ଶାହରୁଖଙ୍କ ଅଲିଅଳି ଝିଅଙ୍କ ଆଖିରେ ପ୍ରଥମଥର ପାଇଁ ଲୁହ, ସାମ୍ନାକୁ ଆସିଲା ଏହାର କାରଣ

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ସୁହାନା ପ୍ରାୟତଃ ନିଜର ଗ୍ଲାମର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଏବଂ ଲୋକମାନେ ଏଗୁଡ଼ିକୁ ବହୁତ ପସନ୍ଦ କରିଥାନ୍ତି। ତେବେ ଏଥର ସୁହାନା ନିଜର ଗ୍ଲେମର ଫୋଟୋ ଅଥବା ସ୍ଟନିଙ୍ଗ ଲୁକ ପାଇଁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ବାସ୍ତବରେ ସୁହାନା ସୋସିଆଲ ମିଡ଼ିଆରେ ନିଜର ଏକ କାନ୍ଦୁଥିବା ଫୋଟୋ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ, ସୁହାନା ଲଣ୍ଡନରେ ପଢୁଥିଲେ, କିନ୍ତୁ କରୋନା ଭାଇରସ ସମୟରେ ଲକଡାଉନ କାରଣରୁ ସେ ବର୍ତ୍ତମାନ ନିଜ ପରିବାର ସହିତ ମୁମ୍ବାଇରେ ହିଁ ଅଛନ୍ତି।

ବାସ୍ତବରେ, ସୁହାନା ଲକଡାଉନ ଅବସରରେ ଏକ ମିଷ୍ଟ୍ରି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି, ଯେଉଁଥିରେ ତାଙ୍କର କିଛି ଭାବନାତ୍ମକ ଦୃଶ୍ୟ ରହିଛି। ଏହାର ଫୋଟୋ ଗୁଡିକ ସେୟାର କରି ସୁହାନା ଲେଖିଛନ୍ତି, “ବଧାଇ ହେଉ, ଯଦି ଆଗରୁ ଆପଣ ମୋତେ କାନ୍ଦୁଥିବାର ଦେଖି ନଥିଲେ। କ୍ୱାରେଣ୍ଟିନ ଫିଲ୍ମିଙ୍ଗ।

ସେହିପରି ଅନ୍ୟ ଏକ ଫୋଟୋରେ ସୁହାନା ସାଧାରଣ ଭାବନାତ୍ମକ ଶୈଳୀରେ ଏକ ଲୁକ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସୁହାନା ବର୍ତ୍ତମାନ ଅଭିନୟର ସବୁକିଛି ଶୈଳୀ ଶିଖୁଛନ୍ତି।

ଏଥିରେ ପ୍ରଥମେ ସୁହାନା ନିଜର ଗ୍ଲାମର ଫୋଟୋ ଗୁଡ଼ିକୁ ସେୟାର କରିଥିଲେ। ପୋଲ୍କା ଡାଟସର ଡ୍ରେସରେ ସୁହାନା ବହୁତ ସୁନ୍ଦର ଲାଗୁଛନ୍ତି।

ତେବେ କରୋନା ଲକଡାଉନରେ ସୁହାନା ନିଜର ପରିବାର ସହିତ ବହୁତ ଭଲ ସମୟ ଅତିବାହିତ କରୁଛନ୍ତି। ତାଙ୍କ ମାଆ ଗୌରୀ ଖାନ ମଧ୍ୟ ଝିଅ ସୁହାନାଙ୍କ ସହିତ ଅନେକ ଫୋଟୋ ସେୟାର କରିଛନ୍ତି।

ଏମିତିରେ ସୁହାନାଙ୍କର ଭାବଭଙ୍ଗୀ ଦେଖି ଲାଗୁଛି ସେ ଅତି ଶୀଘ୍ର ବଡ଼ ପରଦାକୁ ଆସିବା ପାଇଁ ପ୍ରସ୍ତୁତି କରୁଛନ୍ତି। ସୁହାନା ଏକ ଛୋଟ ଫିଲ୍ମ “ଦ ଗ୍ରେ ପାର୍ଟ”ରେ ନଜର ଆସି ସାରିଛନ୍ତି। ଏହି ଛୋଟ ଫିଲ୍ମରେ ସୁହାନା ବହୁତ ସୁନ୍ଦର ପରଫର୍ମାନ୍ସ ଦେଇଛନ୍ତି।

