ଯେତେବେଳେ ଗର୍ଭରେ ଥିଲେ ନେହା କକର ତାଙ୍କ ମାଆ ଙ୍କୁ ଦରକାର ନଥିଲା ପିଲା, ଆଜି ସେହି ଝିଅ ଦୁନିଆରେ ଉଜ୍ଜଳ କରୁଛି ନାମ

ନେହା କକର ଏବେ ନିଜର ବିବାହ ଖବରକୁ ନେଇ ବହୁତ ଚର୍ଚ୍ଚା ରେ ଅଛନ୍ତି। ରିପୋର୍ଟସ ରେ କୁହାଯାଉଛି କି ନେହା ୨୪ ଅକ୍ଟୋବର ରେ ଗାୟକ ରୋହନପ୍ରିତ ଙ୍କୁ ବିବାହ କରିବେ। ପ୍ରାୟତଃ ଏହି କଥାରେ କେତେ ସତ୍ୟତା ଅଛି, ଏହା ୨୪ ଅକ୍ଟୋବର ରେ ଜଣା ପଡ଼ିବ। ଏମିତିରେ, ନେହା କକର ଆଜି ଯେଉଁ ସଫଳତା ର ସିଢି ରେ ଅଛନ୍ତି ଏହି ଜାଗା ରେ ପହଞ୍ଚିବା ପାଇଁ ସେ ଓ ତାଙ୍କ ପରିବାର ଲୋକ ବହୁତ ସଂଘର୍ଷ କରିଛନ୍ତି। ଗୋଟେ ସମୟ ଏମିତି ଥିଲା ଯେବେ, ନେହା ଙ୍କ ପରିବାର ଲୋକଙ୍କ ଜୀବନ ବହୁତ କଷ୍ଟରେ କଟୁଥିଲା ଓ କାରଣ ଏହା ଥିଲା ତାଙ୍କ ମାଆ ତାଙ୍କୁ ଜନ୍ମ ଦେବାକୁ ଚାହୁଁ ନଥିଲେ।ଏମିତିକି ନିଜ ଝିଅ କୁ ଶେଷ କରିବା ପାଇଁ ହସ୍ପିଟାଲ ମଧ୍ୟ ପହଞ୍ଚି ଯାଇଥିଲେ।

୬ ଜୁନ,୧୯୮୮ ରେ ଋଷିକେଶ (ଉତ୍ତରାଖଣ୍ଡ) ରେ ଜନ୍ମ ନେଇଥିବା ନେହା ଙ୍କୁ ପିଲାଦିନରୁ ଗୀତ ଗାଇବାର ଅଭ୍ୟାସ ଥିଲା। ପ୍ରଥମ ଦିନରେ ନେହା ମୂଲ୍ୟ ୫୦୦ ଟଙ୍କା ପାଇଁ ଜାଗରଣ ରେ ଗୀତ ଗାଇଥିଲେ। ପ୍ରାୟତଃ ସମୟ ସହିତ ଲୋକମାନେ ନେହା ଙ୍କ ଗୀତକୁ ପସନ୍ଦ କରିବାକୁ ଲାଗିଲେ ଓ ଧୀରେ ଧୀରେ ସେ ପ୍ରସିଦ୍ଧ ହୋଇଗଲେ।

ନେହା ୧୪ ବର୍ଷ ପୂର୍ବରୁ ମାନେ ୨୦୧୬ ରେ ଇଣ୍ଡିଆନ ଆଇଡଲ ସେକେଣ୍ଡ ସିଜିନ ରେ ଭାଗ ନେଇଥିଲେ, କିନ୍ତୁ ସେ ଆଗକୁ ଯାଇ ପାରିନଥିଲେ। ସେତେବେଳେ ନେହା ଙ୍କ ବୟସ ପ୍ରାୟ ୧୮ ବର୍ଷ ଥିଲା। ନେହା କିଛି ମାସ ପୂର୍ବରୁ ନିଜ ଜନ୍ମ ଦିନରେ ଷ୍ଟୋରୀ ଅଫ କକର ର ସେକେଣ୍ଡ ଚ୍ୟାପଟର ରିଲିଜ କରିଥଲେ। ଏଥିରେ ନେହା କକର ଙ୍କ ସଂଘର୍ଷ ଦେଖା ଯାଇଥିଲା।

ଭିଡିଓ କୁ ନେହା ଙ୍କ ଭାଇ ଟୋନି କକର ଙ୍କ ୟୁ ଟ୍ୟୁବ ଚ୍ୟାନେଲ ରେ ରିଲିଜ କରା ଯାଇଥିଲା। ଏହି ଗୀତରେ ନେହା କକର ଙ୍କର ଜନ୍ମରୁ ନେଇ ତାଙ୍କ ୪ ବର୍ଷ ବୟସ ରେ ଗୀତ ଶିଖିବା ଓ ଜାଗରଣ ରେ ଭଜନ ଗାଇବା ଯାଏ ଯେଉଁ ସଂଘର୍ଷ ଥିଲା ତାହା କୁହାଯାଇଛି। ଗୀତକୁ ନିଜେ ଟୋନି କକର ଲେଖିଥିଲେ ଓ ଗାଇଥିଲେ।

ଟୋନି ଏହା ମଧ୍ୟ କହିଛନ୍ତି କି ନେହା ଙ୍କ ମାଆ ବାପା ତାଙ୍କୁ ଜନ୍ମ ଦେବାକୁ ଚାହୁଁ ନଥିଲେ, କାରଣ ତାଙ୍କର ଆର୍ଥିକ ଅବସ୍ଥା ଠିକ ନଥିଲା। ନେହା ଙ୍କର ଗୋଟିଏ ଭଉଣୀ ସୋନୁ ଓ ଭାଇ ଟୋନି ପ୍ରଥମରୁ ଥିଲେ। ପ୍ରାୟ ଆଠଟି ସପ୍ତାହ ବିତି ଯିବା କାରଣରୁ ସେ ଗର୍ଭପାତ କରି ପାରିନଥିଲେ। କୁହାଯାଇଛି କି ନେହା କକର ନିଜ ବଡ଼ ଭଉଣୀ ସୋନୁ ଙ୍କ ସହିତ ପିଲା ଦିନରେ ଜାଗରଣ ରେ ଗୀତ ଗାଉଥିଲେ। ନେହା ଭଉଣୀ ସୋନୁ ଙ୍କୁ ଦେଖି ଦେଖି ଗାଇବା ସିଖିଛନ୍ତି।

ଆଜି ନେହା କକରଙ୍କ ନା ବଡ଼ ରକମ ନେଉଥିବା ଗାୟିକା ଙ୍କ ଲିଷ୍ଟ ରେ ଗଣନା ଅଛି। ମିଡ଼ିଆ ରିପୋର୍ଟ୍ ଅନୁସାରେ, ନେହା କକର ଗୋଟିଏ ଗୀତ ପାଇଁ ୮ ଲକ୍ଷ ଟଙ୍କା ଓ ନବରାତ୍ରି ରେ ପ୍ରଦର୍ଶନ ପାଇଁ ପାଖାପାଖି ୧୫ ରୁ ୨୦ ଲକ୍ଷ ଟଙ୍କା ର ଡିମାଣ୍ଡ କରୁଛନ୍ତି।

ନେହା କକର ଙ୍କୁ ଲୋକଙ୍କ ଭିତରେ ପରିଚିତ କରିବା ପାଇଁ ଗୋଟିଏ ଗୀତ ବହୁତ ସାହାଯ୍ୟ କରିଛି। ସେ ୨୦୦୮ ରେ ନିଜର ଆଲବମ”ନେହା ଦ ରକ ଷ୍ଟାର”ରିଲିଜ କରିଥଲେ। ଏହି ଆଲବମ ତାଙ୍କ ଭାଇ ଲେଖିଥିଲେ। ଏହା ପରେ ୨୦୧୫ ରେ ୟୁ ଟ୍ୟୁବ ଚ୍ୟାନେଲ ରେ ବଲିଉଡ ଗୀତର ମେଶଅପ ସେୟାର କରିଥିଲେ। ଯାହା ଫଳରେ ନେହା ବହୁତ ପ୍ରସିଦ୍ଧ ଲାଭ କରିଥିଲେ।

ଏହାପରେ ନେହା ଙ୍କ ସେଲଫି ଭିଡିଓ ତାଙ୍କ ପ୍ରସିଦ୍ଧତାରେ ବହୁତ ସହାୟକ କରିଥିଲା। ନେହା ଏହି ସେଲଫି ଭିଡିଓ ରେ”ରାଜ”ଫିଲ୍ମ ରୁ ନେଇ”ହମାରୀ ଅଧୁରୀ କାହାନି”ଫିଲ୍ମ ରେ କିଛି ରୋମାଣ୍ଟିକ ଗୀତ ଗାଇଛନ୍ତି।

କୁହାଯାଇଛି କି ଇଣ୍ଡିଆନ ଆଇଡଲ କନସେକ୍ଟ୍ ରେ ନେହା ୨୦୧୮ ଓ ୨୦୧୯ ରେ ଏହି ଶୋ ର ବିଚାରପତି ହୋଇଥିଲେ। ଏବେ ନେହା କକର କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ନେହା ଙ୍କ ଅନୁସାରେ, ସେ ଫିଲ୍ମ ରେ ବହୁତ ଅଧିକ ଆତ୍ମସମ୍ମାନ କମାଇଛନ୍ତି।

ନେହା ବଲିଉଡର’ସେକେଣ୍ଡ ହେଡ ଯବାନୀ'(କାକଟେଲ),’କାଲା ଚସ୍ମା'(ବାର ବାର ଦେଖା),'(ସତ୍ୟମେବ ଜୟତେ),'(ବାଟଲା ହାଉସ),’ଆଖେ ମାରେ'(ସିମ୍ବା) ଓ ‘ଗର୍ମୀ'(ଷ୍ଟ୍ରିଟ ଡ଼ାସର),’କୋକା କୋଲା’, ‘ଆଖେ ମାରେ’, ‘ମିଲେ ହୋ ତୁମ’ଭଳି କେତେ ଲୋକପ୍ରିୟ ଗୀତ ଗାଇଛନ୍ତି।

ଭଉଣୀ ସୋନୁ କକର, ଭାଇ ଟୋନି ଓ ମାଆ ଙ୍କ ସହିତ ନେହା କକର।

Leave a Reply

Your email address will not be published. Required fields are marked *