ଶିବ ପୁରାଣ ରେ ଭଗବାନ ଶଙ୍କର ଙ୍କ ମହିମା କୁ ବର୍ଣ୍ଣନା କରାଯାଇଛି ଓ ଏହା ସହ ଜଡ଼ିତ ସବୁ କଥା ଏହି ପୁରାଣ ରେ ମିଳିଥାଏ । ଶିବ ପୁରାଣ ରେ ମୃତ୍ୟୁ ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି । ଶିବ ପୁରାଣ ଅନୁସାରେ ଯେଉଁ ଲୋକ ଙ୍କ ମୃତ୍ୟୁ ନିକଟରେ ହୋଇଥାଏ ସେହି ଲୋକଙ୍କୁ ଏହାର ସଙ୍କେତ ପୂର୍ବରୁ ମିଳିବାକୁ ଲାଗିଥାଏ । ଏହି ସଙ୍କେତ ସାହାଯ୍ୟ ରେ ମୃତ୍ୟୁ ବିଷୟରେ ଜଣା ପଡିଯାଇଥାଏ । ତେବେ ଆସନ୍ତୁ ଜାଣିବା ମୃତ୍ୟୁ ସହ ଜଡ଼ିତ ଏହି ସଙ୍କେତ ବିଷୟରେ…..
ଶରୀର ର ରଙ୍ଗ ବଦଳିଲେ
ଯଦି କୌଣସି ବ୍ୟକ୍ତି ର ଶରୀର ର ରଙ୍ଗ ବଦଳିଯାଏ ଓ ଶରୀର ହଳଦିଆ ବା ଧଳା ହୋଇଯାଏ ତେବେ ବୁଝି ଯାଆନ୍ତୁ କି ଏହି ବ୍ୟକ୍ତି ଙ୍କ ର ମୃତ୍ୟୁ ନିକଟରେ ଅଛି ଓ ସେ ନିଜର ଅନ୍ତିମ ଦିନ ରେ ଏବେ ଉପନୀତ । ଯେଉଁ ଲୋକ ଙ୍କ ଶରୀର ହଳଦିଆ ବା ଧଳା ହୋଇଯାଏ ତାଙ୍କର ମୃତ୍ୟୁ ୩ ମାସ ଭିତରେ ହୋଇଯାଇଥାଏ ।
ଆଲୋକ ଦେଖା ନ ଗଲେ
ଶିବ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ଙ୍କୁ ଠିକ ଭାବରେ ଜିନିଷ ସବୁ ଦେଖା ନ ଯିବ ଓ ତାଙ୍କୁ କେବଳ ଅନ୍ଧକାର ଦେଖାଯାଏ ତେବେ ସେହି ବ୍ୟକ୍ତି ଙ୍କ ର ଜଲ୍ଦୀ ମୃତ୍ୟୁ ହୋଇଯିବ । ଏହି ପ୍ରକାର ନିଆଁ ର ପ୍ରତିଛବି ଦେଖା ନ ଯିବା ମୃତ୍ୟୁ ସହ ଜଡ଼ିତ ସଙ୍କେତ ବୋଲି ମନା ଯାଇଥାଏ ।
ନିଜର ପ୍ରତିଛବି ଦେଖା ଯିବା ବନ୍ଦ ହୋଇଗଲେ
ଶିବ ପୁରାଣ ଅନୁସାରେ ଯଦି ନିଜର ପ୍ରତିଛବି ଦେଖିବା ବନ୍ଦ ହୋଇଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇନଥାଏ । ତେଲ , ପାଣି ଓ ମାଟି ରେ ପ୍ରତିଛବି ଦେଖା ନ ଗଲେ ଏହାର ଅର୍ଥ କି ଆପଣଙ୍କ ଅନ୍ତିମ ସମୟ ପାଖେଇ ଆସିଛି ।
ପଶୁ ଙ୍କ ର କାନ୍ଦଣା
ପଶୁ ମାନଙ୍କୁ ଭବିଷ୍ୟତ ରେ ହେବାକୁ ଥିବା ଘଟଣା ବିଷୟରେ ପୂର୍ବରୁ ଜଣା ପଡିଯାଇଥାଏ । ଏଥିପାଇଁ ଆପଣଙ୍କ ପାଳିତ ପଶୁ ଯଦି ଆପଣଙ୍କ ସାମ୍ନା ରେ କାନ୍ଦିବାକୁ ଲାଗନ୍ତି କିମ୍ବା ଉଦାସ ହୋଇଯାଆନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ମୃତ୍ୟୁ ହୋଇପାରେ ।
ମୃତ୍ୟୁ କୁ ମଧ୍ୟ ଟଳା ଯାଇପାରିବ ଏହି ଉପାୟ ଦ୍ଵାରା
ମୃତ୍ୟୁ ରୁ କେମିତି ବଞ୍ଚି ହେବ ଓ କେମିତି ଟାଳି ହେବ ଏହାର ଉପାୟ ମଧ୍ୟ ଶିବ ପୁରାଣ ରେ କୁହାଯାଇଛି । ମୃତ୍ୟୁ ରୁ ବଞ୍ଚିବା ପାଇଁ ଶିବ ଙ୍କୁ ପୂଜା କରନ୍ତୁ ଓ ନିମ୍ନ ରେ କୁହାଯାଉଥିବା ଉପାୟ କରନ୍ତୁ
ପଢନ୍ତୁ ମହାମୃତ୍ୟୁଞ୍ଜୟ ମନ୍ତ୍ର
ମୃତ ସଞ୍ଜିବନୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଶିବ ଙ୍କ ର ମନ୍ତ୍ର ଅଛି ଓ ଏହି ମନ୍ତ୍ର କୁ ପଢ଼ିବା ଦ୍ଵାରା ମୃତ୍ୟୁ କୁ ଟଳା ଯାଇପାରେ । ଏଥିପାଇଁ ଯେଉଁ ଲୋକ ଙ୍କୁ ମୃତ୍ୟୁ ର ଆଭାସ ହେଲେ ଏହି ମନ୍ତ୍ର ର ଜପ କରନ୍ତୁ । ଏହି ମନ୍ତ୍ର ପଢ଼ିବା ଦ୍ଵାରା ମହାଦେବ ଆପଣଙ୍କ ରକ୍ଷା କରିଥାନ୍ତି ଓ ମୃତ୍ୟୁ କୁ ଟାଳିହେବ ।
କରନ୍ତୁ ନିଜର କପଡା ର ଦାନ
ଯେଉଁ ବ୍ୟକ୍ତି ର ମୃତ୍ୟୁ ନିକଟ ରେ ଥାଏ ତେବେ ନିଜର କପଡ଼ା ର ଦାନ କରି ଦିଅନ୍ତୁ । କପଡା ର ଦାନ କରିବା ଦ୍ୱାରା ମୃତ୍ୟୁ ଟଳା ଯାଇପାରିବ ଓ ଆୟୁ ଲମ୍ବା ହୋଇ ଯାଇଥାଏ । ହେଲେ ଏହି କଥା ର ଧ୍ୟାନ ରଖନ୍ତୁ କି କପଡା ର ଦାନ କୌଣସି ଗରୀବ ବ୍ୟକ୍ତି ଙ୍କୁ ହିଁ ଯେମିତି ହୁଏ ।
ପ୍ରତିଦିନ ଶିବ ଙ୍କୁ ପାଣି ଚଢାନ୍ତୁ
ମୃତ୍ୟୁ ହେବା ର ସଙ୍କେତ ମିଳିବା ପରେ ଡରିବା ବଦଳରେ ଶିବ ଙ୍କୁ ପୂଜା କରନ୍ତୁ ଓ ପ୍ରତିଦିନ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରନ୍ତୁ । ଶିବଲିଙ୍ଗ ଉପରେ ଜଳ ଚଢାଇବା ଫଳରେ ମୃତ୍ୟୁ ଟଳା ଯାଇପାରିବ ।