହାକୁ ଦେଖିବା କିମ୍ବା ଶୁଣିବା ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥାଏ ମାନବ ସମାଜ। ରାଜସ୍ଥାନର ଦୌସା ଜିଲ୍ଲାରେ ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିନେଇଛନ୍ତି।
ରାଜସ୍ଥାନରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିନେଇଥିବା ବେଳେ ଏହାର କାରଣ ଏକ ମିଛ ଆରୋପ ରହିଛି ରହିଛି। ଯୁବକ ଜଣଙ୍କ ଉପରେ ମିଛ ଆରୋପ ଲଗାଯାଇଥିଲା, ଏହି କଥାରେ ଦୁଃଖିତ ହୋଇ ସେ ଏପରି ଏକ ଭୟାନକ ପଦକ୍ଷେପ ଉଠାଇ ନେଇଥିଲେ। ମରିବା ପୂର୍ବରୁ ମୃତ୍ୟୁକ ଯୁବକ ଜଣକ ଏହି କଥା ନିଜ ସୁସାଇଡ଼ ନୋଟରେ ଲେଖି ଯାଇଥିଲେ। ସେ ଲେଖିଥିଲେ ଯେ, “ମୁଁ କାହାରିକୁ ମୁହଁ ଦେଖାଇବାକୁ ଆଉ ସକ୍ଷମ ରହିଲି ନାହିଁ, ଏଥିପାଇଁ ମୁଁ ଏହି ଦୁନିଆ ଛାଡିକରି ଯାଉଛି।”
ଗାଁର ଜଣେ ମହିଳା ଲଗାଇଥିଲେ ବଳାତ୍କାରର ମିଛ ଆରୋପ:
ତେବେ ବାସ୍ତବରେ ଘଟଣାଟି ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ପୀଲୱା ଗାଁରୁ ବୁଧୁବାର ଦିନ ସାମ୍ନାକୁ ଆସିଥିଲା। ଯେଉଁଠାରେ ୩୨ ବର୍ଷୀୟ ଗିରଧାରୀ ଲାଲ ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପାଇଁ ବିଷ ଖାଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଉଥିଲେ କିନ୍ତୁ ସ୍ଥିତି ସୁଧୁରିବା ସ୍ଥାନରେ ବିଗିଡିବାକୁ ଲାଗିଲା ଏବଂ ରାସ୍ତାରେ ହିଁ ଯୁବକ ଜଣକ ମୃତ୍ୟୁବରଣ କରିଥିଲେ। ସୂଚନାଯୋଗ୍ୟ ଯେ, ସେହି ଗାଁରେ ରହୁଥିବା ଜଣେ ମହିଳା ମୃତ ଯୁବକଙ୍କ ବିରୁଦ୍ଧରେ ୧୪ ଅଗଷ୍ଟ ଦିନ ଦୁଷ୍କର୍ମର ଆରୋପ ଲଗାଇଥିଲେ। ଯାହାପରେ ଏହି ଘଟଣା ଘଟି ଯାଇଥିଲା।
ନିଜ ହାତ ଗୋଡ଼ରେ ଲେଖିଥିଲେ ସୁସାଇଡ ନୋଟ:
ଗିରଧାରୀ ଲାଲ ଗୋଟିଏ ପୃଷ୍ଠାର ସୁସାଇଡ ନୋଟ ଲେଖିଥିଲେ ଯେ,”ମୋ ଉପରେ ବଳାତ୍କାରର ମିଛ ଆରୋପ ଲଗାଯାଇଛି। ମୁଁ କୌଣସି ଝିଅର ଅଶ୍ଳୀଳ ଫୋଟୋ ଉତ୍ତୋଳନ କରି ନାହିଁ। ମୁଁ ତ ମଜୁରୀ ଖଟି ନିଜର ଗୁଜୁରାଣ ମେଣ୍ଟାଇଥାଏ। କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି, କାହାରିକୁ ମୋ ଉପରେ ବିଶ୍ୱାସ ନାହିଁ।” ଏହାଛଡା ମୃତକ ଯୁବକ ଜଣକ ଆଉ ଏକ ସୁସାଇଡ ନୋଟ ନିଜ ହାତ ଏବଂ ଗୋଡ଼ ଉପରେ ଲେଖିଛନ୍ତି ଯେ,”ମୁଁ ଗାଁରେ କାହାରିକୁ ମୁହଁ ଦେଖାଇବାକୁ ସକ୍ଷମ ରହିଲି ନାହିଁ।”