ସଲମାନ ଖାନଙ୍କ ଟିଭି ରିୟାଲିଟି ଶୋ’ ବିଗ ବସର ୧୪ତମ ସିଜିନ ବର୍ତ୍ତମାନ ଟିଭିରେ ପ୍ରସାରଣ କରାଯାଉଛି| ଏହାର ତୃତୀୟ ଏପିସୋଡ଼ ପ୍ରସାରିତ କରାଯାଇଥିଲା| ଏଥିରେ ସିନିୟର୍ସ ସିଦ୍ଧାର୍ଥ ଶୁକ୍ଳା ଏବଂ ଗୌହର ଖାନଙ୍କ ମଧ୍ୟରେ ଜବରଦସ୍ତ ତୁତୁ ମେଁମେ ଦେଖିବାକୁ ମିଳିଥିଲା| ବର୍ତ୍ତମାନ ଏହାର ଆଗାମୀ ଏପିସୋଡ଼ର କିଛି ପ୍ରମ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯେଉଁଥିରେ ଟିଭିର ଛୋଟୀ ବହୂ ଅର୍ଥାତ ରୁବିନା ଦିଲେକ ସ୍ୱାମୀଙ୍କ ସାମ୍ନାରେ ହିଁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ରୋମାଣ୍ଟିକ ଏବଂ ବୋଲଡ ହେଉଥିବାର ନଜର ଆସୁଛନ୍ତି|
ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ରୋମାଣ୍ଟିକ ହେଲେ ରୁବିନା ଦିଲେକ:
ବାସ୍ତବରେ ଘରର ଜୁନିୟର୍ସ ପ୍ରତିଯୋଗୀଙ୍କୁ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଇମ୍ପ୍ରେସ କରିବାର ଟାସ୍କ ଦିଆଯାଉଛି| ପ୍ରଥମେ ସେ ଟାଟୁ ବନାଉଥିବାର ନଜର ଆସୁଛନ୍ତି| ଏହାପରେ ଜସ୍ମିନ ଭସିନ, ସାରା ଗୁରପାଲ, ରୁବିନା ଦିଲେକ ଏବଂ ନିକ୍କୀ ତଂବୋଲି ଆଦି ସିଦ୍ଧାର୍ଥଙ୍କ ସହିତ ରୋମାଣ୍ଟିକ ଡ୍ୟାନ୍ସ କରନ୍ତି| ଏହି ଅବସରରେ ନିକ୍କୀ ତଂବୋଲି କିଛି ଅଧିକ ହିଁ ସିଦ୍ଧାର୍ଥଙ୍କ ନିକଟବର୍ତ୍ତୀ ଆସନ୍ତି| ସେ ବହୁତ ଅଧିକ ରୋମାଣ୍ଟିକ ଦୃଶ୍ୟ କରୁଥିବାର ନଜର ଆସନ୍ତି ଏବଂ ଶେଷରେ ତାଙ୍କୁ କିସ ମଧ୍ୟ କରି ନିଅନ୍ତି| ସେହିପରି ପବିତ୍ରା ପୁନିଆ ମଧ୍ୟ ବହୁତ ରୋମାଣ୍ଟିକ ହେଉଥିବାର ନଜର ଆସୁଛନ୍ତି| ଏହାଛଡା ରୁବିନା ମଧ୍ୟ ସ୍ୱାମୀଙ୍କ ସାମ୍ନାରେ ସିଦ୍ଧାର୍ଥଙ୍କ ସହିତ ରୋମାଣ୍ଟିକ ହେଉଥିବାର ନଜର ଆସିଛନ୍ତି| ଏସବୁ କିଛି ଦେଖି ରୁବିନାଙ୍କ ସ୍ୱାମୀ ଅଭିନବ ଶୁକ୍ଳା ହସୁଥିବାର ନଜର ଆସୁଛନ୍ତି ଏଏବଂ ଏହି ଅବସରକୁ ଉପଭୋଗ କରୁଥିବାର ଦେଖାଯାଉଛନ୍ତି|
