ଯେତେବେଳେ ଅଚାନକ ବନ୍ଦ ହୋଇଯାଇଥିଲା ରତନ ଟାଟାଙ୍କର ବିମାନର ଇଞ୍ଜିନ, ସେୟାର କରିଥିଲେ ଚେୟାରମ୍ୟାନ ହେବା ପର୍ଯ୍ୟନ୍ତର ଯାତ୍ରା

ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟା ଦେଶର ସବୁଠାରୁ ବଡ ଶିଳ୍ପପତିଙ୍କ ମଧ୍ୟରୁ ଅନ୍ୟତମ। ରତନ ଟାଟାଙ୍କ ସଫଳତାର କାହାଣୀ ପଢି ସମସ୍ତଙ୍କୁ ପ୍ରେରଣା ମିଳିଥାଏ। ପ୍ରତ୍ୟେକ କଠିନ ପରିସ୍ଥିତିର ସାମ୍ନା କରି ସେ ନିଜର ଜୀବନରେ ଅଗକୁ ବଢିଛନ୍ତି। ଯଦିଓ ସେ ଦେଶର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଶାମିଲ ଅଛନ୍ତି, କିନ୍ତୁ ତାଙ୍କର ସରଳତା ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।

ସେ ନିଜର ସରଳତା ପାଇଁ ବହୁତ ପ୍ରସିଦ୍ଧ। ରତନ ଟାଟା ନିଜ ଜୀବନର ଏକ ଭୟାନକ କାହାଣୀ ସେୟାର କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏକ ଦୋକାନର ଚଟାଣ ସ୍ତରରୁ ଚେୟାରମ୍ୟାନର ଚୌକି ପାଖରେ ପହଞ୍ଚିଥିବା ରତନ ଟାଟା ଥରେ ଏକ ଭୟାନକ ଯାତ୍ରାରେ ଫସି ଯାଇଥିଲେ। ରତନ ଟାଟାଙ୍କର ଏକ ପ୍ରମୋଶନଲ କ୍ଲିପ ୨୭ ସେପ୍ଟେମ୍ବରକୁ ଅନ ଏୟାର ହେଉଥିଲା। ଏହି କ୍ଲିପରେ ରତନ ଟାଟା କହିଛନ୍ତି ଯେ କେଉଁ ପ୍ରକାରରେ ସେ ବିମାନ ଭାଙ୍ଗିବାରୁ ରକ୍ଷା ପାଇଥିଲେ ଏବଂ ସେ କେଉଁ ପ୍ରକାରରେ ସେଠାରୁ ସୁରକ୍ଷିତ ବାହାରକୁ ବାହାରିଥିଲେ।

ଯେତେବେଳେ ରତନ ଟାଟାଙ୍କର ବିମାନ ଇଞ୍ଜିନ ଅଚାନକ ହୋଇଯାଇଥିଲା ବନ୍ଦ:

ରତନ ଟାଟା ନିଜ ସହିତ ହୋଇଥିବା ଘଟଣାର କାହାଣୀ ସେୟାର କରି କହିଥିଲେ ଯେ ଯେତେବେଳେ ସେ ନିଜ ତିନିଜଣ ବନ୍ଧୁଙ୍କ ସହିତ ବିମାନରେ ଯାତ୍ରା କରୁଥିଲେ ସେତେବେଳେ ଅଚାନକ ବିମାନଟିର ଇଞ୍ଜିନ ବନ୍ଦ ହୋଇଯାଇଥିଲା। ରତନ ଟାଟା କହିଥିଲେ ଯେ, ଯେତେବେଳେ ମୋ ସହିତ ଏହି ଦୁର୍ଘଟଣା ହୋଇଥିଲା ସେତେବେଳେ ମୋ ବୟସ ମାତ୍ର ୧୭ ବର୍ଷ ଥିଲା, ଯାହାକି ପାଇଲଟ ଲାଇସେନ୍ସ ପାଇଁ ଆବଶ୍ୟକ ଆୟୁ ଥିଲା। ସେ ସମୟରେ ତାଙ୍କ ପାଇଁ ଏହା ସମ୍ଭବ ନଥିଲା ଯେ ସେ ନିଜେ କୌଣସି ବିମାନ ଭଡାରେ ନେଇପାରିବେ। ଏହି କାରଣରୁ ସେ ନିଜ ବନ୍ଧୁଙ୍କ ସହିତ ଏବିଷୟରେ କଥା ହୋଇଥିଲେ ଏବଂ ତାଙ୍କୁ ବିମାନରେ ଉଡିବା ପାଇଁ ଭଲେଣ୍ଟିୟର କରିଥିଲେ।

ରତନ ଟାଟା ନିଜ ତିନିଜଣ ବନ୍ଧୁଙ୍କୁ ଏକାଠି କଲେ ଏବଂ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହୋଇଗଲେ, କିନ୍ତୁ ଶୀଘ୍ର ହିଁ ବିମାନ ଇଞ୍ଜିନରେ କିଛି ଅସୁବିଧା ହୋଇଯାଥିଲା। ରତନ ଟାଟା ଏହି ଘଟଣାକୁ ମନେ ପକାଇ କହିଛନ୍ତି ଯେ, ପ୍ରଥମେ ବିମାନ ବହୁତ ତୀବ୍ରତାର ସହିତ ହଲିବାକୁ ଲାଗିଲା ଏବଂ ଇଞ୍ଜିନ ବନ୍ଦ ହୋଇଗଲା। ରତନ ଟାଟା କହିଲେ ଯେ, ସେ ଇଞ୍ଜିନ ବିନା କୌଣସି ଇଞ୍ଜିନରେ ଥିଲେ ଏବଂ ତାଙ୍କୁ ଏକଥାର ଧ୍ୟାନ ଦେବାର ଥିଲା ଯେ ସେ କିପରି ତଳକୁ ଆସିବେ। ସେ କହିଛନ୍ତି ଯେ, ଏହି ଘଟଣା କାରଣରୁ ଭୟର ବାତାବରଣ ସୃଷ୍ଟି ହୋଇଗଲା। ତାଙ୍କ ନନ୍ଧୁମାନେ ମଧ୍ୟ ବିମାନରୁ ତଳକୁ ଆସିବା ପର୍ଯ୍ୟନ୍ତ ଗୋଟିଏ ଶବ୍ଦ ମଧ୍ୟ ମୁହଁରୁ ବାହାର କରି ନଥିଲେ।

ଏପରି ରକ୍ଷା ପାଇଥିଲେ ରତନ ଟାଟା:

ରତନ ଟାଟା ଏହି ଅସୁବିଧାରୁ ମୁକ୍ତି ପାଇ କହିଛନ୍ତି ଯେ, ବିମାନରେ ଇଞ୍ଜିନ ଶେଷ ହୋଇଯିବା କୌଣସି ବଡ କଥା ନୁହେଁ। ଏପରି ନୁହେଁ ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯିବ। ସେ କହିଛନ୍ତି ଯେ, ଆପଣ କେତେ ଉଚ୍ଚରେ ଅଛନ୍ତି ତାହା ଉପରେ ଏହା ନିର୍ଭର କରେ ଯେ ଦୁର୍ଘଟଣା ହେବ କି ନାହିଁ। ଯଦି ଆପଣ ବିମାନକୁ ଓହ୍ଲାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ସ୍ଥଳଭାଗ ଦେଖିବାକୁ ପଡିବ। ଆପଣଙ୍କୁ ଏହାମଧ୍ୟ ଦେଖିବାକୁ ପଡିବ ଇଞ୍ଜିନ ଶେଷ ହେବା ସ୍ଥିତିକୁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି କି ନାହିଁ? ରତନ ଟାଟା ସେ ସମୟରେ ବହୁତ ଶାନ୍ତ ରହିଥିଲେ ଏବଂ ସେ ନିଜର ସାହସ ବଜାୟ ରଖିଥିଲେ।

ଚେୟାରମ୍ୟାନ ଚୌକିରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା:

 

 

ଆପଣଙ୍କୁ କହି ରଖୁଛୁ ଯେ, ପ୍ରାରମ୍ଭିକ ଦିନରେ ରତନ ଟାଟା ଲସ ଏଞ୍ଜଲସ, ଆମେରିକାରେ ଆର୍କିଟେକ କାର୍ଯ୍ୟାଳୟରେ କାମ କରୁଥିଲେ। ତାଙ୍କ ଜେଜେମା ଅସୁସ୍ଥ ଥିଲେ, ଯେଉଁ କାରଣରୁ ତାଙ୍କୁ ଭାରତ ଆସିବାକୁ ପଡିଥିଲା। ୪ରୁ ୫ ବର୍ଷ ପର୍ଯ୍ୟନ୍ତ ନିଜର ରୋଗୀଣା ଜେଜେମାଙ୍କର ଯତ୍ନ କରିଥିଲେ, ତା’ପରେ ସସେ ଆଉ ଆମେରିକା ଫେରି ନଥିଲେ। ସେ ଟାଟା ମୋଟର୍ସରେ ଦୋକାନ ସ୍ତରରେ କାମ କରିଥିଲେ।

ଜେଆରଡୀ ଟାଟା ଯିଏକି ଟାଟା ଗ୍ରୁପର ଚେୟାରମ୍ୟାନ ଏବଂ ଟାଟା ସନ୍ସର ଅଂଶୀଦାର ଥିଲେ, ସେ ରତନ ଟାଟାଙ୍କୁ କହିଥିଲେ ଯେ ସେ କେବଳ ବସିପାରିବେ ନାହିଁ, ତାଙ୍କୁ ଏହି କାର୍ଯ୍ୟରେ ଶାମିଲ ହେବାକୁ ପଡ଼ିବ। ସେତେବେଳେ ରତନ ଟାଟାଙ୍କୁ ଲାଗିଥିଲା ଯେ ସେଠାରେ ରହିବା ସମୟ ନଷ୍ଟ କରିବା ସହିତ ସମାନ ଅଟେ କାରଣ କୌଣସି ଜିନିଷ ମଧ୍ୟ ଠିକ ପ୍ରକାରର ନଥିଲା। ପରେ ରତନ ଟାଟା ନିଜର ଏକ ଟ୍ରେନିଙ୍ଗ ପ୍ରୋଗ୍ରାମ ବନାଇଥିଲେ ଏବଂ ନିର୍ମାଣ ପାଇଁ ଭିନ୍ନ ସ୍ତରରେ ମେଟେରିଆଲକୁ ରଖିଥିଲେ। ରତନ ଟାଟା କହିଥିଲେ ଯେ, ଏହା ତାଙ୍କର ସବୁଠୁ ମୂଲ୍ୟବାନ ୬ ମାସ ଥିଲା। ଦୀର୍ଘ ସମୟ ପରେ ସେ TELCOର ଚେୟାରମ୍ୟାନ ହୋଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *