ରଣବୀରଙ୍କ ପରି ଦେଖା ଯାଉଥିବା ଜୁନୈଦଙ୍କ ମୃତ୍ୟୁ, ଯାହାକୁ ଦେଖି ଏକଦା ଋଷି କପୁର ମଧ୍ୟ ଦ୍ୱନ୍ଦରେ ପଡିଯାଇଥିଲେ

ବଲିଉଡର ନାମିଦାମୀ ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯାଉଥିବା ଜୁନୈଦ ଶାହାଙ୍କର ଶୁକ୍ରବାର ଦିନ ହୃଦଘାତରେ ମୃତ୍ୟୁ ଘଟିଛି। ୨୮ ବର୍ଷୀୟ ଜୁନୈଦ କାଶ୍ମୀର ବାସିନ୍ଦା ଥିଲେ ଏବଂ ତାଙ୍କର ରୂପ ସମ୍ପୂର୍ଣ୍ଣ ଭାବରେ ରଣବୀର କପୁରଙ୍କ ପରି ଦେଖାଯାଉଥିଲା। ଜଣେ କାଶ୍ମୀରର ସାମ୍ବାଦିକ ଜୁନୈଦଙ୍କ ମୃତ୍ୟୁ ବିଷୟରେ ଟ୍ୱିଟ କରି ଏହି ଖବରକୁ ପୁଷ୍ଟି କରିଛନ୍ତି। ସେ ଲେଖିଛନ୍ତି ଯେ ସେ ନିଜେ ଜୁନୈଦଙ୍କ ପଡ଼ୋଶୀ ଥିଲେ।

ସମ୍ପୂର୍ଣ୍ଣ ଭାବରେ ରଣବୀର କପୁରଙ୍କ ପରି ଦେଖାଯାଉଥିବରୁ ଜୁନୈଦ ବହୁତ ଲୋକପ୍ରିୟ ଥିଲେ। ସୋସିଆଲ ମିଡିଆରେ ତାଙ୍କର ମଧ୍ୟ ବହୁତ ପ୍ରଶଂସକ ଥିଲେ।

ଇନଷ୍ଟାଗ୍ରାମରେ ଜୁନୈଦ ମଧ୍ୟ ନିଜର ଅନେକ ଫୋଟୋ ଚିତ୍ର ପୋଷ୍ଟ କରିଛନ୍ତି। ଚିତ୍ରଗୁଡ଼ିକରେ ଜୁନୈଦ ବିଭିନ୍ନ ପ୍ରକାରର ଲୁକରେ ନଜର ଆସୁଛନ୍ତି, କିନ୍ତୁ ଗୋଟିଏ ସାଧାରଣ କଥା ହେଉଛି ଯେ ତାଙ୍କ ଚେହେରା ରଣବୀରଙ୍କ ସହିତ ବହୁତ ପରିମାଣରେ ମିଶିଥାଏ।

ଜୁନୈଦଙ୍କ ହୃଦୟରେ କୌଣସି ପ୍ରକାରର ରୋଗ ନଥିଲା । ସେ ଏକ ମାସ ପୂର୍ବରୁ ହିଁ ପିତାମାତାଙ୍କ ସହ ମୁମ୍ବାଇରୁ ଫେରିଥିଲେ।

ଜୁନୈଦ ମୁମ୍ବାଇରେ ମୋଡେଲିଂ କରୁଥିଲେ ଏଥିସହିତ ତାଙ୍କୁ ଅନୁପମ ଖେରଙ୍କ ମୋଡେଲିଂ ସ୍କୁଲରେ ଦାଖିଲା ମଧ୍ୟ ପ୍ରାପ୍ତ ହୋଇଥିଲା।

ଜୁନୈଦଙ୍କ ସାଙ୍ଗରେ ରଣବୀରଙ୍କ ଏକ ଫୋଟୋ ଚିତ୍ର ଦେଖି ତାଙ୍କ ପିତା ଋଷି କପୁର ମଧ୍ୟ ଥରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଋଷି କପୁର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ କଲେଜ ଫୋଟୋ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ ଗୋଟିଏ ପଟେ ରଣବୀର ଏବଂ ଅନ୍ୟ ପଟେ ଜୁନୈଦ ଅଛନ୍ତି।

 

 

ଋଷି କପୁରଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫୋଟୋକୁ ଦେଖି ବାସ୍ତବରେ ରଣବୀର କିଏ ତାହା ସ୍ଥିର କରିବା କଷ୍ଟସାଧ୍ୟ ଥିଲା। କଲେଜର ଏହି ଫୋଟୋକୁ ସେୟାର କରି ୠଷି କପୁର ଲେଖିଥିଲେ- “ହେ ଭଗବାନ”।

ସେ ଲେଖିଛନ୍ତି, “ମୋର ନିଜ ପୁଅର ପରି ଦେଖା ଯାଉଥିବା ବ୍ୟକ୍ତି ମଧ୍ୟ ଅଛନ୍ତି। ବାସ୍ତବରେ ମୁଁ ନିଜେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବାକୁ ସକ୍ଷମ ନୁହେଁ। ଏହା ଏକ ଚମତ୍କାର ।”

Leave a Reply

Your email address will not be published. Required fields are marked *