ରୁବିନାଙ୍କୁ ଘରେ ଏଣ୍ଟ୍ରି କରାଇବା ପାଇଁ ସ୍ୱାମୀଙ୍କ ସାମ୍ନାରେ ଶର୍ତ୍ତ ରଖିଲା ବିଗ ବସ:
ଇମ୍ୟୁନିଟି ଟାସ୍କରେ ରୁବିନାଙ୍କ ସ୍ୱାମୀଙ୍କୁ ଇମ୍ୟୁନିଟି ମିଳିଯାଇଥାଏ| ଏମିତିରେ ବିଗ ବସ ଅଭିନବ ଶୁକ୍ଳାଙ୍କ ସାମ୍ନାରେ ରୁବିନାଙ୍କୁ ଘରେ ଏଣ୍ଟ୍ରି କରାଇବା ପାଇଁ ଶର୍ତ୍ତ ରଖିଥାନ୍ତି| ତେବେ ସବୁ ଲୋକ ଘରେ ପ୍ରବେଶ କରି ସାରିଛନ୍ତି ଏବଂ କେବଳ ରୁବିନା ହିଁ ଘରୁ ବାହାରେ ରହିଛନ୍ତି| ଏମିତିରେ ବିଗ ବସ ଅଭିନବଙ୍କୁ କୁହନ୍ତି ଯେ, ସେ ହିଁ ଅଭିନେତ୍ରୀଙ୍କୁ ଘର ଭିତରକୁ ଆଣିପାରିବେ, କିନ୍ତୁ ଏହାପରେ ସେ ନିଜର ଇମ୍ୟୁନିଟି ହରାଇଦେବେ| ଏହି କଥାକୁ ଶୁଣିବା ପରେ ଉଭୟ ପତି ପତ୍ନୀ ଇମୋଶନାଲ ହୋଇଯାନ୍ତି| ଏମିତିରେ ବର୍ତ୍ତମାନ ଆଜିର ଏପିସୋଡ଼ରେ ଏହା ଦେଖିବାକୁ ମଜାଦାର ହେବ ଯେ କଣ ସେ ନିଜ ଇମ୍ୟୁନିଟିକୁ ଉପଯୋଗ କରି ରୁବିନାଙ୍କୁ ଘର ଭିତରକୁ ପ୍ରବେଶ କରାଇ ପାରୁଛନ୍ତି କି ନାହିଁ|
https://www.instagram.com/p/CGCLPQPoSRv/?utm_source=ig_web_copy_link
ଇମ୍ୟୁନିଟି ଟାସ୍କରେ ନିକ୍କୀ ତଂବୋଲୀ ସାଜିଲେ ସମସ୍ତଙ୍କର ଶତ୍ରୁ:
ଏହାଛାଡ କାଲଶ ଟିଭିର ଇନଷ୍ଟାଗ୍ରାମରେ ଆଉ ଏକ ପ୍ରମ ଭିଡିଓ ମଧ୍ୟ ସେୟାର କରାଯାଇଛି| ଏଥିରେ ଦେଖିବା ପାଇଁ ମିଳୁଛି ଯେ, ସମସ୍ତ ପ୍ରତିଯୋଗୀ ଇମ୍ୟୁନିଟି ପାଇବା ପାଇଁ ଟାସ୍କ କରୁଛନ୍ତି| ଏଥିରେ ସମସ୍ତଙ୍କର ଶତ୍ରୁ ନିକ୍କୀ ତଂବୋଲି ସାଜିଛନ୍ତି| ବାସ୍ତବରେ ସେ ଏହି ଟାସ୍କକୁ ରଦ୍ଦ କରିବାର ଚେଷ୍ଟାରେ ସମସ୍ତଙ୍କର ପ୍ଲେଟରେ ସଜାହୋଇଥିବା ଗ୍ଲାସକୁ ବିଗାଡୁଛନ୍ତି| ସେହିପରି ପବିତ୍ରା ପୁନିଆ ମଧ୍ୟ ଏହି କଣ କରୁଥିବାର ନଜର ଆସୁଛନ୍ତି| ଏମିତିରେ ଏମାନଙ୍କ ମଧ୍ୟରେ ଏହି ତୁତୁ ମେଁମେ ବୁଧବାର ଦିନ ଆସୁଥିବା ଏପିସୋଡ଼ରେ ମଧ୍ୟ ଦେଖିବାକୁ ମିଳିବ|