ଲାଇବ୍ରେରୀକୁ ନେଇଯାଇ ଦେଖାଇଥିଲେ ଆପତ୍ତିଜନକ ଭିଡ଼ିଓ, ପାୟଲ ଘୋଷଙ୍କର ଅନୁରାଗ କଶ୍ୟପଙ୍କ ଉପରେ ଆରୋପ

ପାୟଲ ଏହି ଘଟଣାର ସମ୍ପୂର୍ଣ୍ଣ ବୃତ୍ତାନ୍ତ ଶୁଣାଇଥିଲେ। ସେ ଆଜତକ ସହିତ କଥାବାର୍ତ୍ତା ସମୟରେ କହିଥିଲେ ଯେ, ଅନୁରାଗ ତାଙ୍କୁ ଲାଇବ୍ରେରୀକୁ ନେଇଯାଇ ଆପତ୍ତିଜନକ ଭିଡିଓ ଗୁଡିକ ଦେଖାଇଥିଲେ।

ଅଭିନେତ୍ରୀ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ। ତାଙ୍କ ଆରୋପ ଗୁଡ଼ିକୁ ଭିତ୍ତିହୀନ ଦର୍ଶାଇ ଅନୁରାଗ କଶ୍ୟପ ମଧ୍ୟ ନିଜର ଉତ୍ତର ରଖିଛନ୍ତି। ବର୍ତ୍ତମାନ ପାୟଲ ଏହି ଘଟଣାର ସମ୍ପୂର୍ଣ୍ଣ ବିବୃତ୍ତି ଶୁଣାଇଛନ୍ତି। ସେ କହିଛନ୍ତି ଅନୁରାଗ ତାଙ୍କୁ ଲାଇବ୍ରେରୀକୁ ନେଇଯାଇ ଆପତ୍ତିଜନକ ଭିଡ଼ିଓ ଦେଖାଇଥିଲେ।

पायल घोष

ପାୟଲ ଆଜତକ ସହିତ କଥାବାର୍ତ୍ତା ସମୟରେ ଅନୁରାଗ କଶ୍ୟପ ତାଙ୍କୁ ଲାଇବ୍ରେରୀକୁ ନେଇଯାଇଥିଲେ ଯେଉଁଠାରେ ତାଙ୍କୁ କିଛି ଆପତ୍ତିଜନକ ଭିଡ଼ିଓ ଦେଖାଇଥିଲେ। ସେ କହିଥିଲେ ଯେ, #MeToo ଆନ୍ଦୋଳନ ସମୟରେ ମଧ୍ୟ ସେ ଟ୍ୱିଟ କରି ନିଜର ଆପତ୍ତି ଜଣାଇଥିଲେ। ତେବେ ପାୟଲ ଏହି ଟ୍ୱିଟ ପରେ ଡିଲିଟ କରିଦେଇଥିଲେ। ଅଭିନେତ୍ରୀଙ୍କ କହିବା କଥା ଯେ ସେ ବର୍ତ୍ତମାନ ନିଜ ପରିବାର ପକ୍ଷରୁ ସମର୍ଥନର ଆଶା କରୁଛନ୍ତି। ଏହାପରେ ହିଁ ସେ ଏଜେନ୍ସିଙ୍କ ସହିତ ସମ୍ପର୍କ କରିବେ। ସେ କହିଥିଲେ ଯେ ଯଦି ଅନୁରାଗ କ୍ଷମା ମାଗି ନିଅନ୍ତି ତେବେ ସେ ତାଙ୍କୁ କ୍ଷମା କରି ଦେଇଥାନ୍ତେ। ପାୟଲ ଇଣ୍ଡଷ୍ଟ୍ରି ତରଫରୁ ମଧ୍ୟ ସହଯୋଗର ଆଶା ରଖିଛନ୍ତି।

ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିଥିଲେ ପାୟଲ:

ଉଲ୍ଲେଖନୀୟ ଯେ, ପାୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ଲେଖିଥିଲେ ଯେ, “ଅନୁରାଗ କଶ୍ୟପ ବହୁତ ଖରାପ ଉପାୟରେ ନିଜକୁ ମୋ ଉପରେ ଫୋର୍ସ କରିଥିଲେ। ନରେନ୍ଦ୍ର ମୋଦୀ ସର୍ ଦୟାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସର ଚେହେରା ଦେଖାଇ ଦିଅନ୍ତୁ। ମୁଁ ଜାଣିଛି ଯେ ସେ ମୋତେ କ୍ଷତି ପହଞ୍ଚାଇ ପାରନ୍ତି। ମୋ ସୁରକ୍ଷା ବିପଦରେ ରହିଛି। ଦୟାକରି ସାହାଯ୍ୟ କରନ୍ତୁ।” ତାଙ୍କର ଏହି ଟ୍ୱିଟ ପରେ ସବୁଆଡେ ଏହାର ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି।

ଅନୁରାଗ ଦେଇଥିଲେ ଏହି ଉତ୍ତର:

ସେପଟେ ପାୟଲଙ୍କର ଆରୋପର ଉତ୍ତରରେ ଅନୁରାଗ ଲେଖିଛନ୍ତି ଯେ, “ଏହା କିପରି କଥା! ଏତେ ସମୟ ନେଲ ମୋତେ ଚୁପ କରାଇବା ପାଇଁ। ତେବେ ଠିକ ଅଛି। ମୋତେ ଚୁପ କରାଇବାକୁ ଯାଇ ଏତେ ମିଛ କହିଗଲ ଯେ ଜଣେ ନାରୀ ହୋଇ ଆଉଜଣେ ନାରୀଙ୍କୁ ମଧ୍ୟ ଏଥିରେ ଟାଣି ଆଣିଲ। ଟିକିଏ ତ ମର୍ଯ୍ୟାଦା ରକ୍ଷା କରନ୍ତୁ ମାଡାମ। ମୁଁ ମାତ୍ର ଏତିକି କହିବି ଯେ, ଯାହା ମଧ୍ୟ ଆରୋପ ରହିଛି ଆପଣଙ୍କର, ସେସବୁକିଛି ଭିତ୍ତିହୀନ ଅଟେ। ହଁ ମାଡାମ ଦୁଇଟି ବିବାହ କରିଛି, ଯଦି ତାହା ଏକ ଅପରାଧ ଅଟେ ତେବେ ତାକୁ ମୁଁ ସ୍ୱୀକାର କରୁଛି ଏବଂ ବହୁତ ପ୍ରେମ କରିଛି, ତାହା ମଧ୍ୟ ସ୍ୱୀକାର କରୁଛି।”

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *