ରହସ୍ୟମୟ କୂଅ, ଏହି କୂଅକୁ କୁହାଯାଏ “Wishing well”, ପାଣି ନୁହେଁ ବରଂ ବାହାରିଥାଏ ଆଲୋକ

ଆଜି ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଏବଂ ଟେକ୍ନୋଲୋଜି ଯେତେ ଉନ୍ନତି କରିନେଉ ନା କାହିଁକି କିନ୍ତୁ ଦେଶ-ଦୁନିଆରେ ଆଜି ମଧ୍ୟ ଅନେକ ଏପରି ସ୍ଥାନ ରହିଛି ଯାହାର ରହସ୍ୟ ନା ବିଜ୍ଞାନ ଖୋଜି ପାରିଛି ନା ଟେକ୍ନୋଲୋଜି। ତେବେ ଏହି ସ୍ଥାନ ଗୁଡ଼ିକ ବିଷୟରେ ବୈଜ୍ଞାନିକ ବହୁତ ଜାଣିବା ବୁଝିବା ପାଇଁ ଚେଷ୍ଟା କରିଥିଲେ, ଅନେକ ରିସର୍ଚ୍ଚ କରିଥିଲେ, କିନ୍ତୁ ଏମାନଙ୍କର ରହସ୍ୟ ବର୍ତ୍ତମାନ ମଧ୍ୟ ରହସ୍ୟ ଖୋଲିପାରି ନାହିଁ। ଏମିତି ସ୍ଥାନକୁ ପ୍ରାୟତଃ ଭଗବାନଙ୍କ କରିସ୍ମା ହିଁ ମାନି ନିଆଯାଇଥାଏ। ଆଜି ଆମେ ଏମିତି ଏକ ରହସ୍ୟମୟ କୂଅ ବିଷୟରେ କହୁଛୁ ଯେ, ଯାହାକୁ ପୁରା ଦୁନିଆ Wishing well ନାମରେ ଜାଣିଥାଏ।

ସାଧାରଣତଃ କୂଅରୁ ପାଣି ବାହାରିଥାଏ, କିନ୍ତୁ ଦୁନିଆର ଏହା ଏକମାତ୍ର ଏମିତି କୂଅ ଅଟେ ଯେଉଁଥିରେ ପାଣି ନୁହେଁ ବରଂ ଆଲୋକ ବାହାରିଥାଏ। ଆଶ୍ଚର୍ଯ୍ୟ ହୋଇଗଲେ ନା, କିନ୍ତୁ ଏହା ହିଁ ସତ୍ୟ ଅଟେ ଯେ, ଏହି କୂଅରୁ ପାଣି ସ୍ଥାନରେ ଆଲୋକ ବାହାରିଥାଏ। ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ ଅଟେ, ତେବେ ଆମେ ଆପଣଙ୍କୁ କହୁଛୁ ଯେ ଏପରି କେମିତି ହୋଇଥାଏ।

ବୈଜ୍ଞାନିକଙ୍କ ପାଇଁ ମଧ୍ୟ ରହସ୍ୟ ଅଟେ ଏହି କୂଅ:

ସୂଚନାଯୋଗ୍ୟ ଯେ, ଆଜି ଆମେ ଏହି ଆର୍ଟିକଲରେ ଯେଉଁ କୂଅର କଥା କହୁଛୁ, ତାହା ପୂର୍ତ୍ତଗାଲର ସିଂତାରାର ନିକଟବର୍ତ୍ତୀରେ ସ୍ଥିତ ଅଟେ। ଏହି କୂଅର ସଠିକ ଲୋକେସନ କ୍ୟୁଣ୍ଟା ଡା ରିଗାଲେରିୟା ଅଟେ। ଏହାର ଗଠନ ବହୁତ ଅଜବ ଅଟେ ଏବଂ ଏହାମଧ୍ୟରେ ଆଲୋକର କୌଣସି ବ୍ୟବସ୍ଥା ନାହିଁ। ଏହାପରେ ମଧ୍ୟ କୂଅର ଭୂମିରୁ ଆଲୋକ ବାହାରିଥାଏ ଏବଂ ବାହାର ଆଡକୁ ଆସିଥାଏ। ଏହାଦ୍ୱାରା ପୂର୍ଣ୍ଣ କୂଅ ଆଲୋକିତ ହୋଇଯାଇଥାଏ। ଏହି କୂଅର ଆଲୋକର ରହସ୍ୟକୁ ଜାଣିବା ପାଇଁ ବହୁତ ଚେଷ୍ଟା କରାଯାଇ ସାରିଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେହିହେଲେ ଏହାର ରହସ୍ୟକୁ ବୁଝି ପାରିଲେ ନାହିଁ ଏବଂ କେହି ଜାଣି ପାରିଲେ ନାହିଁ ଏହି ଆଲୋକ କେଉଁଠାରୁ ଆସୁଛି।

ସମଗ୍ର ଦୁନିଆରୁ ଦେଖିବାକୁ ଆସନ୍ତି ପର୍ଯ୍ୟଟକ:

ଏହି କୂଅଟି ବହୁତ ଗଭୀର ଅଟେ। ସୂଚନାଯୋଗ୍ୟ ଯେ ୪ ମହଲା ବିଶିଷ୍ଟ କୋଠାର ଉଚ୍ଚତା ପାଖାପାଖି ଏହି କୂଅର ଗଭୀରତା ଅଟେ। ବିଶେଷକଥା ଏହା ଯେ, ଏହି କୂଅର ଉପର ଭାଗ ଚଉଡା ଅଟେ ଏବଂ ତଳ ଭାଗ ସଂକୀର୍ଣ୍ଣ ଅଟେ। ଅର୍ଥାତ କୂଅରେ ଯେମିତି ଯେମିତି ତଳ ଆଡ଼କୁ ଯିବେ , ସେମିତି ସେମିତି ସଂକୀର୍ଣ୍ଣ ହୋଇଯାଇଥାଏ। ଏହି କୂଅର ନାମ ଲେଡିରିନଥିକ ଗ୍ରୋଟା ଅଟେ ଏବଂ ଏହାର ଗଠନ ଓଲଟା ଟାୱାର ପରି ଅଟେ। ଏହା କାରଣ ଅଟେ ଯେ ଏହି କୂଅକୁ ଇଂଭର୍ଟେଡ଼ ଟାୱାର ସିଣ୍ଟ୍ରା ମଧ୍ୟ କୁହାଯାଇଥାଏ। ଟେହି ରହସ୍ୟମୟ କୂଅର କାହାଣୀ ସମଗ୍ର ଦୁନିଆରେ କୁହାଯାଏ ଏବଂ ଶୁଣାଯାଇଥାଏ। ଏହି କାରଣରୁ ଦୁନିଆର କୋଣ ଅନୁକୋଣରୁ ଏହି କୂଅକୁ ଦେଖିବା ପାଇଁ ପର୍ଯ୍ୟଟକ ମାନେ ଏକତ୍ରିତ ହୋଇଥାନ୍ତି।

ଜାଣନ୍ତୁ କାହିଁକି କୁହାଯାଇଥାଏ ଏହାକୁ Wishing well:

ଲେଡିରିନଥିକ ଗ୍ରୋଟାକୁ Wishing well ମଧ୍ୟ କୁହାଯାଇଥାଏ। ଏହାପଛର କାରଣ ଏହା ଅଟେ ଯେ, ସମଗ୍ର ଦୁନିଆରେ ଆସିଥିବା ଲୋକ ଏହି କୂଅରୁ ନିଜ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ମନ୍ନତ ମାଗିଥାନ୍ତି। ମାନ୍ୟତା ରହିଛି ଯେ, ଯଦି ଏହି କୂଅରେ ଏକ ମୁଦ୍ରା ପକାଇ ନିଜର ଇଚ୍ଛା ମଗାଯାଇଥାଏ, ତେବେ ତାହା ଶୀଘ୍ର ପୂର୍ଣ୍ଣ ହୋଇଯାଇଥାଏ। କିଛି ବିଶେଷଜ୍ଞଙ୍କ ଅନୁସାରେ ଏହି କୂଅର ନିର୍ମାଣ ପାଣି ଏକତ୍ରୀତ କରିବା ପାଇଁ ନୁହେଁ ବରଂ ଗୋପନୀୟ ଦୀକ୍ଷା ସଂସ୍କାରକୁ ପୁରା କରିବା ପାଇଁ କରାଯାଇଛି।

Leave a Reply

Your email address will not be published. Required fields are marked *