ରିଲାଏନ୍ସ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଧୀରୁଭାଇ ଅମ୍ବାନୀଙ୍କର ଅଛନ୍ତି ଆହୁରି ଦୁଇଭାଇ, ଜାଣନ୍ତୁ କଣ କରୁଛି ଏମାନଙ୍କ ପରିବାର

ଧୀରୁଭାଇ ଅମ୍ବାନୀ ବ୍ୟବସାୟ ଜଗତରେ ଏପରି ଏକ ନାମ ଅଟେ, ଯାହା କାହାରିକୁ ପରିଚୟ ଦେବାର ଆବଶ୍ୟକ ନାହିଁ। ବ୍ୟବସାୟ ଦୁନିଆରେ ସେ ବାଦଶାହ ନାମରେ ମଧ୍ୟ ବେଶ ଜଣାଶୁଣା। ତେବେ, ଧୀରୁଭାଇ ଅମ୍ବାନୀଙ୍କର କେତେ ଜଣ ଭାଇ ଥିଲେ ଏବଂ ତାଙ୍କ ପରିବାର ବର୍ତ୍ତମାନ କଣ କରୁଛନ୍ତି ସେବିଷୟରେ ଖୁବ କମ ଲୋକଙ୍କୁ ସୂଚନା ରହିଛି। ଏମିତିରେ, ଆମେ ଆପଣଙ୍କୁ ଏଠାରେ ନା କେବଳ ଧୀରୁବାଇ ଅମ୍ବାନୀଙ୍କ ଭାଇମାନଙ୍କ ସହିତ ପରିଚିତ କରାଉଛୁ, ବରଂ ତାଙ୍କ ପରିବାର ବିଷୟରେ ମଧ୍ୟ ସୂଚନା ଉପଲବ୍ଧ କରାଉଛୁ।

ଧୀରୁଭାଇ ଅମ୍ବାନୀଙ୍କ ପିତାଙ୍କ ନାମ ହୀରାଚନ୍ଦ ଗୋରଧନଭାଇ ଅମ୍ବାନୀ ଥିଲା। ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ। ଧୀରୁଭାଇ ଅମ୍ବାନୀଙ୍କ ମାତାଙ୍କ ନାମ ଜମନାବେନ ଥିଲା। ସେ ଜଣେ ଗୃହିଣୀ ଥିଲେ। ଧୀରୁଭାଇ ଅମ୍ବାନୀଙ୍କର ଚାରି ଜଣ ଭାଇ-ଭଉଣୀ ଥିଲେ। ତାଙ୍କ ଭାଇମାନଙ୍କ ନାମ ରମଣୀକଭାଇ ଏବଂ ନାଥୁଭାଇ ହୋଇଥିବା ବେଳେ ତାଙ୍କ ଭଉଣୀଙ୍କ ନାମ ତ୍ରିଲୋଚନାବେନ ଏବଂ ଜସୁମତିବେନ ଥିଲା।

ରମଣୀକଭାଇ ଏବଂ ତାଙ୍କ ପରିବାର:

ରମଣୀକଭାଇ ଯିଏକି ଧୀରୁଭାଇ ଅମ୍ବାନୀଙ୍କର ବଡ଼ ଭାଇ ଥିଲେ, ତାଙ୍କ ବିବାହ ପଦ୍ମାବେନଙ୍କ ସହିତ ହୋଇଥିଲା। ବିମଲ ଅମ୍ବାନୀ ହେଉଛନ୍ତି ରମଣୀକଭାଇ ଅମ୍ବାନୀଙ୍କ ପୁଅ, ଯାହାଙ୍କ ନାମରେ ହିଁ ୧୯୭୦ ମସିହାରେ ବିମଲ ବ୍ରାଣ୍ଡର ଆରମ୍ଭ ଅହମଦାବାଦର ସମୀପରେ ଥିବା ନରୋଦାରେ ହୋଇଥିଲା। ବିମଲ ଅମ୍ବାନୀଙ୍କର ପିତା ରମଣୀକଭାଇ ଏହାର ସ୍ଥାପନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ମସିହା ପର୍ଯ୍ୟନ୍ତ ସେ ରିଲାୟନ୍ସ ଇଣ୍ଡଷ୍ଟ୍ରିର ବୋର୍ଡର ଅଂଶ ରହିଥିଲେ।

