ହସ୍ତରେଖା ଜରିଆରେ ମଧ୍ୟ ବ୍ୟକ୍ତିର ଭାଗ୍ୟ ବିଷୟରେ ଆକଳନ କରାଯାଇ ପାରିଥାଏ। ହସ୍ତରେଖାରେ କୁହାଯାଇଛି ଯେ ବ୍ୟକ୍ତି ର ହାତରେ ରହିଥିବା କିଛି ରେଖାକୁ ଦେଖି ତାଙ୍କର ଆର୍ଥିକ ସ୍ଥିତିକୁ ଜାଣିହେବ।
କିଛି ରେଖା ଏପରି ହୋଇଥାଏ ଯେ ଯାହାକୁ ଦେଖି ସ୍ପଷ୍ଟ କୁହାଯାଇ ପାରିବ ଯେ ବ୍ୟକ୍ତି ବହୁତ ଧନବାନ ହେବ। ତେବେ ଦେଖନ୍ତୁ ଆପଣଙ୍କ ହାତରେ ଏପରି ରେଖା ରହିଛି କି ନାହିଁ…..
୧. ହାତ ଭାରି ହୋଇଥିବ ଏବଂ ଆଙ୍ଗୁଠିର ଆଧାର ମଧ୍ୟ ସମାନ ରହିଥିବ ଏଥିସହିତ ଭାଗ୍ୟ ରେଖା ଗୋଟିଏରୁ ଅଧିକ ଥିବ ତେବେ ଏହା ଏକ ସଙ୍କେତ ଅଟେ ଯେ ଆପଣଙ୍କ ଭାଗ୍ୟଆପଣଙ୍କୁ ଅନେକ ଦିଗରୁ ଲାଭବାନ କରାଇବ।
୨. ଭାଗ୍ୟ ରେଖା ହାତରେ ମୋଟାରୁ ପତଳା ହୋଇଯାଉଥିବ। ଜୀବନ ରେଖା ଗୋଲ ଏବଂ ଶନି ପର୍ବତ ଉଚ୍ଚ ଥାଏ ତେବେ ବ୍ୟକ୍ତି ବ୍ୟବସାୟରେ ବହୁତ ଧନ ଅର୍ଜନ କରିଥାନ୍ତି।
୩. ହାତ ଭାରି ହୋଇଥିବ ଏବଂ ଜୀବନ ରେଖା ସହିତ ମଙ୍ଗଳ ରେଖା ଚାଲୁଥିବ ଏପରି ବ୍ୟକ୍ତିଙ୍କୁ ପୈତୃକ ସମ୍ପତ୍ତିରୁ ବହୁତ ଅଧିକ ଲାଭ ମିଳିଥାଏ।
୪. ହାତରେ ଭାଗ୍ୟ ରେଖା ଜୀବନ ରେଖାଠାରୁ ଦୂରେଇ ରହିଥିବ ଏବଂ ଚନ୍ଦ୍ର ପର୍ବତଠାରୁ ଏକ ପତଳା ରେଖା ବାହାରି ଭଗ୍ୟ ରେଖା ସହିତ ମିଶୁଥିବ ତେବେ ବ୍ୟକ୍ତି ବିଦେଶକୁ ଯାଇ ଧନବାନ ହୋଇଥାଏ।
୫. ଭାଗ୍ୟ ରେଖା ମଣିବନ୍ଧ ସହିତ ମିଶି ସିଧା ଶନି ପର୍ବତ ପାଖକୁ ଯାଇ ଏବଂ ସୂର୍ଯ୍ୟ ରେଖା ଏକ ରୁ ଅଧିକ ହେବା ସହିତ ସୂର୍ଯ୍ୟ ଏବଂ ଶନିଙ୍କ ଆଙ୍ଗୁଳି ସିଧା ହୋଇଥାଏ ତେବେ ଏହାର ସଙ୍କେତ ରହିଛି ଯେ ଆପଣ ବହୁତ ଧନବାନ ହେବେ।
୬. ଚନ୍ଦ୍ରମାର ଏକ ରେଖା ବାହାରି ସିଧା ଶନି ପର୍ବତକୁ ଯାଇଥିବ ଏବଂ ଭଗ୍ୟ ରେଖା ପତଳା ହୋଇଥିବା ସହିତ ସିଧା ଶନି ପର୍ବତ ଉପରେ ଶେଷ ହେଉଛି ତେବେ ଏହା ଆପଣଙ୍କର କୋଟିପତି ହେବାର ଯୋଗ ଅଟେ।
୭. ବିବାହ ରେଖା ଗୁରୁ ପର୍ବତ ପାଖକୁ ଯାଉଥାଏ। ହାତରେ ମୋଟା ରେଖା ଗୁଡିକର ଜାଲ ନଥିବ ଏବଂ ମସ୍ତିଷ୍କ ରେଖା ଫାଟି ନଥିବ ତେବେ ଶାଶୁଘରର ସହଯୋଗରେ ଧନବାନ ହେବାର ଯୋଗ ସୃଷ୍ଟି ହୋଇଥାଏ।