ସୁହାନା ନିଜ ପିତା ଶାହରୁଖଙ୍କ ପରି ଅଭିନୟ କ୍ଷେତ୍ରରେ ନିଜର କ୍ୟାରିୟର ନିର୍ମିତ କରିବାକୁ ଚାହୁଁଛନ୍ତି। ସେ ସ୍କୁଲରେ ମଧ୍ୟ ଅନେକ ନାଟକରେ ଭାଗ ନେଇ ଆସିଛନ୍ତି। ସୁହାନା ନିଜ ପିତାଙ୍କର ବହୁତ ନିକଟବର୍ତ୍ତୀ ଅଟନ୍ତି।

ଶାହରୁଖ ଏକଦା କରଣ ଜୋହରଙ୍କ ଶୋ’ “କଫି ବିଥ କରଣ”ରେ ଝିଅଙ୍କ ଉପରେ ପ୍ରଶ୍ନଙ୍କୁ ନେଇ କହିଥିଲେ, “ଯଦି କୌଣସି ପୁଅ ମୋ ଝିଅଙ୍କ ଓଠ ଉପରେ ଚୁମ୍ବନ କରିବ ତେବେ ମୁଁ ସେହି ପିଲାର ଓଠ ଉପଡି ଫିଙ୍ଗି ଦେବୀ।”

କିଛି ବର୍ଷ ପୂର୍ବରୁ ଶାହରୁଖ ଖାନ ଫେମସ୍ ମେଗାଜିନ “ଫେମିନା”କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଝିଅ ସୁହାନାକୁ ଯେଉଁ ପିଲା ଡେଟ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ସେ କିଛି ସର୍ତ୍ତ ବନାଇଛନ୍ତି। ଶାହରୁଖ ଏହା ମଧ୍ୟ ଚାହୁଁଛନ୍ତି ଯେ, ତାଙ୍କ ଝିଅଙ୍କ ଜୀବନରେ ଜଣେ ଭଲ ବ୍ୟକ୍ତି ଆସନ୍ତୁ।

ଅଗଷ୍ଟ ୨୦୧୮ରେ ୧୮ ବର୍ଷର ସୁହାନା ମେଗାଜିନ କଭରରେ ଡେବ୍ୟୁ କରିଥିଲେ। ସେ ଗ୍ଲାମର ମେଗାଜିନ ବୋଗର ଫ୍ରଣ୍ଟ ପେଜରେ ଗ୍ଲାମର ଅବତାରରେ ନଜର ଆସିଥିଲେ। ନିଜେ ଶାହରୁଖ ମେଗାଜିନର କଭର ପେଜ ଲଞ୍ଚ କରାଇଥିଲେ।

ସୁହାନାଙ୍କ ପୂର୍ବରୁ ତାଙ୍କ ମାଆ ଗୌରୀ ଖାନ ଏକ ଫୋଟୋ ସେୟାର କରିଥିଲେ ଯେଉଁଥିରେ ସେ ଶାହରୁଖ ଖାନଙ୍କ ବେକ୍ସ ପ୍ରତିମୂର୍ତ୍ତି ସହିତ ଫୋଟୋ ଅପଲୋଡ଼ କରିଥିଲେ। ଏହି ଫୋଟୋରେ ପ୍ରକୃତ ଶାହରୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଫୋଟୋରେ ଶାହରୁଖ କମେଣ୍ଟ କରି କହିଥିଲେ ଯେ, ଗତ ଦେଢ଼ ବର୍ଷ ହେବ ସେ କୌଣସି କାର୍ଯ୍ୟ ନକରି ଘରେ ରହିଛନ୍ତି।

Leave a Reply

Your email address will not be published. Required fields are marked *