ଯେତେବେଳେ ୯୦ ବର୍ଷ ବୟସରେ ପଦାର୍ପଣ କରିବା ପରେ ରମଣୀକଭାଇ ବୋର୍ଡରୁ ଓହରିଗଲେ ସେତେବେଳେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀଙ୍କୁ ବୋର୍ଡ଼ରେ ଶାମିଲ କରିନିଆ ଯାଇଥିଲା। ଗତ ଅଗଷ୍ଟ ୨୮ ତାରିଖରେ ରମଣୀକଭାଇ ଦୁନିଆକୁ ବିଦାୟ ଜଣାଇ ଚାଲିଯାଇଥିଲେ। ରମଣୀକଭାଇ ଏବଂ ପଦ୍ମାବେନଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତାଙ୍କ ଝିଅ ମାନଙ୍କର ନାମ ନୀତା, ମୀନା ଏବଂ ଇଲା ଅଟେ ଏହାଛଡା ପୁଅର ନାମ ବିମଲ ଅମ୍ବାନୀ ଅଟେ। ୨୦୦୧ ମସିହାରେ ରମଣୀକଭାଇଙ୍କର ପତ୍ନୀ ପଦ୍ମାବେନ ମୃତ୍ୟୁବରଣ କରିଥିଲେ।

କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ବିମଲ ଅମ୍ବାନୀ:

ବିମଲ ଅମ୍ବାନୀ ଟାୱାର ଓଭରସିଜ ଲିମିଟେଡର ଦାୟିତ୍ୱ ସମ୍ଭାଳୁଛନ୍ତି। ରିୟଲ ଇଷ୍ଟେଟରେ ନିବେଶ ସହିତ ଷ୍ଟାର୍ଟଅପ ନିବେଶ ଏବଂ ଷ୍ଟକ ଦଲାଲ କ୍ଷେତ୍ରରେ ଏହି କମ୍ପାନୀ କାର୍ଯ୍ୟ କରୁଛି। ବିମଲ ଅମ୍ବାନୀ ଏହା ପୂର୍ବରୁ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ଟେକ୍ସଟାଇଲ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ସମ୍ଭାଳୁ ଥିଲେ। ଟାଟା ଓଭରସିଜ ବ୍ୟତୀତ ମଧ୍ୟ ଅନେକ କମ୍ପାନୀ ସହିତ ବିମଲ ଅମ୍ବାନୀଙ୍କର ସମ୍ପର୍କ ଅଛି।

ସିଣ୍ଟାକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଯାହାକି ଟେକ୍ସଟାଇଲ ଏବଂ ଲେଦର ସାମଗ୍ରୀର କାମ କରିଥାଏ, ସେଥିରେ ସେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି। ବିମଲ ଅମ୍ବାନୀଙ୍କୁ ବିବାହ ସୋନଲ ଅମ୍ବାନୀଙ୍କ ସହିତ ହୋଇଥିଲା, ଯାହାଙ୍କ ଠାରୁ ତାଙ୍କର ଅମର ଅମ୍ବାନୀ ନାମକ ଗୋଟିଏ ପୁଅ ଏବଂ ଅଞ୍ଜଲି ଅମ୍ବାନୀ ନାମକ ଗୋଟିଏ ଝିଅ ଅଛନ୍ତି। ଦୁଇଜଣ ବର୍ତ୍ତମାନ ପାଠ ପଢୁଛନ୍ତି। ବିମଲ ଅମ୍ବାନୀଙ୍କ ଭଉଣୀଙ୍କ ନାମ ଇଲା ଅମ୍ବାନୀ ଅଟେ, ଯାହାଙ୍କର ବିବାହ ରାଜନେତା ସୌରଭ ପଟେଲଙ୍କ ସହିତ ହୋଇଛି। ଗୁଜରାଟ ସରକାରରେ ସୌରଭ ପଟେଲ କ୍ୟାବିନେଟ ମନ୍ତ୍ରିର ଦାୟିତ୍ୱ ସମ୍ଭାଳୁଛନ୍ତି।

ନାଥୁଭାଇ ଅମ୍ବାନୀ ଏବଂ ତାଙ୍କ ପରିବାର:

ନାଥୁଭାଇ ଅମ୍ବାନୀ ଧୀରୁଭାଇ ଅମ୍ବାନୀଙ୍କ ସାନ ଭାଇଙ୍କ ନାମ ଅଟେ। ତାଙ୍କ ବିବାହ ସ୍ମିତାବେନଙ୍କ ସହିତ ହୋଇଥିଲା। ନାଥୁଭାଇ ଅମ୍ବାନୀଙ୍କ ପୁଅ ବିପୁଲ ନାଥୁଭାଇ ଅମ୍ବାନୀ ଅଟନ୍ତି। ୨୦୦୯ ମସିହାରେ ସେ ପ୍ରୀତି ଅମ୍ବାନୀଙ୍କ ସହିତ ବିବାହ କରିଥିଲେ। ଅନେକ କମ୍ପାନୀରେ ବିପୁଳ ଏବଂ ପ୍ରୀତି ଜଏଣ୍ଟ ସକ୍ରେଟେରୀ ପଦରେ କାମ କରୁଛନ୍ତି।

ତେବେ ବିପୁଳ ଜଣେ କେମିକାଲ ଇଞ୍ଜିନିୟର ମଧ୍ୟ ଅଟନ୍ତି। ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟରୁ ବିପୁଳଙ୍କ ପାଠ ପଢା ହୋଇଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ପ୍ରୋଜେକ୍ଟ ଏବଂ ଇଣ୍ଡଷ୍ଟ୍ରିୟଲ ଇଞ୍ଜିନିୟରିଂ ଗ୍ରୁପରୁ ହିଁ ବିପୁଳ ନିଜର କ୍ୟାରିୟର ଆରମ୍ଭ କଟିଥିଲେ। ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପଦରେ ସେ ଏହି କମ୍ପାନୀରେ ନିଜର ଦାୟିତ୍ୱକୁ ବହୁତ ସୁନ୍ଦର ଭାବରେ ତୁଲାଇଥିଲେ। ବିପୁଳ ଏହାପରେ ଟାୱାର କ୍ୟାପିଟାଲ ଏବଂ ସିକ୍ୟୁରିଟିସ ପ୍ରାଇଭେଟ ଲିମିଟେଡ ନାମରେ ନିଜର ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ।

କୁହାଯାଉଛି ଯେ, ବର୍ତ୍ତମାନ ମଧ୍ୟ ବିପୁଲ ଅମ୍ବାନୀ ହିଁ ଏହି କମ୍ପାନୀର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି। ଏହି କମ୍ପାନୀରେ ଦ୍ୱିତୀୟ ନିର୍ଦ୍ଦେଶକ ଭାବରେ ପ୍ରୀତି ଅମ୍ବାନୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ନିଜ ଗ୍ରାହକ ମାନଙ୍କୁ ଏହି କମ୍ପାନୀ ଦଲାଲର ସୁବିଧା ପ୍ରଦାନ କରିଥାଏ। ଏଥିସହିତ ଋଣର କ୍ଷେତ୍ରରେ ମଧ୍ୟ ଏହି କମ୍ପାନୀ ନିଜର ଗ୍ରାହକଙ୍କୁ ସେବା ଯୋଗାଇ ଦେଇଥାଏ।

ନୀରବ ମୋଦୀଙ୍କ ସହିତ ବିପୁଳ ଅମ୍ବାନୀ ୨୦୧୪ ବର୍ଷରେ ନିଜର କାମର ଆରମ୍ଭ କରିଥିଲେ। ଏହା ହିଁ କାରଣ ରହିଛି ଯେ ସିବିଆଇ ନୀରବ ମୋଦୀଙ୍କ ଫ୍ରଡ଼ କଂନେକ୍ସନ ଯାଞ୍ଚରେ ବିପୁଳ ଅମ୍ବାନୀଙ୍କ ସହ ଜଡିତ ଜିନିଷର ମଧ୍ୟ ତଦନ୍ତ କରୁଛି। ବିପୁଳ ଅମ୍ବାନୀ ଏବଂ ପ୍ରୀତି ଅମ୍ବାନୀଙ୍କ ପିଲା କିଏ ଏବଂ ସେମାନେ କଣ କରୁଛନ୍ତି ସେବିଷୟରେ ବର୍ତ୍ତମାନ ଅଧିକ ସୂଚନା ଉପଲବ୍ଧ ନାହିଁ।

ତେବେ ଧୀରୁଭାଇ ଅମ୍ବାନୀ ଯେଉଁ ବ୍ୟବସାୟର ଜଗତରେ ସଫଳତା ହାସଲ କଲେ ଏବଂ ନିଜର ନାମ ବନାଇଲେ ସେପ୍ରକାରରେ ସଫଳତା ତାଙ୍କ ଭାଇମାନେ ହାସଲ କରିବାକୁ ଅସଫଳ ରହିଲେ। ଏହାହିଁ କାରଣ ଅଟେ ଯେ ତାଙ୍କ ଭାଇଙ୍କର ନାମ ସମସ୍ତେ ଜାଣି ନାହାନ୍ତି, କିନ୍ତୁ ଧୀରୁବାଇ ଅମ୍ବାନୀଙ୍କ ନାମ ଆଜି ପ୍ରାୟ ସମସ୍ତେ ଜାଣନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *